ଧୂଆଁରେ ଅସ୍ତବ୍ୟସ୍ତ ଛାତ୍ରଛାତ୍ରୀ

ପରୀକ୍ଷା କେନ୍ଦ୍ର ନିକଟରେ ଇଟାଭାଟି
ତହସିଲଦାରଙ୍କୁ ଅଭିଯୋଗ କଲେ ଅଭିଭାବକ
ସାଲେପୁର (ଆପ୍ର): ସାଲେପୁର ବ୍ଲକ୍ର ୧୪ଟି ବିଦ୍ୟାଳୟରେ ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ସାଲେପୁର ବ୍ଲକ୍ରେ ମୋଟ୍ ୨୩୮୯ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ଜଣାଯାଇଛି । ଦ୍ୱୀପାଞ୍ଚଳରେ ଥିବା ଗୁଆଳି ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ବିଦ୍ୟାଳୟ ନିକଟରେ ବେଆଇନ ଇଟାଭାଟି ଲଗାଯାଇଥିବାରୁ ଇଟାଭାଟି ଧୂଆଁରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏନେଇ ଛାତ୍ର ଅଭିଭାବକମାନେ ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।
ସାଲେପୁର ହାଇସ୍କୁଲ, ଛାଣିପୁର ହାଇସ୍କୁଲ, ଏକ୍ରାମ ରସୁଲ ହାଇସ୍କୁଲ ସୁଙ୍ଗୁଡ଼ା, ବିବେକାନନ୍ଦ ବିଦ୍ୟାପୀଠ ବହୁଗ୍ରାମ, ବରହରା ହାଇସ୍କୁଲ, ପଦ୍ମପୁର, ଗୋପିନାଥପୁର, ମହାସିଂହପୁର, ରେବା, ଗୁଆଳି ହାଇସ୍କୁଲ ସମେତ ଗୋପବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟ ଚମ୍ପତି, ଏଲ୍.ବି.ଏମ୍. ହାଇସ୍କୁଲ ରାମେଶ୍ୱର, ଏସ୍.ଏନ୍.ବି.ପି. ଉଦୟପୁର, କଲ୍ୟାଣପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଅପର ପକ୍ଷରେ ସାଲେପୁର ବ୍ଲକ୍ର ମୋଟ୍ ୧୪ଟି ପରୀକ୍ଷା କେନ୍ଦ୍ରରେ ୨୪ଶହ ୭୪ଜଣ ପରୀକ୍ଷାର୍ଥୀ ପରୀକ୍ଷାଦେବାକୁ ଥିବାବେଳେ ୨୩ଶହ ୮୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୮୫ଜଣ ଅନୁପସ୍ଥିତ ଥିବା ଜଣାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *