୩ ମନ୍ତ୍ରାଳୟର ବୈଠକ ପରେ ବାହାରିଲା ନିଷ୍କର୍ସ
ନାଲ୍କୋରେ କୋଇଲା ସଂକଟ ପ୍ରସଙ୍ଗ
କଟକ (ବୁ୍ୟରୋ): ହାଇକୋର୍ଟଙ୍କ ନିଦେ୍ର୍ଦଶକ୍ରମେ ନାଲ୍କୋରେ କୋଇଲା ସଙ୍କଟ ଟାଳିବା ଲାଗି କେନ୍ଦ୍ର ଶକ୍ତି ବିଭାଗ, କୋଇଲା ବିଭାଗ, ଖଣି ବିଭାଗ ସଚିବ ମଧ୍ୟରେ ଏକ ବୈଠକ ବସିଥିଲା । ଯେଉଁଥିରେ ରେଳବାଇ ବୋର୍ଡର ଅଧ୍ୟକ୍ଷ, ମହାନଦୀ କୋଲ୍ ଫିଲଡ୍(ଏମ୍ସିଏଲ୍) ଏବଂ ନାଲ୍କୋର ସିଏମ୍ଡ଼ି ସାମିଲ୍ ହୋଇଥିଲେ । ଏହି ବୈଠକର ନିଷ୍କର୍ସ ସଂକ୍ରାନ୍ତରେ ଅଦାଲତଙ୍କୁ ଅବଗତ କରାଯାଇଥିଲା । ଏହି ବୈଠକ ନିଷ୍ପତ୍ତି ଅନୁସାରେ ପ୍ରତିଦିନ ତାଳଚେରକୁ ରେଳବାଇ ପକ୍ଷରୁ ୫୮ରୁ ୬୦ ଟି ରେକ୍ କୋଇଲା ଯୋଗାଇ ଦିଆଯିବ । ମହାନଦୀ କୋଲଡ୍ ଫିଲଡ୍ ପକ୍ଷରୁ ଦାମନଯୋଡିକୁ ପ୍ରତିଦିନ ୦.୮ ରେକ୍ ଅର୍ଥାତ ପ୍ରାୟ ୩,୮୯୦ ଟନ୍ କୋଇଲା ଯୋଗାଇ ଦିଆଯିବ । ଅନୁଗୁଳ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ (ସିପିପି)କୁ ଏମ୍ଜିଆର ବ୍ୟବସ୍ଥା, ସଡ଼କ ପଥ ଏବଂ ଅନ୍ୟ ବ୍ୟବସ୍ଥା ଜରିଆରେ କୋଇଲା ଯୋଗାଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଏମ୍ଜିଆର (ମେରି ଗୋ-ରାଉଣ୍ଡ) (ସ୍ୱତନ୍ତ୍ର ରେଳ ଲାଇନ୍)ରେ ଦୈନିକ ୫ ହଜାରରୁ ୬ ହଜାର ଟନ୍, ସଡ଼କ ବ୍ୟବସ୍ଥାରେ ବ୍ୟବସ୍ଥାରେ ମଧ୍ୟ ସମାନ ପରିମାଣର କୋଇଲା, ଅନ୍ୟ ବ୍ୟବସ୍ଥାରେ ଦୈନିକ ୧ ହଜାରରୁ ୨ ହଜାର ଟନ୍ କୋଇଲା ଯୋଗାଣ କରାଯିବ । ଏମ୍ଜିଆର ବ୍ୟବସ୍ଥାକୁ ଉଭୟ ଏମ୍ସିଏଲ୍ ଏବଂ ନାଲ୍କୋ ଦ୍ୱାରା ସୁଦୃଢୀକରଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ଏହି ନିଷ୍ପତ୍ତି ସଂକ୍ରାନ୍ତରେ ଅଦାଲତଙ୍କୁ ଅବଗତ କରାଯିବା ପରେ ହାଇକୋର୍ଟ ଏହି ଆଧାରରେ କୋଇଲା ଯୋଗାଣ ଚଲାଇ ରଖିବାକୁ ବିଭିନ୍ନ ପକ୍ଷଙ୍କୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଏଥିସହ ପୂର୍ବରୁ ହାଇକୋର୍ଟ ଜାରି କରିଥିବା ରହିତାଦେଶକୁ ହଟାଇ ଦେଇଛନ୍ତି । ନାଲ୍କୋ ଅଫିସର୍ସ ଆସୋସିଏସନ୍ ପକ୍ଷରୁ ଆଗତ ମାମଲାର ଶୁଣାଣି ଅବସରରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ଗଠିତ ଖଣ୍ଡପୀଠ ଏହି ନିଦେ୍ର୍ଦଶ ଦେଇଛନ୍ତି । ହାଇକୋର୍ଟଙ୍କ ନିଦେ୍ର୍ଦଶକ୍ରମେ ଆଜି ନାଲ୍କୋ, ପୂର୍ବତଟ ରେଳବାଇ ଏବଂ ଏମ୍ସିଏଲ୍ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା । ବିଭିନ୍ନ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଦେ୍ର୍ଦଶ ଦେଇଛନ୍ତି । ଏଥିସହ ସଡ଼କ ପଥରେ କୋଇଲା ପରିବହନ ବେଳେ ଅନୁଗୁଳ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରାଯିବ ନାହିଁ । ଏହି କୋଇଲା ଯୋଗାଣକୁ ଏକ ଜରୁରୀକାଳୀନ ପରିସ୍ଥିତି ଭାବେ ଗ୍ରହଣ କରିବାକୁ ହାଇକୋର୍ଟ ଆଦେଶରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ଆସନ୍ତା ମେ ୨ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି ।