ଜେଲ୍ରେ ଆଶିଷଙ୍କୁ ଭିଆଇପି ଟି୍ରଟ୍ମେଣ୍ଟ

ଲଖିମପୁର (ଏଜେନ୍ସି): ଲଖିମପୁର ଖିରି ହିଂସାକାଣ୍ଡ (କୃଷକଙ୍କ ଉପରେ ଗାଡ଼ି ଚଢ଼ାଇବା ମାମଲା)ର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଶିଷଙ୍କୁ ଜେଲ୍ରେ ଭିଆଇପି ଟ୍ରିଟ୍ମେଣ୍ଟ ମିଳୁଥିବା ନେଇ ଏକ ବିସ୍ତୃତ ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏସମ୍ପର୍କରେ ଜେଲ୍ ପ୍ରଶାସନ ହିଁ ବାହାରେ ସୂଚନା ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।
ଜେଲ୍ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଆଶିଷ ମିଶ୍ରା ସମ୍ପ୍ରତି ଲଖିମପୁର ଖେରି ଜେଲ୍ର ବ୍ୟାରାକ୍ ନଂ-୨ଠରେ ରହୁଛନ୍ତି । ସମ୍ପ୍ରତି ତାପମାତ୍ରା ୪ଠ-୪୫ ଡିଗ୍ରୀ ରହୁଥିବା ବେଳେ ଗରମ ସହ୍ୟ କରିପାରୁନଥିବା ଆଶିଷ୍ଙ୍କ ପାଇଁ ବ୍ୟାରାକ୍ରେ ୪ଟି କୁଲର ଲଗାଯାଇଛି । ଆଶିଷଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ଜେଲ୍ର ବ୍ୟାରାକ୍ ନଂ ୨ଠରେ ରଖାଯାଇଛି । ତାଙ୍କୁ ଯେପରି ଏଠାରେ କୌଣସି ପ୍ରକାର ସମସ୍ୟା ନହେବ ସେଥିପାଇଁ ସେ ଜେଲ୍କୁ ଆସିବା ପୂର୍ବରୁ (ଏପି୍ରଲ୍ ୨୪ ପୂର୍ବରୁ) ତାଙ୍କ ଶୋଇବା ପାଇଁ ନୂଆ ଗଦି, ଚାଦର ମଧ୍ୟ ବ୍ୟବସ୍ଥା କରାଯାଇଛି । ତାଙ୍କୁ ଜେଲ୍ର ଅନ୍ୟ ଅନ୍ତେବାସୀ (କଏଦୀ)ମାନଙ୍କ ଠାରୁ ପୃଥକ୍ ରଖାଯାଇଛି । ଆଶିଷଙ୍କୁ ବ୍ୟାରାକ୍ ଭିତରେ ହିଁ ସବୁ ସୁବିଧା ଯୋଗାଇଦିଆଯାଉଛି । ଦିନକୁ ତିନି ଟାଇମ୍ (ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ) ତାଙ୍କ ପାଇଁ ନିୟମିତ ଭାବେ ଘର ଖାଦ୍ୟ ଆସୁଛି । ସକାଳ ଜଳଖିଆରେ ସେ ବ୍ରେଡ୍, ବଟର, ଚା’ ଆସୁଛି । ଦୈନିକ ତାଙ୍କ ପାଇଁ ୩ଠ/୪ଠଖଣ୍ଡ ଭଙ୍ଗା ହୋଇଥିବା ପାନ ମଧ୍ୟ ଜେଲ୍ ବାହାରୁ ଆସୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *