ବୌଦ୍ଧରେ ପୁଣି ୪୫ଂ
ଭୁବନେଶ୍ୱର,୨୯ା୪(ବୁ୍ୟରୋ): କଲବଲ କରୁଛି ତାତି । ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାରଦ ୪୪ ଡିଗ୍ରୀ ଉପରେ । ଦୁଇଦିନ ହେଲା ବୌଦ୍ଧରେ ୪୫ଂ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି । ବୌଦ୍ଧ, ଅନୁଗୁଳ, ବଲାଙ୍ଗୀର, ତାଳଚେର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଟିଟିଲାଗଡ଼ ଓ ସୋନପୁରରେ ନିଆଁ ବର୍ଷା ହେଉଛି । ଭୁବନେଶ୍ୱର ଓ କଟକରେ ବି ୪୦ଂ ଟପିଛି ପାରଦ । ଆଉ ଦୁଇଦିନ ଅସମ୍ଭାଳ ଗରମ ପଶ୍ଚିମରେ ହେବ ହେଲେ ଉପକୂଳରେ ସାମାନ୍ୟ ହ୍ରାସ ପାଇବ ବୋଲି ଆକଳନ କରାଯାଉଛି ।
ଗୁରୁବାର ଭଳି ଶୁକ୍ରବାର ମଧ୍ୟ ବୌଦ୍ଧରେ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଶୁକ୍ରବାର ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିିଛି । ସେଥିରୁ ୫ଟି ସହରର ୪୪ ଡିଗ୍ରୀ ଉପରେ ଓ ୯ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ରାଜ୍ୟରେ ତାତିରୁ ମିଳିବ ନିସ୍ତାର, ଦାନା ବାନ୍ଧୁଛି ଲଘୁ·ପ । ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁ·ପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୪ ତାରିଖ ରାତି କିମ୍ବା ୫ ତାରିଖ ସୁଦ୍ଧା ଲଘୁ·ପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ପଶ୍ଚିମା ପବନ ଯୋଗୁ ଗ୍ରୀଷ୍ମ ପ୍ରବାହ ହେଉଛି । ଆଫଗାନିସ୍ତାନ, ପାକିସ୍ତାନ, ରାଜସ୍ଥାନରୁ ଆସୁଥିବା ପବନ ତାତି ବଢ଼ାଉଛି । ସେସବୁ ସ୍ଥାନରେ ତାପମାତ୍ରା ୪୫ରୁ ଅଧିକ ରହୁଥିବାରୁ ତାର ପ୍ରଭାବ ପଡୁଛି । ସ୍ଥାନୀୟ ଭୌଗୋଳିକ ସ୍ଥିତି ବି ତାତି ବଢ଼ାଇବାରେ ସହାୟକ ହେଉଛି । ମେ’ ୧ ତାରିଖ ବେଳକୁ ଓଡ଼ିଶାରେ ସ୍ଥିତି ପରିବର୍ତ୍ତନ ହୋଇପାରେ । ଶନିବାର ରାତିରୁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି ବୋଲି ପଣିପାଗ ବୈଜ୍ଞାନିକ ଆର୍.କେ ଜେନାମଣି ସୂଚନା ଦେଇଛନ୍ତି । ପଣିପାଗ ବିଭାଗର ସୂଚନା ଅନୁସାରେ, ଶୁକ୍ରବାର ଅନୁଗୁଳରେ ସର୍ବୋଚ୍ଚ ତାପମାତ୍ରା ୪୪.୭ଂ ଥିବା ବେଳେ ବଲାଙ୍ଗୀରରେ ୪୪ଂ, ତାଳଚେରରେ ୪୪.୫ଂ,ଦେବଗଡ଼ରେ ୪୪.୬ଂ, ଝାରସୁଗୁଡ଼ାରେ ୪୩.୪ଂ, ସୁନ୍ଦରଗଡ଼ରେ ୪୩ଂ, ଟିଟିଲାଗଡ଼ରେ ୪୩.୮ଂ, ସୋନପୁରରେ ୪୩.୬ଂ, ଭୁବନେଶ୍ୱରରେ ୪୦.୨ ଓ କଟକରେ ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି ।