ଗରିବ ରାଜ୍ୟରୁ ରୋଲ୍ ମଡେଲ୍
ଇଣ୍ଡିଆ ଟୁଡେ କନ୍କ୍ଲେଭ୍ରେ ପରିବର୍ତ୍ତିତ ଓଡ଼ିଶାର ଚିତ୍ର ରଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯ା୪(ବୁ୍ୟରୋ): ୨ଠଠଠ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଦାୟିତ୍ୱ ନେଇଥିଲେ । ଏହାର ଠିକ୍ ବର୍ଷକ ପୂର୍ବେ ୧୯୯୯ ମସିହାରେ ମହାବାତ୍ୟା ସବୁକିଛି ଛାରଖାର୍ କରି ଦେଇଥିôଲା । ବିଗିଡ଼ି ଯାଇଥିଲା ରାଜ୍ୟର ଆର୍ଥିକ ସ୍ଥିତି । କର୍ମଚାରୀଙ୍କୁ ଦରମା ଦେବାକୁ ବି ଟଙ୍କା ନଥିଲା । ହେଲେ ଏବେ ଆଉ ସେ ସ୍ଥିତି ନାହିଁ । ତାହା ବଦଳିଯାଇଛି, ଉନ୍ନତି ଆସିଛି । ସେତେବେଳେ ଭୋକିଲା ଓ ଗରିବୀକୁ ନେଇ ଚର୍ଚ୍ଚାକୁ ଆସୁଥିବା ଓଡ଼ିଶା ଏବେ ସୁନାମ ଅର୍ଜନ କରୁଛି । ବିଗତ ୨ ଦଶନ୍ଧିରେ ବଦଳିଯାଇଛି ଅନେକ କିଛି । ବହୁ କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ସାଜିଛି ରୋଲ୍ ମଡେଲ । ଇଣ୍ଡିଆ ଟୁଡେ କନ୍କ୍ଲେଭ୍ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦଶନ୍ଧି ଧରି ଓଡ଼ିଶାର ଯାତ୍ରା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ପରିବର୍ତ୍ତିତ ଓଡ଼ିଶାର ମଧ୍ୟ ସେ ଚିତ୍ର ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଏହି ଯାତ୍ରାରେ ଅନେକ ପ୍ରତିବନ୍ଧକ ଆସିଛି । ଭୌଗୋଳିକ ସହ ସାମାଜିକ-ଅର୍ଥନୈତିକ ଆହ୍ୱାନକୁ ସାମ୍ନା କରି ଓଡ଼ିଶା ଗୋଟିଏ ଲକ୍ଷ୍ୟରେ ଆଗକୁ ବଢ଼ିଛି । ଯେଉଁଥିପାଇଁ ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ବଢ଼ିଥିବାବେବଳେ ଲୋକେ କ୍ରମାଗତ ୫ମ ଥର ସରକାରରେ ବସାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ନୂତନ ଓଡ଼ିଶା ଗଠନ ଦିଗରେ ଆମ ସରକାର କାମ କରୁଛି । ୫-ଟିକୁ ନେଇ ଗତିଶୀଳ ହେଉଛି ବ୍ୟବସ୍ଥା । ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍ ୱାର୍କ, ଟାଇମ୍ ଏବଂ ଟ୍ରାନ୍ସଫର୍ମେସନ୍କୁ ସରକାର ଗୁରୁତ୍ୱ ଦେଉଛନ୍ତି । ସରକାର ଦୁର୍ନୀତି ପ୍ରତି ଶୂନ୍ୟ ସହିଷ୍ଣୁତା ନୀତି ଆପଣାଇଛନ୍ତି । ଲୋକ-କୈନ୍ଦ୍ରୀକ ପ୍ରଶାସନ କାର୍ଯ୍ୟ କରୁଛି । ଲୋକସେବା ଭବନର ସମସ୍ତ ସେବା ଅନ୍ଲାଇନ୍ରେ ମିଳୁଛି । ହାଇସ୍କୁଲ୍ରେ ସ୍ମାର୍ଟ ସ୍କୁଲ୍ ନିର୍ମର୍ାଣ କରାଯାଇଛି । କୃଷକଙ୍କୁ ସଶକ୍ତ କରିବା ପାଇଁ କାଳିଆ ଯୋଜନା ପ୍ରଣୟନ ହୋଇଛି ।
ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ, କରୋନା ମହାମାରୀ ଆଦି ବିପତ୍ତିକୁ ସରକାର ସଫଳତାର ସହ ମୁକାବିଲା କରିଛନ୍ତି । ମହିଳାଙ୍କୁ ସଶକ୍ତ କରାଯାଉଛି । ପ୍ରାୟ ୭ଠ ପ୍ରତିଶତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଉଛନ୍ତି ମହିଳା । ରାଜ୍ୟ ସରକାର କ୍ରୀଡ଼ା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଛି । ହକିର ଗୌରବ ବଞ୍ଚାଇବା ଲାଗି ସରକାର ପଦକ୍ଷେପ ନେଇଛନ୍ତି । ବିଗତ ୨ ଦଶନ୍ଧିରେ ରାଜ୍ୟ ଅନେକ ସଫଳତା ପାଇଛି । ଗରିବୀ ରାଜ୍ୟ ଓଡ଼ିଶା ଏବେ ଧାନ ଉତ୍ପାଦନରେ ଦେଶରେ ଆଗୁଆ ରାଜ୍ୟ । ଇସ୍ପାତ, ଆଲୁମିନିୟମ୍ ଭଳି ଶିଳ୍ପ ପାଇଁ ଓଡ଼ିଶା ଏବେ ସଭିଙ୍କ ପସନ୍ଦ । ଦକ୍ଷତା ବିକାଶ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଜାଗା ମିଶନ୍, ଡ୍ରିଙ୍କ ଫ୍ରମ୍୍ ଟ୍ୟାପ୍, ହାଇସ୍କୁଲ ରୂପାନ୍ତରଣ, ଆର୍ଥିକ ପରିଚାଳନା, ଖାଦ୍ୟ ସୁରକ୍ଷା ଆଦି କ୍ଷେତ୍ରରେ ଓଡ଼ିଶା ଆଗୁଆ । ୨ ବର୍ଷ ଧରି କୋଭିଡ୍ ପ୍ରକୋପ ସତ୍ତ୍ୱେ ଓଡ଼ିଶା ଦେଶରେ ଦ୍ରୁତଗତିରେ ଆଗକୁ ବଢ଼ୁଛି । ସରକାର ଜଳସେଚନ, ଭିତ୍ତିଭୂମି ବିକାଶ, ଶିଳ୍ପ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବିପୁଳ ନିବେଶ କରୁଛନ୍ତି । ଆଗାମୀ ଦୁଇବର୍ଷରେ ରାଜ୍ୟରେ ଅନେକ ଆଖିଦୃଶିଆ ପରିବର୍ତ୍ତନ ପରିଲକ୍ଷିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।