‘ଦେଶ ଗଠନରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ’
ଉକ୍ରଳ ବିଶ୍ୱବିଦ୍ୟାଳୟର ୫୧ତମ ସମାବର୍ତ୍ତନ ଉତ୍ସବ
ଭୁବନେଶ୍ୱର (ବୁ୍ୟରୋ): ଦେଶ ଗଠନରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଶିକ୍ଷକ ରାଷ୍ଟ୍ରର ନିର୍ମାତା । ଶିକ୍ଷାର ଅର୍ଥ ହେଉଛି ଆହ୍ୱାନକୁ ସମ୍ମୁଖୀନ ହେବା । ଆହ୍ୱାନକୁ ସଫଳତାର ସହ ମୁକାବିଲା କରାଯାଇପାରିଲେ ସବୁ ସମସ୍ୟାର ସମାଧାନ ହୋଇପାରିବ । ଏହି ଦିଗ ପ୍ରତି ଶିକ୍ଷକ ସମାଜ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଓଡ଼ିଶା ହାଇକୋର୍ଟର ବି·ରପତି ଜଷ୍ଟସ୍ ଡ. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି ।
ବାଣୀବିହାର ଏମ୍କେସିଜି ଅଡିଟୋରିୟମରେ କୁଳପତି ପ୍ରଫେସର ସବିତା ଆ·ର୍ଯ୍ୟଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ରଳ ବିଶ୍ୱବିଦ୍ୟାଳୟର ୫୧ତମ ସମାବର୍ତ୍ତନ ଉତ୍ସବ ତଥା ଉପାଧି ପ୍ରଦାନ ସମାବେଶରେ ଜଷ୍ଟିସ୍ ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଦୀକ୍ଷାନ୍ତ ଭାଷଣ ଦେଇ କହିଛନ୍ତି, ଶୃଙ୍ଖଳା, ତ୍ୟାଗ ଓ ଉତ୍ସର୍ଗୀକୃତ ମନୋଭାବ ହିଁ ସଫଳତାର ·ବିକାଠି । ପ୍ରତିଭା ଓ ଦକ୍ଷତା ବିକାଶ ପାଇଁ ଛାତ୍ରଛାତ୍ରୀମାନେ ଏହି ୩ଟି ସଫଳତାର ସୂତ୍ର ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ବି·ରପତି ଡ.ଷଡ଼ଙ୍ଗୀ କହିଛନ୍ତି ।
ମୁଖ୍ୟବକ୍ତା ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ କହିଛନ୍ତି, ଉଚ୍ଚତର ଶିକ୍ଷା ପ୍ରଦାନ ସହିତ ଉକ୍ରଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ଆତ୍ମବଳ, ଆତ୍ମବିକାଶ ତଥା ଆତ୍ମଶୁଦ୍ଧି ନିମିତ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଉକ୍ରଳ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ୬୦କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଉଚ୍ଚ ମାନର ଶିକ୍ଷା ଗ୍ରହଣ ପାଇଁ ସବୁ ବିଭାଗରେ ସ୍ମାର୍ଟ କ୍ଲାସ ରୁମ ବ୍ୟବସ୍ଥା କରିବାକୁ ସରକାର ପାଣ୍ଠି ଯୋଗାଇଦେବେ ବୋଲି ଡ. ସାହୁ କହିଛନ୍ତି ।
କୁଳପତି ପ୍ରଫେସର ଆ·ର୍ଯ୍ୟ ଅତିଥିମାନଙ୍କୁ ସ୍ୱାଗତ କରିବା ଅବସରରେ ଉକ୍ରଳ ବିଶ୍ୱବିଦ୍ୟାଳୟର ଗୌରବମୟ ଐତିହ୍ୟ, ଶିକ୍ଷା ମନ୍ତ୍ରୀଙ୍କର ଆନ୍ତରିକତା, ସହଭାଗିତା, ପ୍ରୋତ୍ସାହନ ତଥା ଅନୁଦାନ ପ୍ରଦାନ କରିବାରେ ଆଗ୍ରହକୁ ଅଭିନନ୍ଦନ ଜଣାଇଥିଲେ । ଶୈକ୍ଷିକ ପରିବେଶ, ଶୃଙ୍ଖଳା, ଗବେଷଣା, ଓ ଗୁଣାତ୍ମକ ଶିକ୍ଷାପ୍ରଦାନ କରାଯାଉଥିବାରୁ ଉକ୍ରଳ ବିଶ୍ୱବିଦ୍ୟାଳୟ ସର୍ବଭାରତୀୟ ସ୍ତରରେ ଏନଆର୍ଆଇ ଦ୍ୱାରା ୮୭ତମ ସ୍ଥାନରେ ରହିଛି । ଏଥିପାଇଁ ସେ ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷକ ସମାଜ ଓ କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଜଣାଇଥିଲେ ।
ଉତ୍ସବରେ ବିଭିନ୍ନ ବିଷୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୯୮ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ଏବଂ ୧୮୯ ଛାତ୍ରଛାତ୍ରୀଙ୍କୁ ପିଏଚ୍ଡି ଡିଗ୍ରୀ ପ୍ରଦାନ କରାଯାଇଥିଲା କୁଳସଚିବ ଡ. ଅଭୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସିଣ୍ଡିକେଟ ସଦସ୍ୟଙ୍କ ସମେତ ଶିକ୍ଷକ, ଗବେଷକ, ଛାତ୍ରଛାତ୍ରୀ, ଅଭିଭାବକ ଯୋଗ ଦେଇଥିଲେ ।