କେଜରିୱାଲଙ୍କ ଘର ବାହାରେ ଗର୍ଜିଲା ବିଜେପି

ଦିଲ୍ଲୀରେ ଜୋର୍ ଧରିଲା ତୈଳ ଭାଟ୍ ହ୍ରାସ ଦାବି
ନୂଆଦିଲ୍ଲୀ (ଏଜେନ୍ସି): ବର୍ଦ୍ଧିତ ତୈଳ ଦର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟଗୁଡ଼ିକୁ ଦାୟୀ କରିବା ପରେ ଏବେ ରାଜ୍ୟ ସରକାରମାନେ ସାଧାରଣ ଜନତାଙ୍କ ଆକ୍ରୋଶର ଶିକାର ହୋଇପଡିଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀରେ ଏହାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ପ୍ରଦେଶ ବିଜେପି ପକ୍ଷରୁ ତୈଳ ମୂଲ୍ୟରେ ଭାଟ୍ କମାଇବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ବିଜେପି କର୍ମୀଙ୍କ ସମେତ ସାଧାରଣ ଦିଲ୍ଲୀବାସୀ ମଧ୍ୟ ସାମିଲ ହେବା ଦେଖିବାକୁ ମିଳିଛି ।
କୋଇଲା ସଂକଟ ଯୋଗୁ ଦିଲ୍ଲୀରେ ସମ୍ପ୍ରତି ୧ଠରୁ ୧୨ଘଣ୍ଟା ବିଜୁଳି କାଟ୍ ହେଉଥିବା ବେଳେ ଏହାକୁ ନେଇ ଦିଲ୍ଲୀବାସୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ନାରାବାଜି କରିଛନ୍ତି । ଫ୍ରି ଲ୍ୟାପଟପ୍ ଦରକାର ନାହିଁ, ୨ଠଠ ୟୁନିଟ୍ ମାଗଣା ବିଜୁଳି ବି ଦରକାର ନାହିଁ, ପଇସା ନିଅ, ମାତ୍ର ୨୪ଘଣ୍ଟା ବିଜୁଳି ଦିଅ ବୋଲି ଦିଲ୍ଲୀବାସୀ ଦାବି କରିଛନ୍ତି । ସୂଚନାଯୋଗ୍ୟ, ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସହ ବିଜୁଳି ସଙ୍କଟ ଯୋଗୁଁ ସମଗ୍ର ଦେଶର ଅଧିକାଂଶ ରାଜ୍ୟରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ରାଜ୍ୟରେ ଅଘୋଷିତ ବିଜୁଳି କାଟ୍ ଜାରି ରହିଛି । ପ୍ରଧାନମନ୍ତ୍ରୀ ମୋଦି, ରାଜ୍ୟମାନଙ୍କୁ ବର୍ଦ୍ଧିତ ତୈଳ ମୂଲ୍ୟ ପାଇଁ ଦାୟୀ କରିବା ତଥା ଭାଟ୍ ହ୍ରାସ କରିବାକୁ କହିବା ପରେ ସମ୍ପ୍ରତି କେନ୍ଦ୍ର-ରାଜ୍ୟସମୂହ ମୁହାଁମୁହିଁ ସ୍ଥିତିକୁ ଚାଲିଆସିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *