ଡିସେମ୍ବର ସୁଦ୍ଧା ଘଟକେଶ୍ୱର ପ୍ରକଳ୍ପ

ଗଞ୍ଜାମ ଓ ଗଜପତିରେ ଉଚ୍ଚସ୍ତରୀୟ ପ୍ରଶାସନିକ ଟିମ୍
ବ୍ରହ୍ମପୁର/ମୋହନା/କୁକୁଡ଼ାଖଣ୍ଡି (ବୁ୍ୟରୋ/ଆପ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ଏବଂ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଗଞ୍ଜାମ ଓ ଗଜପତି ଜିଲ୍ଲାଗସ୍ତ କରି ବହୁମୁଖୀ ଜଳସେଚନ ପ୍ରକଳ୍ପ, ବିଦ୍ୟାଳୟ ରୂପାନ୍ତରଣ ଏବଂ ବିଦ୍ୟାଳୟରେ ସୌର-ଶକ୍ତି ବ୍ୟବସ୍ଥା ଆଦି ପ୍ରକଳ୍ପ ଗୁଡ଼ିକର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଛନ୍ତି ।
ଏହି ସର୍ବୋଚ୍ଚ ପ୍ରଶାସନିକ ଟିମ୍ ଘଟକେଶ୍ୱର ବହୁମୁଖୀ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ । ଚଳିତବର୍ଷ ଡିସେମ୍ବର ଶେଷସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ମୁଖ୍ୟ ସଚିବ କାର୍ଯ୍ୟାନ୍ୱୟନ ସଂସ୍ଥାଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
ଘଟକେଶ୍ୱର ବହୁମୁଖୀ ପ୍ରକଳ୍ପ ପ୍ରାୟ ୧୭୨.୦୬ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେଉଛି । ବ୍ରହ୍ମପୁର ସହରଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ଏହି ପ୍ରକଳ୍ପର ଆକାର ୨୩.୫୫ ବର୍ଗ କିଲୋମିଟର । ଏହାଦ୍ୱାରା କୁକୁଡାଖଣ୍ଡି ବ୍ଲକ୍ ଅନ୍ତର୍ଗତ ୪ ଟି ଗ୍ରାମର ପ୍ରାୟ ୬୦୦ ହେକ୍ଟର ଅଧିକ ଜମି ଜଳସେଚିତ ହେବ । ଏହା ବ୍ୟତୀତ ଏହି ପ୍ରକଳ୍ପରୁ ବ୍ରହ୍ମପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଦୈନିକ ୮.୨୫ ଏମ୍.ଏଲ.ଡି ପାନୀୟ ଜଳ ଯୋଗାଇ ଦିଆଯିବ ।
ଏହି ଟିମ୍ କଙ୍କିଆ ଗ୍ରାମ ପଞ୍ଚାୟତର ପୁରୁଣା ପାଟଣା ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଅନୁଧ୍ୟାନ କରିଥିଲେ । ଛାତ୍ରଛାତ୍ରୀମାନେ କିପରି ଉପକୃତ ହେଉଛନ୍ତି ସେସବୁ ବିଷୟରେ ସିଧାସଳଖ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କୁ ଯେକୌଣସି ଜାତୀୟସ୍ତର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମକକ୍ଷ କରିବା ପାଇଁ ମୁଖ୍ୟ ସଚିବ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ୫୫୦ ଟି ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ଏକ ଅଭିନବ ସୌର-ଶକ୍ତି ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା । ପୁରୁଣା ପାଟଣା ଉଚ୍ଚବିଦ୍ୟାଳୟରେ ଏହି ପ୍ରକଳ୍ପକୁ ମୁଖ୍ୟ ସଚିବ ଉଦ୍ଘାଟନ କରିଥିଲେ । ପ୍ରକଳ୍ପର ପ୍ରଶଂସା କରି ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ ଏହା ମାଧ୍ୟମରେ ବିଦ୍ୟାଳୟମାନେ ଦିନତମାମ ନିରବଚ୍ଛିନ୍ନ ବିଦୁ୍ୟତ ପାଇପାରିବେ । ଏହି ପ୍ରକଳ୍ପକୁ ଯୁଦ୍ଧକାଳୀନ ଭିତ୍ତିରେ ୫୫୦ଟି ବିଦ୍ୟାଳୟରେ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଜିଳ୍ଲାପାଳ କୁଲାଙ୍ଗେ ଭି. ଅମୃତା କହିଥିଲେ । ଗଞ୍ଜାମ ଗସ୍ତ ପୂର୍ବରୁ ଏହି ଟିମ୍ ଗଜପତି ଜିଲ୍ଲା ଗସ୍ତ କରି ଛେଳିଗଡ ଜଳସେଚନ ଓ ଜଳବିଦୁ୍ୟତ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ଟିମ୍ ବରିଷ୍ଠ ଅଧିକାରୀମାନେ ନିର୍ମାଣାଧୀନ ଟନେଲ୍ ଭିତରକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ ସହ କ୍ଷେତ୍ରସ୍ତରୀୟ ଯନ୍ତ୍ରୀମାନଙ୍କୁ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ମୁଖ୍ୟ ସଚିବ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଟନେଲ୍ର ୨୦୦ ମିଟର ନିର୍ମାଣ ସରିଛି । ଅବଶିଷ୍ଟ କାର୍ଯ୍ୟ ଅକ୍ଟୋବର ମାସ ମଧ୍ୟରେ ସାରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଟନେଲ୍ ନିର୍ମାଣ ସରିଲେ ଅସ୍ଥାୟୀ ଭାବେ ଚାଷ ପାଇଁ ପାଣି ଯୋଗାଯାଇପାରିବ । ଏହି ପ୍ରକଳ୍ପ ମାଧ୍ୟମରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୬୨୬୦ ହେକ୍ଟରରୁ ଅଧିକ ଜମି ଜଳସେଚିତ ହେବ । ୨୦୨୪ ମସିହା ସୁଦ୍ଧା ପୂରା ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ ଲକ୍ଷ୍ୟ ନେଇ କାର୍ଯ୍ୟସାରଣୀ ପ୍ରସ୍ତୁତ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *