୯୨ କେନ୍ଦ୍ରରେ ୧୫ ହଜାର ୬୦୪ ପରୀକ୍ଷାର୍ଥୀ

ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲାରେ ମାଟି୍ରକ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନରେ ଇଂରାଜୀ ଭାଷା ପରୀକ୍ଷା ଥିବାବେଳେ ମାତ୍ର ଜଣେ ଛାତ୍ର ପରୀକ୍ଷାରେ କପିକରି ଧରାପଡିଛନ୍ତି । ଢେଙ୍କାନାଳ ଜିଲ୍ଲାରେ ୯୨ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ୬୦୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୮୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଜଣାପଡିଛି । ଭୁବନ ବ୍ଲକରେ ୧୧ଟି କେନ୍ଦ୍ରରେ ୨ ହଜାର ୩୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ ହଜାର ୯୩୫ ଜଣ ପରୀକ୍ଷା ଦେଇଥିବା ବେଳେ ୯୬ ଜଣ ଅନୁପସ୍ଥିତ ରହିଛନ୍ତି । ସେହିପରି ଢେଙ୍କାନାଳ ବ୍ଲକରେ ୧୭ଟି କେନ୍ଦ୍ରରେ ୩ ହଜାର ୨୬ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ ହଜାର ୮୯୭ ପରୀକ୍ଷା ଦେଇଥିବା ବେଳେ ୧୨୯ ଜଣ ଅନୁପସ୍ଥିତ ଥିଲେ, ଗଁଦିଆ ବ୍ଲକରେ ୧୨ଟି କେନ୍ଦ୍ରରେ ୧ ହଜାର ୯୨୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ ହଜାର ୮୦୫ ପରୀକ୍ଷା ଦେଇଥିବା ବେଳେ ୧୧୫ ଜଣ ଅନୁପସ୍ଥିତ ଥିଲେ, ହିନେ୍ଦାଳ ବ୍ଲକରେ ୧୨ଟି କେନ୍ଦ୍ରରେ ୨ ହଜାର ୧୦୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ ହଜାର ୯୪୦ ପରୀକ୍ଷା ଦେଇଥିବା ବେଳେ ୧୬୭ ଅନୁପସ୍ଥିତ, କାମାକ୍ଷାନଗର ବ୍ଲକରେ ୧୧ଟି କେନ୍ଦ୍ରରେ ୨ ହଜାର ୯୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ ହଜାର ୨୫ ପରୀକ୍ଷା ଦେଇଥିବା ବେଳେ ୬୬ ଅନୁପସ୍ଥିତ, କଙ୍କଡାହାଡ ବ୍ଲକରେ ୮ଟି କେନ୍ଦ୍ରରେ ୧ ହଜାର ୫୩୨ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୧ ହଜାର ୪୩୨ ଜଣ ପରୀକ୍ଷା ଦେଇଥିବା ବେଳେ ୧୦୦ ଜଣ ଅନୁପସ୍ଥିତ, ଓଡାପଡା ବ୍ଲକରେ ୧୧ଟି କେନ୍ଦ୍ରରେ ୧ହଜାର ୩୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ ହଜାର ୮୪୬ ପରୀକ୍ଷା ଦେଇଥିବା ବେଳେ ୯୩ ଅନୁପସ୍ଥିତ ଓ ପରଜଙ୍ଗ ବ୍ଲକରେ ୧୦ଟି କେନ୍ଦ୍ରରେ ୧ ହଜାର ୮୧୮ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ ହଜାର ୭୨୪ ପରୀକ୍ଷା ଦେଇଥିବାବେଳେ ୯୪ ଅନୁପସ୍ଥିତ ଥିବା ଜଣାପଡିଛି । ଜିଲ୍ଲାରେ କଙ୍କଡାହାଡ ବ୍ଲକରୁ ମାତ୍ର ଜଣେ ପରିକ୍ଷାର୍ଥୀ କପି କରି ଧରାପଡିଥିବାର ଜଣାପଡିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *