କଟକଣା ସତ୍ତ୍ୱେ ସହରରେ ଗଡୁଛି ଭାରିଯାନ

କାମାକ୍ଷାନଗର (ଆପ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇଦିନ ମଧ୍ୟ ଭାରିଯାନ ଟ୍ରକ ଦୁର୍ଘଟଣାରେ ୨ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଏବେ ମଧ୍ୟ ୨ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି । ରେକୁଳା, ମହୁଲପାଳ, ରାମିଆଳ ସେତୁ ଉପରେ ଟ୍ରକ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତୁ୍ୟ ଘଟିଛି । କାମାକ୍ଷାନଗର ହାଟରୁ ପରିବା କିଣି ଘରକୁ ଫେରୁଥିବା ବେଳେ ମହୁଲପାଳ ଆଡୁ କାମାକ୍ଷାନଗର ଆଡକୁ ଯାଉଥିବା ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଘଟଣା ସ୍ଥଳରେ ମୃତୁ୍ୟ ହୋଇଯାଇଥିଲା ।
ଏହି ଦୁର୍ଘଟଣାରେ ମହୁଲପାଳ ଗ୍ରାମର ଧୀରେନ କୁମାର ପଟ୍ଟନାୟକଙ୍କର ମୃତୁ୍ୟ ଘଟିଛି । ରବିବାର ମଧ୍ୟ ଜିରାଳ ପୂର୍ତ୍ତ ବିଭାଗ ରାସ୍ତାର ଦାନପଶି ନିକଟରେ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ହୋଇଥିଲେ । କଙ୍ଗେଇଲ ଗ୍ରାମର ନୀର ସ୍ୱାଇଁ (୪୮), ପୁତୁରା ରାହୁଲ ସ୍ୱାଇଁ (୧୪) ଏବଂ ଝିଆରୀ ଲିଟିଲି ସ୍ୱାଇଁ (୧୭) ଏକ ମୋଟର ସାଇକେଲ ଯୋଗେ ଜିରାଳରୁ ଫେରୁଥିବାବେଳେ ଦାନପଶି ନିକଟରେ ଏକ କ୍ରୋମାଇଟ ବୋଝେଇ ଟ୍ରକ୍ ସେମାନଙ୍କୁ ମୁହାଁମୁହିଁ ଧକ୍କା ଦେବାରୁ ଚିକିତ୍ସାଧୀନ ଅଛନ୍ତି । କିଛି ଦିନ ହେବ ମନଇଚ୍ଛା ନିୟମ ଭାଙ୍ଗି ଯାନାବାହନ ଚଳାଚଳ କରୁଥିବାରୁ ଏଭଳି ଦୁର୍ଘଟଣା ଦେଖିବାକୁ ମିଳୁଛି । କାମାକ୍ଷାନଗର ସହରରେ ମୋଟରଯାନ ନିୟମ ୧୯୮୮ର ଧାରା ୧୧୫ ଏବଂ ଓଡିଶା ମୋଟରଯାନ ଆଇନର ନିୟମ ୯୩ ଅନୁସାରେ ଜିଲ୍ଲାପାଳ ଭାରୀଯାନ ଚଳାଚଳ ଉପରେ ନିଷିଦ୍ଧ କରିଥିବାବେଳେ ଏହାକୁ ବେଖାତିର କରି ମନ ଇଛା ଭାରୀଯାନଗୁଡିକ ଚଳାଚଳ କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି । କାମାକ୍ଷାନଗର ସହର ଆଳୁତୁମା ଛକ, ବସଷ୍ଟାଣ୍ଡ, ମୁଣ୍ଡିଦେଉଳି ଛକ, ହନୁମାନ ବଜାର ଛକ, ଜଗନ୍ନାଥ ବଜାର, ବାଲିଗୋରଡ, ପର୍ଜଙ୍ଗ ସାଇଡରୁ ଆସୁଥିବା ଗାଡ଼ିଗୁଡିକ ବାଉଁଶପାଳ ଠାରେ ଏବଂ ଢେଙ୍କାନାଳ ଆଡୁ ଆସୁଥିବା ଗାଡିଗୁଡିକ ଜଡାପାଳ ଠାରେ ଅଟକାଇବା ପାଇଁ ପୁଲିସ ମୁତୟନ କରାଯାଇଛି । କିନ୍ତୁ କାର୍ଯ୍ୟରତ ପୁଲିସ ମାନେ ହାତଚିକ୍କଣ୍ କରିବାକୁ ଯାଇ ଗାଡି ଗୁଡିକ ଛାଡି ଦେଉଥିବାରୁ ସାଧାରଣ ଲୋକଙ୍କ ଜୀବନ ହାନୀ ଘଟୁଥିବା ଅଭିଯୋଗ ହୋଇଛିି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *