ସିନ୍ଧୁଙ୍କୁ କାଂସ୍ୟ

ବ୍ୟାଡ୍ମିଣ୍ଟନ ଏସିଆ ଚାମ୍ପିଅନ୍ସିପ୍
ମାନିଲା (ଫିଲିପିନ୍ସ), ୩୦ା୪ (ଏଜେନ୍ସି): ଦୁଇ ଥର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ଶନିବାର ସେମିଫାଇନାଲ୍ ମୁକାବିଲାରେ ପରାଜିତ ହୋଇ କାଂସ୍ୟ ପଦକ ସହ ବ୍ୟାଡ୍ମିଣ୍ଟନ ଏସିଆ ଚାମ୍ପିଅନ୍ସିପ୍ରେ ଅଭିଯାନ ଶେଷ କରିଛନ୍ତି । ଟୁର୍ଣ୍ଣାମେଣ୍ଟ ଇତିହାସରେ ଏହା ତାଙ୍କର ଦ୍ୱିତୀୟ ପଦକ । ଏଥି ପୂର୍ବରୁ ସେ ୨୦୧୪ ଗିମଚିଅନ୍ ସଂସ୍କରଣରେ କାଂସ୍ୟ ଜିତିଥିଲେ ।
୨୬ବର୍ଷୀୟା ଭାରତୀୟ ସିନ୍ଧୁ ଟପ୍ ସିଡ୍ ତଥା ବିଶ୍ୱର ଦୁଇ ନମ୍ବର ଖେଳାଳି ଅକାନେ ୟାମାଗୁଚିଙ୍କ ବିପକ୍ଷରେ ସକାରାତ୍ମକ ଢଙ୍ଗରେ ଖେଳ ଆରମ୍ଭ କରିଥିଲେହେଁ ଲୟ ବଜାୟ ରଖି ପାରି ନ ଥିଲେ ଏବଂ ୨୧-୧୩, ୧୯-୨୧, ୧୬-୨୧ରେ ହାରି ଯାଇଥିଲେ । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଏକ ଘଣ୍ଟା ୬ ମିନିଟ୍ ଧରି ଚାଲିଥିଲା ।
ପୂର୍ବତନ ବିଶ୍ୱ ବିଜୟିନୀ ମାତ୍ର ୧୬ ମିନିଟ୍ରେ ପ୍ରଥମ ଗେମ୍ ହାତେଇଥିଲେ । ଦ୍ୱିତୀୟ ଗେମ୍ରେ ଚତୁର୍ଥ ସିଡ୍ ସିନ୍ଧୁଙ୍କୁ ଏକ ପେନାଲ୍ଟି ପଏଣ୍ଟ ମିଳିଥିଲା, ଯାହାକୁ ନେଇ ସେ ରେଫରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଏହାପରେ ମ୍ୟାଚ୍ର ଦିଗ ବଦଳି ଯାଇଥିଲା । ୟାମାଗୁଚି ସ୍କୋର୍କୁ ବରାବର କରିବାରୁ ମୁକାବିଲା ନିର୍ଣ୍ଣାୟକ ଗେମ୍କୁ ଯାଇଥିଲା ।
ଜାପାନୀ ସଟ୍ଲର୍ ଲୟ ହାସଲ କରିଥିଲେ ଏବଂ ଆଉ ସିନ୍ଧୁଙ୍କୁ ପୁନଃସଂଗଠିତ ହେବାକୁ ଦେଇ ନ ଥିଲେ । ଫାଇନାଲ୍ ଗେମ୍ରେ ସିନ୍ଧୁ ପ୍ରଥମରୁହିଁ ପଛରେ ଥିଲେ । ଶେଷରେ ୟାମାଗୁଚିଙ୍କ ପାଖରେ ପାଞ୍ଚ ମ୍ୟାଚ୍ ପଏଣ୍ଟ ଥିଲା । ସିନ୍ଧୁ ଓ ୟାମାଗୁଚିଙ୍କ ମଧ୍ୟରେ ଜୟ-ପରାଜୟ ରେକର୍ଡ ଏବେ ୧୩-୯ରେ ପହଞ୍ଚିଛି । ସିନ୍ଧୁଙ୍କ ପରାଜୟ ସହ ବ୍ୟକ୍ତିଗତ ମହାଦେଶୀୟ ଚାମ୍ପିଅନ୍ସିପ୍ରେ ଭାରତର ଅଭିଯାନ ଶେଷ ହୋଇଥିଲା ।
ଏଥି ପୂର୍ବରୁ ସିନ୍ଧୁ ଶୁକ୍ରବାର ଖେଳାଯାଇଥିବା କ୍ୱାର୍ଟର-ଫାଇନାଲ୍ରେ ଚୀନ୍ର ହି’ ବିଙ୍ଗ୍ ଜିଆଓଙ୍କୁ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରି ଏକ ପଦକ ସୁନିଶ୍ଚିତ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *