ବିଦେଶ ମନ୍ତ୍ରୀ ଭାବେ ବିଲୱାଲ୍ଙ୍କ ଶପଥ
ଇସଲାମାବାଦ୍,(ଏଜେନ୍ସି): ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୂଟୋଙ୍କ ପୁଅ ବିଲାୱାଲ ଭୁଟୋ ଜର୍ଦ୍ଦାରୀ ପାକିସ୍ତାନର ନୂଆ ବୈଦେଶିକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ ରାଷ୍ଟ୍ରପତି ଆରିଫ ଆଲଭି ୩୩ବର୍ଷିୟ ବିଲାୱାଲଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶାହବାଜ ନୱାଜ, ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କ ସମେତ ପିପିପିର ବହୁ ନେତା ଏହି ଉତ୍ସବରେ ସାମିଲ ହୋଇଥିଲେ । ଏଥିପୂର୍ବରୁ ବିଲୱାଲ ଲଣ୍ଡନ ଗସ୍ତ କରି ନୱାଜ ସରିଫଙ୍କ ସହିତ ସାକ୍ଷାତ କରିଥିଲେ । ଏହି ସମୟରେ ସେ ଦେଶର ପରିସ୍ଥିତି ସମ୍ପର୍କରେ ନୱାଜ ସରିଫଙ୍କ ସହିତ ଆଲୋଚନା କରିଥିଲେ । ତେଣୁ ଦେଶର ଭଲ ପାଇଁ ସେ କାମ କରିବେ ବୋଲି ବିଲୱାଲ କହିଥିଲେ । ଏହାପର ଠାରୁ ତାଙ୍କୁ ଶାହବାଜଙ୍କ ନେତୃତ୍ୱାଧିନ ସରକାରରେ ବଡ଼ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହୋଇଥିଲା ।