ଖୁବ୍ଶୀଘ୍ର କାର୍ଯ୍ୟ ଶେଷ କର
ଓଡ଼ିଶା ସମନ୍ୱିତ ପରିମଳ ବ୍ୟବସ୍ଥା ସମୀକ୍ଷା
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ଜାଇକା ସାହାଯ୍ୟ ପ୍ରାପ୍ତ ଓଡ଼ିଶା ସମନ୍ୱିତ ପରିମଳ ବ୍ୟବସ୍ଥା ଉନ୍ନତିକରଣ ପ୍ରକଳ୍ପ ସଂପର୍କରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । କଟକ ଓ ଭୁବନେଶ୍ୱର ସହରର (ଏଏସ୍ଡି-୬), ସମ୍ବଲପୁର ଓ ରାଉରକେଲା ସହରରେ ସ୍ୱେରେଜ ବ୍ୟବସ୍ଥା କାର୍ଯ୍ୟ ତ୍ୱରାନ୍ୱିତ କରିବା ସହିତ ଖୁବ୍ଶୀଘ୍ର ସଂପୂର୍ଣ୍ଣ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିଦେ୍ର୍ଦଶ ଦେଇଛନ୍ତି ।
ସମୀକ୍ଷା ବିବରଣୀରୁ ପ୍ରକାଶ, କଟକ ଓ ଭୁବନେଶ୍ୱରରେ ଆରମ୍ଭ କରାଯାଇଥିବା ଯଥାକ୍ରମେ ୩୫୭ କି.ମି. ଓ ୨୩୮ କି.ମି. ସ୍ୱେରେଜ ବ୍ୟବସ୍ଥା, ୧୦୦ ଏମ୍. ଏଲ.ଡ଼ି କ୍ଷମତା ସଂପନ୍ନ ୩ଟି ଏସ୍.ଟି.ପି, ୫୬ ଗୋଟି ପମ୍ପିଂ ସେଣ୍ଟର, ୧୭.୯ କି.ମି. ଡ୍ରେନ ଓ ୭ ଟି ସ୍ଲଇସ ଗେଟ୍ କାର୍ଯ୍ୟ ପାୟ ୮୫ ପ୍ରତିଶତରୁ ଅଧିକ ସଂପୂର୍ଣ୍ଣ ହୋଇଥିବା ବେଳେ କଟକର ବକ୍ସ ଡ୍ରେନ କାର୍ଯ୍ୟ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଆଗେଇ ଚାଲିଛି । ଭୁବନେଶ୍ୱରରେ ହାତକୁ ନିଆଯାଇଥିବା ୨୩୮ କି.ମି. ସ୍ୱେରେଜ ପାଇପ ବିଛାଇବା କାର୍ଯ୍ୟରୁ ୨୧୦ କି.ମି, କଟକରେ ୩୫୭ କି.ମି. ମଧ୍ୟରୁ ୩୪୧ କି.ମି. ସଂପୂର୍ଣ୍ଣ ହୋଇଛି । ସି.ଡ଼ି.ଏରେ ଏସ୍.ଟି.ପି-୧ ଅନ୍ତର୍ଗତ ୩୬ ଏମ୍.ଏଲ.ଡ଼ି, ମତଗଜପୁରରେ ଏସ୍.ଟି.ପି-୨ ଅନ୍ତର୍ଗତ ୧୬ ଏମ୍.ଏଲ.ଡ଼ି, ଏସ୍.ଟି.ପି ଏବଂ ୩୬ରୁ ୨୯ଟି ପମ୍ପିଂ ଷ୍ଟେସନ୍ ପ୍ରତିଷ୍ଠା କରାଯାଇ ସାରିଲାଣିି । ସେହିପରି ରାଉରକେଲା ସହରରେ ପ୍ରାୟ ୨୫୦ କୋଟି ଟଙ୍କା ଏବଂ ସମ୍ବଲପୁର ସହରରେ ୨୯୫ କୋଟି ଟଙ୍କା ବ୍ୟୟ ଅଟକଳରେ ସ୍ୱେରେଜ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । ସମସ୍ତ କାର୍ଯ୍ୟ ତ୍ୱରାନିତ କରିବା ସହିତ ଯଥାଶୀଘ୍ର ସମ୍ପୂର୍ଣ କରିବାକୁ ମନ୍ତ୍ରୀ କହିଛନ୍ତି । ଲୋକସେବା ଭବନ ସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ ବୈଠକରେ ଓଡ଼ିଶା ଜଳ ଯୋଗାଣ ଓ ସ୍ୱେରେଜ ବୋର୍ଡ଼ର ଯନ୍ତ୍ରୀ ମୁଖ୍ୟ ହାଡ଼ିବନ୍ଧୁ ବେହେରା, ମୁଖ୍ୟ ଯନ୍ତ୍ରୀ ବିନୋଦ କୁମାର ସାହୁ ଏବଂ ଓ.ଏସ୍.ଡ଼ି ବସନ୍ତ କୁମାର ପରିଡ଼ା ଉପସ୍ଥିତ ଥିଲେ ।