ସେନାଧ୍ୟକ୍ଷ ଭାବେ ଜେନେରାଲ୍ ପାଣ୍ଡେଙ୍କ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ (ଏଜେନ୍ସି): ଜେନେରାଲ ମନୋଜ ପାଣ୍ଡେ ଭାରତର ନୂଆ ସେନାଧ୍ୟକ୍ଷ ଭାବେ ଶନିବାର ପଦଭାର ଗ୍ରହଣ କରିଛନ୍ତି । ଜେନେରାଲ ଏମ୍.ଏମ୍.ନରବଣେଙ୍କ ପରେ ସେ ହୋଇଛନ୍ତି ଦେଶର ୨୯ତମ ସେନାମୁଖ୍ୟ । ଏହା ପୂର୍ବରୁ ଜେନେରାଲ ପାଣ୍ଡେ ଉପ ସେନାଧ୍ୟକ୍ଷ ଥିଲେ । ଚଳିତ ବର୍ଷ ଜାନୁଆରୀରେ ତାଙ୍କୁ ଭାଇସ୍ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ନିଯୁକ୍ତ କରାଯାଇଥିଲା ।
ଜେନେରାଲ୍ ପାଣ୍ଡେ ସେନାଧ୍ୟକ୍ଷ ହେବାରେ କୋର୍ ଅଫ୍ ଇଞ୍ଜିନିୟର୍ସର ପ୍ରଥମ ଅଫିସର । ୧୯୬୨ ମେ ୬ରେ ଜାତ ଜେନେରାଲ ପାଣ୍ଡେ ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ (ଏନ୍ଡିଏ)ର ପୂର୍ବତନ ଛାତ୍ର । ସେ ମଧ୍ୟ ଭାରତୀୟ ଭାରତୀୟ ମିଲିଟାରୀ ଏକାଡେମୀର ପ୍ରାକ୍ତନ ଛାତ୍ର । ତାଙ୍କୁ ୧୯୮୨ ଡିସେମ୍ବରରେ କୋର୍ ଅଫ୍ ଇଞ୍ଜିନିୟର୍ସରେ ସାମିଲ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *