ଭାଙ୍ଗିଲା ୧୨୨ ବର୍ଷର ରେକର୍ଡ

ଅସହ୍ୟ ତାତି, ଜଳୁଛି ଉତ୍ତର-ଦକ୍ଷିଣ ଭାରତ
ନୂଆଦିଲ୍ଲୀ (ଏଜେନ୍ସି): ଚଳିତ ବର୍ଷ ଦେଶରେ ଅସହ୍ୟ ତାତି ପରିଲକ୍ଷିତ ହୋଇଛି । ବିଶେଷକରି ଉତ୍ତରଦକ୍ଷିଣ ରାଜ୍ୟଗୁଡ଼ିକରେ ରୌଦ୍ରତାପ ପ୍ରଚଣ୍ଡ ହେବାରେ ଲାଗିଛି, ଯାହାକି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ସେହିପରି ଦେଶର ଅଧିକାଂଶ ପ୍ରାନ୍ତରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଛି । ଦୀର୍ଘ ୧୨୨ ବର୍ଷ ପରେ ଦେଶରେ ଏପ୍ରକାର ତାତି ଅନୁୂଭୂତ ହୋଇଛି । ଆଇଏମ୍ଡି (ଭାରତୀୟ ପାଣିପାଗ ବିଭାଗ) ପକ୍ଷରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏପ୍ରକାର ତାପମାତ୍ରା ଅନୁଭୂତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଇଏମ୍ଡି, ଦେଶର ସର୍ବାଧିକ ତାପମାତ୍ରାଯୁକ୍ତ ୫ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛି । ଏହି ୫ ରାଜ୍ୟଗୁଡ଼ିକ ମଧ୍ୟରେ ରାଜସ୍ଥାନ, ଦିଲ୍ଲୀ, ହରିଆଣା, ଉତ୍ତରପ୍ରଦେଶ ଏବଂ ଓଡ଼ିଶା ଆଦି ରାଜ୍ୟ ରହିଛନ୍ତି । ଏହି ୫ ରାଜ୍ୟର ଅଧିକାଂଶ ପ୍ରାନ୍ତରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯିବା ପରେ ସତର୍କ ସୂଚନା ଜାରି କରାଯାଇଛି । ତେବେ ଆସନ୍ତା ମାସ ମେ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏପ୍ରକାର ସ୍ଥିତି ବଳବତ୍ତର ରହିବା ଏବଂ ଏହା ପରେ ବର୍ଷା ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଇଏମ୍ଡି ବୈଜ୍ଞାନିକ ଆରକେ ଜେନାମଣି ଏସମ୍ପର୍କରେ ସୂଚନା ଦେଇଛନ୍ତି ।
ଏସବୁ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବର୍ଷର ଅଧିକାଂଶ ସମୟ ତୁଷାରପାତ ହେଉଥିବା ଜମ୍ମୁ କାଶ୍ମୀରରେ ମଧ୍ୟ ଏବେ ଦୈନିକ ତାପମାତ୍ରା ୪ଠ ଡିଗ୍ରୀରୁ ଅଧିକ ରହୁଥିବା ଦେଖିବାକୁ ମିଳୁଛି । ସ୍ୱଭାବତଃ ଥଣ୍ଡା ପରିବେଶରେ ଜୀବନ ଜିଉଁଥିବା ଜମ୍ମୁ-କାଶ୍ମୀର ବାସୀ ଚଳିତ ବର୍ଷ ପ୍ରଚଣ୍ଡ ରୌଦ୍ରତାପର ଶିକାର ହୋଇଥିବା ବେଳେ ଏହା ସେମାନଙ୍କ ପାଇଁ ଅସ୍ୱାଭାବିକ ପରିସ୍ଥିତି ଉତ୍ପନ୍ନ କରିଦେଇଛି । କେବଳ ସେତିକି ନୁହେଁ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଭଳି ଦେଶର ଅନେକ ରାଜ୍ୟରେ ଏବେ ବିଜୁଳି କାଟ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଜମ୍ମୁ କାଶ୍ମୀରରେ ମଧ୍ୟରେ ବିଦୁ୍ୟତ୍ କାଟ୍ ସହ ପାଣି ସମସ୍ୟା ସୃଷ୍ଟି ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ଦେଶର ଅଧିକାଂଶ ରାଜ୍ୟରେ ସ୍କୁଲ, କଲେଜଗୁଡ଼ିକୁ ସକାଳୁଆ ଖୋଲିବା ପାଇଁ ତଥା ବନ୍ଦ ରଖିବା ପାଇଁ ନିଦେ୍ର୍ଦଶ ଜାରି କରାଯାଇଛି ।
ସମ୍ପ୍ରତି ଦେଶର ଅଧିକାଂଶ ରାଜ୍ୟରେ ତାପମାତ୍ରା ୪ଠ ଡିଗ୍ରୀ ଅତିକ୍ରମ କରିବା ସାଙ୍ଗକୁ ଘନଘନ ବିଜୁଳି କାଟ ଅସ୍ତବ୍ୟସ୍ତ କରିପକାଉଛି । ଏସବୁ ମଧ୍ୟରେ ଦେଶରେ କୋଇଲା ସଂକଟ ବ୍ୟାପକ ହେବା ନେଇ ନିୟମିତ ଭାବେ ଚର୍ଚ୍ଚା ଜାରି ରହିଛି । ଅଂଶୁଘାତଜନିତ ମୃତୁ୍ୟ ସଂଖ୍ୟା ମଧ୍ୟ ଦେଶରେ ବୃଦ୍ଧି ପାଇବାରେ ଲାଗିଛି । ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ରାଜ୍ୟ ସରକାରମାନଙ୍କ ପକ୍ଷରୁ ବ୍ୟାପକ ସତର୍କ ଅଭିଯାନ କାର୍ଯ୍ୟକାରୀ କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *