୬୭ଠ ଟ୍ରେନ୍ ବାତିଲ

ବିଜୁଳି ସଂକଟ
ତାପଜ ବିଦୁ୍ୟତ୍ କେନ୍ଦ୍ରକୁ ଯୁଦ୍ଧକାଳୀନ ଭିତ୍ତିରେ କୋଇଲା ଯୋଗାଣ
୧୬ ରାଜ୍ୟରେ ୧ଠ ଘଣ୍ଟା ବିଜୁଳି କାଟ୍
ନୂଆଦିଲ୍ଲୀ,୨୯ା୪: ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ଯୋଗୁଁ ଦେଶସାରା ବିଜୁଳି ଚାହିଦା ଅତ୍ୟଧିକ ବୃଦ୍ଧି ପାଇଛି । ଗତ ୪୦ ବର୍ଷ ଭିତରେ ଏବର୍ଷ ଭଳି ବିଦୁ୍ୟତ୍ ଚାହିଦା ଦେଖାଦେଇ ନ ଥିଲା । କୋଇଲା ଅଭାବରୁ ଦେଶର ଏକଚତୁର୍ଥାଂଶ ପାୱାର ପ୍ଲାଣ୍ଟ୍ ବନ୍ଦ ରହିଛି । ଫଳତଃ ୧୬ ରାଜ୍ୟରେ ଦୈନିକ ୧୦ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି କାଟ୍ କରାଯାଉଛି । ସରକାରୀ ରେକର୍ଡ ଅନୁସାରେ ଦେଶରେ ୧୦ ହଜାର ମେଗାୱାଟ୍ ଅର୍ଥାତ୍ ୧୫ କୋଟି ୟୁନିଟ୍ର ବିଦୁ୍ୟତ୍ କାଟ୍ କରାଯାଉଛି । 04ଶୁକ୍ରବାର ଅପରାହ୍ଣ ୨ଟା ୫୦ ମିନିଟ୍ ସମୟରେ ବିଦୁ୍ୟତ୍ ଚାହିଦା ସର୍ବକାଳୀନ ସ୍ତରକୁ ଯାଇଛି । ଏହି ସମୟରେ ୨ ଲକ୍ଷ ୭ ହଜାର ୧୧୧ ମେଗାୱାଟ୍ ବିଦୁ୍ୟତ୍ ଶକ୍ତି ଆବଶ୍ୟକ ହୋଇଥିଲା । ବିଦୁ୍ୟତ୍ କାଟ୍ରୁ ଦେଶର ରାଜଧାନୀ ଦିଲ୍ଲୀ ବର୍ତ୍ତିପାରି ନାହିଁ । କୋଇଲା ଅଭାବରୁ ଦିଲ୍ଲୀ ସରକାର ମେଟ୍ରୋ ଓ ହସ୍ପିଟାଲ ସମେତ ଅନେକ ଅତ୍ୟାବଶ୍ୟକ ସଂସ୍ଥାକୁ ୨୪ ଘଣ୍ଟା ବିଜୁଳି ଯୋଗାଇବାରେ ଅସମର୍ଥ ହୋଇଛନ୍ତି । ଦିଲ୍ଲୀର ବିଦୁ୍ୟତ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ପରିସ୍ଥିତି ଆକଳନ କରି ଗୁରୁବାର ଏକ ଜରୁରୀ ବୈଠକ ଡାକିଥିଲେ । ବୈଠକ ପରେ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ରାଜଧାନୀନଗରୀକୁ ବିଜୁଳି ଯୋଗାଉଥିବା ପ୍ଲାଣ୍ଟ୍ଗୁଡିକୁ ପର୍ଯ୍ୟାପ୍ତ କୋଇଲା ଯୋଗାଣ ସୁନିଶ୍ଚିତ କରାଇବା ପାଇଁ ଅନୁରୋଧ କରିଥିଲେ । ସେ କହିଛନ୍ତି, ରାଜଧାନୀର ପ୍ଲାଣ୍ଟ୍ଗୁଡିକରେ ମାତ୍ର ଗୋଟିଏ ଦିନର କୋଇଲା ଷ୍ଟକ୍ ଅଛି । ବର୍ତ୍ତମାନ ଦିଲ୍ଲୀରେ ବିଜୁଳି ଚାହିଦାର ମାତ୍ର ୨୫-୩୦ ପ୍ରତିଶତ ଉପଲବ୍ଧ ହେଉଛି । ଅପରପକ୍ଷେ ଏନ୍ଟିପିସି ପକ୍ଷରୁ ଏକଥାକୁ ଖଣ୍ଡନ କରାଯାଇ କୁହାଯାଇଛି, ଦାଦରୀର ସବୁ ୬ ଓ ଉଞ୍ଚାହାରର ୫ଟିଯାକ ବିଦୁ୍ୟତ୍ ପ୍ଲାଣ୍ଟ୍ ପୂର୍ଣ୍ଣ କ୍ଷମତା ସହ ଚାଲୁ ରହିଛି ଏବଂ ସେଠାକୁ ନିୟମିତ କୋଇଲା ଯୋଗାଇ ଦିଆଯାଉଛି । ୟୁପିରେ ୩ ହଜାର ମେଗାୱାଟ୍ରୁ ଅଧିକ ବିଦୁ୍ୟତ୍ ଶକ୍ତିର ଅଭାବ ଦେଖାଦେଇଛି । ପାୱାର ସେକ୍ଟର ବିଶେଷଜ୍ଞ ଶୈଳେନ୍ଦ୍ର ଦୁବେ କହିଛନ୍ତି, ବର୍ତ୍ତମାନ ଦେଶର ବିଦୁ୍ୟତ୍ ଉତ୍ପାଦନ ସାମର୍ଥ୍ୟ ୩.୯୯ ଲକ୍ଷ ମେଗାୱାଟ୍ । ସେଥିରୁ ୧.୧୦ ଲକ୍ଷ ମେଗାୱାଟ୍ ରିନୁ୍ୟଏବଲ୍ ଏନର୍ଜି (ସୋଲାର୍-ୱିଣ୍ଡ୍) ସାମିଲ । ଅବଶିଷ୍ଟ ୨.୮୯ ଲକ୍ଷ ମେଗାୱାଟ୍ରୁ ୭୨,୦୭୪ ମେଗାୱାଟ୍ ଉତ୍ପାଦନକ୍ଷମ ପ୍ଲାଣ୍ଟ୍ ବନ୍ଦ ରହିଛି । ଇନ୍ଧନ ଉପଲବ୍ଧ ନ ହେବା ଯୋଗୁଁ ଏପରି ଅବସ୍ଥା ଦେଖାଦେଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *