ଭକ୍ତ ଦାସିଆ ଐତିହ୍ୟ ପୁଷ୍କରିଣୀ ପୁନରୁଦ୍ଧାର କାର୍ଯ୍ୟର ଭିତ୍ତିପ୍ରସ୍ତର

ପୁରୀ/ପିପିଲି (ବୁ୍ୟରୋ/ଆପ୍ର): ପର୍ଯ୍ୟଟନ, ଓଡ଼ିଆ ଭାଷା ଓ ସାହିତ୍ୟ, ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଭକ୍ତ ଦାସିଆଙ୍କ ଐତିହ୍ୟ ପୁଷ୍କରିଣୀ ଗୋଠଗଡ଼ିଆର ପୁନରୁଦ୍ଧାର କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫୦ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଅନୁଦାନ ରାଶିରେ ଐତିହ୍ୟ ପୁଷ୍କରିଣୀର ଚତୁଃପାର୍ଶ୍ୱ ପଥର ପ୍ୟାକିଂ, ଆଲୋକୀକରଣ, ପାଦଚଲା ରାସ୍ତା ଓ ଦୀପଦାଣ୍ଡି ନିର୍ମାଣ କାର୍ଯ୍ୟ ହେବ । ଏଥିନିମନ୍ତେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆସନ୍ତାକାଲି ଠାରୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହାର ସୌନ୍ଦର୍ଯ୍ୟକରଣ ସହ ଆଲୋକୀକରଣ ବ୍ୟବସ୍ଥା କରାଯାଇ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଭବିଷ୍ୟତରେ ଅଧିକ ଆକର୍ଷଣୀୟ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଥିଲେ । ଜୁଲାଇ ୧୭ ମଧ୍ୟରେ ଏହି ପବିତ୍ର ଗୋଠଗାଡ଼ିଆର ପୁନରୁଦ୍ଧାର ଓ ଉନ୍ନତିକରଣ କାର୍ଯ୍ୟ ଶେଷ ହେବ । ଏହି ଅବସରରେ ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ସମ୍ପାଦକ ଡ. ଘନଶ୍ୟାମ ସ୍ୱାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁଭାଷ ଚନ୍ଦ୍ର ନାଥଶର୍ମା, ବିଡିଓ ରଶ୍ମିତା ନାଥ, ତହସିଲ୍ଦାର ପୁନମ ମହାପାତ୍ର, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତି ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ପୂର୍ତ୍ତ ବିଭାଗ ପୁରୀର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଅଜିତ୍ ପ୍ରସାଦ ମହାପାତ୍ର, ସହକାରୀ ଯନ୍ତ୍ରୀ ଶଶିଭୂଷଣ ମହାନ୍ତି, କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ନାୟକ, ପିପିଲି ବ୍ଲକ୍ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଗଦାଧର ଦାଶ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ସ୍ଥାନୀୟ ସରପଞ୍ଚ ରଶ୍ମିତା ସେନାପତି, ବରିଷ୍ଠ ନେତା ଇଶ୍ୱର ପ୍ରାସାଦ ଦାଶଙ୍କ ସମେତ ସ୍ଥାନୀୟ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *