୪୫ଂ ଛୁଇଁଲା ବୌଦ୍ଧ

ଭୁବନେଶ୍ୱର,୨୮ା୪(ବୁ୍ୟରୋ): ଅସହ୍ୟ ଗ୍ରୀଷ୍ମ ଲହରୀରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ଏବର୍ଷ ଏପ୍ରିଲ୍ରେ ୪୫ଂ ତାତି ରେକର୍ଡ଼ ହୋଇଛି । ଗୁରୁବାର ବୌଦ୍ଧର ତାପମାତ୍ରା ୪୫ ଡିଗ୍ରୀ ଛୁଇଁଛି । ବୌଦ୍ଧ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ରାଜ୍ୟରେ ଆହୁରି ୩ ଦିନ ହିଟୱେଭ୍ ସ୍ଥିତି ଜାରି ରହିବ । ପଶ୍ଚିିମରେ ସ୍ଥିତି ସଙ୍ଗୀନ ହେବ । ଆଭ୍ୟନ୍ତରୀଣ ଓ ପଶ୍ଚିମାଞ୍ଚଳରେ ପାରଦ ୪୪ଂ ଉପରେ ରହିବ ବୋଲି ପାଣିପାଗ ବିଭାଗ କହିଛି ।
ପାଣିପାଗ ବିଭାଗର ସୂଚନା ମୁତାବକ, କାଳବୈଶାଖୀ ପ୍ରଭାବରେ ହିଟ୍ୱେଭରେ ସାମାନ୍ୟ ବ୍ରେକ୍ ଲାଗିବ । ଆଗାମୀ ୩ ଦିନ ପରେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ମେ’ ମାସ ୧ରୁ ୨ ତାରିଖରେ ୨ ଡିଗ୍ରୀ ଯାଏଁ ତାପମାତ୍ରା ତଳକୁ ଖସିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ୨ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ହେବ । ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ୧୧ଟି ଜିଲ୍ଲା ଲାଗି ହିଟ୍ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂଭଭଞ୍ଜ, ଅନୁଗୁଳ, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର । ଏହାରି ଭିତରେ ମେ’ ପ୍ରଥମ ସପ୍ତାହରୁ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ଖସିବା ନେଇ ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଆଧାରରେ ଏସ୍ଆର୍ସି ପକ୍ଷରୁ ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଚିଠି ଲେଖଯାଇଛି । ଏହି ସବୁ ଜିଲ୍ଲାଗୁଡ଼ିକରେ ଆଗାମୀ ୨ ଦିନ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି କୁହାଯାଇଛି । ଆଇଏମ୍ଡି ପକ୍ଷରୁ ଏହି ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସ୍ଆରସି ପକ୍ଷରୁ କୁହାଯାଇଛି ଯେ, ତାପମାତ୍ରା ବଢ଼ିବାକୁ ଥିବା ବେଳେ ଶିଶୁ ଓ ବୟସ୍କଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡ଼ିବ । ଟାଣ ଖରା (ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା)ରେ ଲୋକଙ୍କୁ ବାହାରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ଅନୁସାରେ ପଦକ୍ଷେପ ନେବା ପାଇଁ ନିଦେ୍ର୍ଦଶ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *