ତାଞ୍ଜାବୁର ରଥଯାତ୍ରାରେ ଅଘଟଣ
କରେଣ୍ଟ ଲାଗି ୧୧ ମୃତ
ତାଞ୍ଜାବୁର, ୨୭ା୪: ତାମିଲନାଡୁର ତାଞ୍ଜାବୁରରେ ଏକ ମନ୍ଦିର ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ହେବା ସମୟରେ ରଥରେ କରେଣ୍ଟ ଲାଗି ୨ଶିଶୁଙ୍କ ସମେତ ୧୧ଜଣ ଲୋକଙ୍କ ମୃତୁ୍ୟ ଘଟିଛି । ବହୁ ଶ୍ରଦ୍ଧାଳୁ କରେଣ୍ଟ ମାଡରେ ଆହତ ହୋଇଛନ୍ତି । ଦୁର୍ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ୍ ଜଣିକିଆ କମିଶନ ଗଠନ ସହ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ।
୯୪ତମ ପାରମ୍ପରିକ ଅପ୍ପର ଗୁରୁପୂଜା ଉତ୍ସବରେ ଏହି ଦୁର୍ଘଟଣା ଘଟିଛି । ଉତ୍ସବ ଅବସରରେ ମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ଆୟୋଜନ କରାଯାଇଥିଲା । ସେଥିରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ରଥ ଟଣା ଯାଉଥିବା ରାସ୍ତାର ୨୩ ଫୁଟ ଉପରେ ଥିବା ହାଇ ଟେନ୍ସନ୍ ବିଦୁ୍ୟତ୍ ତାର ସହ ରଥ ପତାକା ଲାଗିଯିବାରୁ ମୁହୂର୍ତ୍ତକ ମଧ୍ୟରେ ରଥ ଜଳିଯିବା ସହ ୧୧ଜଣ ଶ୍ରଦ୍ଧାଳୁଙ୍କ ମୃତୁ୍ୟ ଘଟିଲା ବୋଲି ପାରମ୍ପରିକ ତଦନ୍ତରୁ ଜଣାପଡିଛି । ରଥର ଉଚ୍ଚତା ୯ଫୁଟ । ତେବେ ରଥ ପଛପଟେ ଥିବା ଜେନେରେଣ୍ଟର କରେଣ୍ଟରେ ଦୁର୍ଘଟଣା ଘଟିଥିବା କେହି କେହି ସନେ୍ଦହ କରୁଛନ୍ତି ।
ରଥଯାତ୍ରା ଆରମ୍ଭ କରାଯିବା ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ ଆଖପାଖର ହାଇ ଟେନ୍ସନ୍ ଇଲେକ୍ଟ୍ରିକ୍ ତା’ର ପ୍ରତି ଧ୍ୟାନ ଦିଆଯାଇନଥିଲା । ରଥ ଟଣାଯିବା ସମୟରେ ପାଖରେ ୫୦ଜୁ ଅଧିକ ଶ୍ରଦ୍ଧାଳୁ ଥିଲେ ।