ଓଡ଼ିଶାରେ ନାହିଁ କୋଇଲା ସଂକଟ
ଭୁବନେଶ୍ୱର (ବୁ୍ୟରୋ): ଦେଶର ବିଭିନ୍ନ ରାଜ୍ୟରେ ବିଦୁ୍ୟତ୍ ସଂକଟ ଉକ୍ରଟ ହୋଇଛି । ପ୍ଲାଣ୍ଟ୍ଗୁଡ଼ିକୁ କମ୍ କୋଇଲା ଯୋଗାଣ ଯୋଗୁ ବିଦୁ୍ୟତ୍ ଉତ୍ପାଦନ ବାଧାପ୍ର୍ରାପ୍ତ ହୋଇଛି । ଚାହିଦା ତୁଳନାରେ ଉତ୍ପାଦନ ହୋଇପାରୁନଥିବାରୁ ବହୁ ରାଜ୍ୟରେ ୮ରୁ ୧ଠ ଘଣ୍ଟା ପର୍ଯ୍ୟନ୍ତ ବିଜୁଳିକାଟ୍ କରାଯାଉଛି । ଏପରିକି ୬ଠଠରୁ ଅଧିକ ଟ୍ରେନ୍ ମଧ୍ୟ ବାତିଲ୍ କରାଯାଇଛି । ହେଲେ ଓଡ଼ିଶାର ସ୍ଥିତି ବେଶ୍ ଭଲ । ଅନ୍ୟ ରାଜ୍ୟ ଭଳି ସ୍ଥିତି ଏଠାରେ ଉତ୍ପନ୍ନ ହୋଇନି । ରାଜ୍ୟରେ କୋଇଲା ଖଣି ରହିଛି । ପାୱାର ପ୍ଲାଣ୍ଟ୍ଗୁଡ଼ିକୁ କୋଇଲା ଯୋଗାଣରେ ରାଜ୍ୟରେ ସେପରି କିଛି ସମସ୍ୟା ନଥିବା ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ।
ଶନିବାର ଶ୍ରୀ ମହାପାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ, ଓଡ଼ିଶାରେ ଅନ୍ୟ ରାଜ୍ୟ ଭଳି କୋଇଲା ସଂକଟ ନାହିଁ । ଅନ୍ୟ ରାଜ୍ୟମାନଙ୍କରେ କୋଇଲା ଅଭାବରୁ ଦିନକୁ ୧ଠ-୧୨ ଘଣ୍ଟା ବିଦୁ୍ୟତ୍କାଟ୍ କରାଯାଉଛି । କିନ୍ତୁ ଆମ ପାଖରେ କୋଇଲା ଖଣି ରହିଛି । ରାଜ୍ୟର ସମସ୍ତ ପାୱାର ପ୍ଲାଣ୍ଟ୍କୁ ଆବଶ୍ୟକୀୟ କୋଇଲା ଯୋଗାଇ ଦେବାକୁ ଏମ୍୍ସିଏଲ୍କୁ ନିଦେ୍ର୍ଦଶ ଦିଆଯାଇଛି । ନିକଟରେ ଓଡ଼ିଶାରେ ବିଦୁ୍ୟତ୍ ଉତ୍ପାଦନ ନେଇ ସମୀକ୍ଷା ହୋଇଥିଲା । ସବୁ ପାୱାର ପ୍ଲାଣ୍ଟ୍କୁ ସଠିକ୍ ଭାବେ କୋଇଲା ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏମ୍ସିଏଲ୍ ସିଏମ୍ଡିଙ୍କୁ କୁହାଯାଇଛି ।