ଲୋକଙ୍କ ଅଭିଯୋଗ ଶୁଣିଲେ ଦାସବର୍ମା
ପୁରୀ (ବୁ୍ୟରୋ): ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳରେ ହିତାଧିକାରୀଙ୍କ ପାଇଁ ଘୋଷଣା ହୋଇଥିବା ସମସ୍ତ ଯୋଜନା ବାସ୍ତବରେ ସଫଳ ରୂପାୟନ ହେଉଛି କି ନାହିଁ ତାହାକୁ ନିଜେ ବ୍ରହ୍ମଗିରି ବ୍ଲକ୍ କୁଶୁବେଣ୍ଟି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚô ସମୀକ୍ଷା କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା । ସେ ସିଧାସଳଖ ହିତାଧିକାରୀଙ୍କଠାରୁ ଅଭିଯୋଗ ଶୁଣିଛନ୍ତି । ତତ୍ସହିତ ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରି ଯୁଦ୍ଧକାଳୀନ ଭିତ୍ତିରେ ସେଗୁଡ଼ିକର ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ଏହି ଆଲୋଚନାଚକ୍ରରେ ଶ୍ରୀ ଦାସବର୍ମା ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ମଧୁବାବୁ ପେନ୍ସନ୍ ଯୋଜନାରେ ୧୦୪୪ ହିତାଧିକାରୀ ଠିକ୍ ଭାବେ ଭତ୍ତା ପାଉଛନ୍ତି କି ନାହିଁ, ଜାତୀୟ ଖାଦ୍ୟ ସୁରକ୍ଷା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପଞ୍ଚାୟତରେ ୬ଗୋଟି ଖାଦ୍ୟ ବିତରଣ କେନ୍ଦ୍ର ଦ୍ୱାରା ୧୬୬୨ ହିତାଧିକାରୀଙ୍କୁ ସଠିକ୍ ସମୟରେ ବଣ୍ଟନ ବ୍ୟବସ୍ଥାକୁ ସୁବନେ୍ଦାବସ୍ତ କରିବା ପାଇଁ ଯୋଗାଣ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ୨ଠ୨ଠ-୨ଠ୨୧ ଆର୍ଥିକ ବର୍ଷର ସିଏଫ୍ସି ଓ ଏଫ୍ଏସ୍ଏଫ୍ସି ଯୋଜନା ମାଧ୍ୟମରେ ଉନ୍ନୟନ କାର୍ଯ୍ୟରେ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଟଙ୍କା ବିନିଯୋଗ କରିବା ପାଇଁ ଆଲୋଚନା ହୋଇଛି । ଏହା ସହିତ ସରକାରଙ୍କ ତରଫରୁ ପ୍ରାକୃତିକ ବିପର୍ଯ୍ୟୟ ଫନି ସମୟରେ ପ୍ରତ୍ୟେକ ଗ୍ରାମରେ ମାଗଣା ରନ୍ଧା ଖାଦ୍ୟ ସଠିକ୍ ଭାବରେ ବିତରଣ କରାଯାଇଛି କି ନାହିଁ ସେ ସମ୍ପର୍କରେ ବୁଝିବା ପାଇଁ ବ୍ଲକ୍ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଦାସବର୍ମାଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।
କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ୍ ଅଧ୍ୟକ୍ଷା ରତ୍ନବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଳାଇ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ୱର ସାହୁ, ପରିଷଦ ଅଧ୍ୟକ୍ଷଙ୍କ ପ୍ରତିନିଧି ବିଦ୍ୟାଧର ସ୍ୱାଇଁ, ପୂର୍ବତନ ଉପାଧ୍ୟକ୍ଷ ପ୍ରତିନିଧି ଯୁଧିଷ୍ଠିର ନାୟକ, ସରପଞ୍ଚଙ୍କ ପ୍ରତିନିଧି ରାଧାକାନ୍ତ ସାହୁ, ସମିତି ସଭ୍ୟାଙ୍କ ପ୍ରତିନିଧି ବୃନ୍ଦାବନ ପ୍ରଧାନ, ବ୍ଲକ୍ ମଣ୍ଡଳ ଉନ୍ନୟନ ଅଧିକାରୀ ଜ୍ୟୋତିର୍ମୟୀ ସେଠୀ, ସହକାରୀ ଯନ୍ତ୍ରୀ ରବି ସାହୁ, ଯୋଗାଣ ଅଧିକାରୀ ଶିବପ୍ରସାଦ ମାହାନ୍ତି, ପଞ୍ଚାୟତ ଯନ୍ତ୍ରୀ ଜିତେନ୍ଦ୍ର ଦାସ ଓ ପଞ୍ଚାୟତ ପିଓ ଲକ୍ଷ୍ମୀକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।