ବଢ଼ିଲା କରୋନା ଚିନ୍ତା
ଭୁବନେଶ୍ୱର,୨୮ା୪(ବୁ୍ୟରୋ): ଦେଶରେ ପୁଣିଥରେ କରୋନା ଉପରମୁହାଁ ହୋଇଛି । ଦିଲ୍ଲୀ ସମେତ କେତେକ ରାଜ୍ୟରେ ସଂକ୍ରମଣ ବଢ଼ିବା ଆରମ୍ଭ କରିଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମଣ ୩ ହଜାର ପାର୍ କରିଛି । ଆଗକୁ ଚତୁର୍ଥ ଲହର ଆଶଙ୍କା କରାଯାଉଥିବାବେଳେ ସଂକ୍ରମଣ ମଧ୍ୟ ବଢ଼ିବା ସମ୍ଭାବନା ରହିଛି । ତେବେ ଓଡ଼ିଶାର ସ୍ଥିତି ବର୍ତ୍ତମାନ ଭଲ ଅଛି । ଆଗକୁ ମଧ୍ୟ କୋଭିଡ୍ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।
ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି । ଏଥର ବଡ଼ ଧରଣର ସଂକ୍ରମଣ ହେବନି । ଅନ୍ୟ ଦେଶର କେସ୍ ଷ୍ଟଡିକୁ ଅନୁଧ୍ୟାନ କଲେ ଦେଶରେ ଦୈନିକ ସଂକ୍ରମଣ ୩୫ ହଜାରରେ ପହଞ୍ଚôବ । ସେହିପରି ରାଜ୍ୟରେ ଦୈନିକ ପ୍ରାୟ ୧୩୦୦ ସଂକ୍ରମିତ ବାହାରିବେ । ତା’ପର ୧୫ ଦିନ ଭିତରେ ପିକ୍କୁ ଯାଇ ସଂକ୍ରମଣ ପୁଣି କମିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରି କହିଛନ୍ତି ।
କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ବିଜୟ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିଲେ ୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥାଏ । କରୋନାର ତିନୋଟି ଲହରରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା । ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବାରୁ ଆଗକୁ ବିପଦ ରହିଛି । ତେବେ ରାଜ୍ୟ ସରକାର କୋଭିଡ୍ର ମୁକାବିଲା ପାଇଁ ସବୁ ପ୍ରକାର ପ୍ରୋସେସକୁ ଆପଣାଇଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ ରହିଛି । ଆମ ପାଖରେ ଔଷଧ ଓ ଅକ୍ସିଜେନ୍ ମଧ୍ୟ ମହଜୁଦ୍ ରହିଛି । ରାଜ୍ୟ ସରକାର କରୋନା ସହ ଲଢେଇ ପାଇଁ ପ୍ରସ୍ତୁତ ରହିଛନ୍ତି ।
ସେ ଆହୁରି କହିଛନ୍ତି, ସ୍ଥିତି ଉପରେ ନଜର ରଖାଯାଇଛି । ସବୁ ଜିଲ୍ଲାକୁ ସ୍ଥିତି ଉପରେ କଡ଼ା ନଜର ରଖିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗକୁ ନିଦେ୍ର୍ଦଶ ଦିଆଯାଇଛି । ଏବେ ଜିଲ୍ଲାଗୁଡିକରେ ସଂକ୍ରମଣ ୧୦ରୁ ୨୦ ଭିତରେ ରହିଛି । ଆମେ ଭଲ ସ୍ଥିତିରେ ଅଛୁ । ସଂକ୍ରମଣ ବଢିଲେ ହସ୍ପିଟାଲ ତୁରନ୍ତ ଖୋଲାଯିବ । ଟିକାକରଣ ବଢ଼ାଯାଉଛି । ସଂକ୍ରମଣ ରୋକିବାକୁ ସମସ୍ତଙ୍କୁ କଟକଣା ମାନିବାକୁ ପଡ଼ିବ । ଭିଡ଼ ସ୍ଥାନରେ ମାସ୍କ ପିନ୍ଧନ୍ତୁ । ସାମାଜିକ ଦୂରତା ଅବଲମ୍ବନ କରନ୍ତୁ । ଦରକାର ନ ଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ ବୋଲି ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି ।
ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି, ରାଜ୍ୟରେ ସମ୍ଭାବ୍ୟ ଚତୁର୍ଥ ଲହରରେ ବଡ଼ ଧରଣର ସଂକ୍ରମଣ ହେବନି । ଆମେରିକାର ନୁ୍ୟୟର୍କରେ ଗତ ତୃତୀୟ ଲହରରେ ଦୈନିକ ସଂକ୍ରମଣ ୨୫୦୦୦ ପର୍ଯ୍ୟନ୍ତ ଯଇଥିଲା । ଏବେ ପୁଣି ନୂଆ ଭାରିଏଣ୍ଟ ସଂକ୍ରମଣରେ ଦୈନିକ ୨୫୦୦ କେସ୍ ବାହାରିବା ସହିତ ପିକ୍ ଛୁଇଁସାରି ୬୦୦କୁ ଖସି ଆସିଛି । ଏହି ଅନୁଧ୍ୟାନକୁ ଦେଖିଲେ ଦେଶରେ ଗତ ତୃତୀୟ ଲହରରେ ଦୈନିକ ସଂକ୍ରମଣ ପ୍ରାୟ ସାଢ଼େ ୩ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଥିଲା । ସେହି ଅନୁପାତରେ ଏହି ଲହରରେ ଦୈନିକ ସଂକମ୍ରଣ ୩୫ ହଜାର ଯାଏ କେସ ଯାଇପାରେ । ସଂକ୍ରମଣର ୧୫ ଦିନ ପରେ ପିକ୍କ୍ୁ ଗଲା ପରେ ପୁଣି ସଂକ୍ରମଣ ତଳମୁହାଁ ହେବ । ସେହିପରି ରାଜ୍ୟରେ ବି ଦୈନିକ ସଂକ୍ରମଣ ପ୍ରାୟ ୧୩୦୦ ଯାଏ ପହଞ୍ଚି ପୁଣି ନିମ୍ନଗାମୀ ହେବ । ନୂଆ ଭାରିଏଣ୍ଟ ବିଏ ୨.୧୨ ଦ୍ୱାରା ସଂକ୍ରମିତ ହେଇଥିବା ବ୍ୟକ୍ତି ଗୁରୁତ୍ୱର ହେଉନାହାନ୍ତି କି ହସ୍ପିଟାଲାଇଜ ହେବାକୁ ପଡ଼ୁନି । ମୃତୁ୍ୟ ହାର ବି କମ୍ ରହିଛି । ଆମ ଦେଶରେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଭଲ ରହିଛି । ତେବେ ଯେଉଁମାନେ ବୁଷ୍ଟର ଡୋଜ ନେଇନାହାନ୍ତି, ସେମାନେ ତୁରନ୍ତ ଟିକା ନେଇଯାଆନ୍ତୁ ବୋଲି ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି ।