ଲୋକକଳାକୁ ପ୍ରୋତ୍ସାହନ ପାଇଁ ନିଷ୍ପତ୍ତି
ଜିଲ୍ଲା ପରିଷଦ ବୈଠକ
ଢେଙ୍କାନାଳ(ଆପ୍ର):ଢେଙ୍କାନାଳ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦର ୩ୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ଆଶା ଓଆକାଂକ୍ଷା ପୂରଣ ଦିଗରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ବିଭାଗୀୟ ଅଧିକାରୀ ମାନେ ସହଯୋଗ କରିବାକୁ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପରାମର୍ଶ ଦେଇଛନ୍ତି । ଦାୟିତ୍ୱବୋଧତାର ମନୋଭାବ ନେଇ କର୍ତ୍ତବ୍ୟ ସମ୍ପାଦନ କରିବାକୁ ବିଧାୟକ ନୃସିଂହ ଚରଣ ସାହୁ କହିଥିିଲେ । ବିଧାୟିକା ସୀମାରାଣୀନାୟକ ଯୋଗଦେଇ ନିର୍ବାଚିତ ଅଧିକାରୀ ମାନେ ଜନସାଧାରଣଙ୍କ ସହିତ ଯୋଗାଯୋଗ ରକ୍ଷା କରି ଉନ୍ନୟନ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ଅଧିକାରୀ ମାନେ ନିର୍ବାଚିତ ପ୍ର୍ତିନିଧିମାନଙ୍କ ସହିତ ସମନ୍ୱୟ ରକ୍ଷା କରି ସେମାନଙ୍କ ଦ୍ୱାରା ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିିକର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ କହିଛନ୍ତି । ଜିଲ୍ଲାର ସମସ୍ତ ୨୧୨ଟି ପଞ୍ଚାୟତରେ ରୁରାଲ ପାର୍କ, ମଡେଲ ରୋଡ, ପୋଖରୀ କରାଯିବ । ପଞ୍ଚାୟତ ଆୟବୃଦ୍ଧି ଏବଂ ଆବଶ୍ୟକତାର ପୂରଣ ନିମନ୍ତେ ବିଭିନ୍ନ ପ୍ରକଳ୍ପ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି । ଅମୃତ ଯୋଜନାରେ ଜିଲ୍ଲରେ ୭୫ଟିପୋଖରୀ ଖୋଳାଯିବ ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲାର ସାମଗ୍ରିକ ବିକାଶ ନିମନ୍ତେ ସ୍ୱାସ୍ଥ୍ୟ ଶିକ୍ଷା,ଗମନାଗମନ,ସାମାଜିକ ସୁରକ୍ଷା ଆଦି ଉପରେୁ ପ୍ରାଧାନ୍ୟ ଦେବାକୁ ମଧ୍ୟ କହିଥିଲେ । ବୈଠକରେ ଶିକ୍ଷାର ଗୁୂଣାତ୍ମକ ବିକାଶ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଦୁ୍ୟତ୍ କରଣ,ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା,ଯୋଗାଣ ଏବଂ ଖାଦ୍ୟ ସୁରକ୍ଷା, ଆବାସ ଯୋଜନା, ବୃକ୍ଷ ରୋପଣ, ବନୀକରଣ, କୃଷିର ଉନ୍ନତି ସମ୍ପର୍କରେ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ପରିଷଦ ସଭ୍ୟମାନେ ଆଲୋଚନା କରିଥିଲେ । ଜିଲ୍ଲା ଡିଆର ଡିଏର ୨କୋଟି ୧୫ଲକ୍ଷ ୪୬ ହଜାର ୮ଶହ ଟଙ୍କାର ଅନୁମୋଦନ ହୋଇଥିଲା । ଏମଜିଏନଆରଇଜିଏସ ଯୋଜନାରେ ଜିଲ୍ଳାର ୨ଲକ୍ଷ ୫୧ ହଜାର ୩୮୦ ପରିବାରର ୬ ଲକ୍ଷ ୧୨ ହଜାର ୧୭୯ଜଣ ଶ୍ରମିକ ନାମପଞ୍ଜିକରଣ କରାଇଛନ୍ତି । ୨୦୨୧-୨୨ ଆଥିର୍କ ବର୍ଷରେ ୨୧ଲକ୍ଷ ୨୭୨ ହଜାର ଟଙ୍କା ଖର୍ଚ୍ଚ କରାଯାଇ ୭୫ଲକ୍ଷ ୭୪ ହଜାର ୫୭୧ ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଠାରୁ ଅନାବଦ୍ଧ ରାଶି ଭାବେ ୧ କୋଟି ୭୬ଲକ୍ଷ ୧୦ ହଜାର ୧୭୬ଟଙ୍କା ମିଳିବାକୁ ଥିବା ବେଳେ ଆବଦ୍ଧ ରାଶି ଭାବରେ ୨ କୋଟି ୬୪ଲକ୍ଷ ୧୫ ହଜାର ୨୮୦ଟଙ୍କା ମିଳିବ । ସେହିପରି ଡିଭୋଲେସନ ଫଣ୍ଡ୍ ଭାବେ ୨ କୋଟି ୩୩ ଲକ୍ଷ ୧୪ ହଜାର ୬୪୦ଟଙ୍କା ମିଳିବାର ଅଛି ବୋଲି ପ୍ରକାଶ କରିଥିଲେ । ଜିଲ୍ଲାର କଳା ସଂସ୍କୃତି,ଡୋକ୍ରା କାରୁାକାର୍ଯ୍ୟ, କୁଟୀର ଶିଳ୍ପ ହସ୍ତଶିଳ୍ପର ପ୍ରଚାର ପ୍ରସାର କରି ଏହାର ବିକାଶ ପାଇଁ ଜୁନ ମାସର ପ୍ରଥମ ସପ୍ତାହରେ ସପ୍ତଶଯ୍ୟା ଲୋକକଳା ମହୋତ୍ସବ ସଦେଇବେରେଣୀ କଳାକୃତି ଗ୍ରାମଠାରେ ଆୟୋଜନ କରାଯିବାକୁ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲାପରିଷଦର ସମସ୍ତ ସଭ୍ୟ,ସଭ୍ୟା.ପଞ୍ଚାୟତ ସମିତି ଅଧ୍ୟକ୍ଷା, ଲଇନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।