ସଚେତନ ରୁହ ଲୋକଙ୍କୁ ସଚେତନ କର

କୋଭିଡ୍ ପରିଚାଳନା ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲାପାଳଙ୍କ ଓସୱାନ ଗୃହରେ ଭିଡିଓ କନଫରେନସିଂ ମାଧ୍ୟମରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ କୋଭିଡ୍ ପରିଚାଳନା ଏବଂ ଉନ୍ନୟନ ମୂଳକ ବୈଠକ ଅନୁଷ୍ଠିତ ହୋଇଛି । ଦେଶର ୧୦ରୁ ଊଦ୍ଧ୍ୱର୍ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ନିଜେ ସଚେତନ ହୋଇ ଲୋକଙ୍କୁ ସଚେତନ କରିବାକୁ ସେ ଜନ ସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଉପଜିଲ୍ଲାପାଳ, ବିଡିଓ, ତହସିଲଦାରମାନେ ଜନ ସଚେତନତା ସୃଷ୍ଟି ପାଇଁ ମାସକୁ ଥରେ ମାଇକ୍ ଦ୍ୱାରା କୋଭିଡ ବିଷୟରେ ସଚେତନ କରିବାକୁ ପରାମର୍ଶ ଦେଇଥିଲେ ।
ଜିଲ୍ଲାରସମସ୍ତ ୨ହଜାର ୨ଶହ ଅଙ୍ଗନୱାଡି କେନ୍ଦ୍ରକୁ ପାନୀୟ ଜଳ ଯୋଗାଣ, ବିଦୁ୍ୟତ ସଂଯୋଗ, ଶୌଚାଳୟ ଓ ମୋ ଉପକାରୀ ବିଗିଚା ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲାରେ ବାକିଥିବା ୧୦୫ଟି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟକୁ ମେ ୧୦ ମଧ୍ୟରେ ଶେଷ କରିବାକୁ କହିବା ସହ ବିଧବାଙ୍କୁ ଭତ୍ତା ପ୍ରଦାନ ବ୍ୟବସ୍ଥା କରିବାକୁ କହିଥିଲେ । ଏହାସହ ସମସ୍ତ ବିଭାଗୀୟ ଅଧିକାରୀ, ବିଡିଓ, ତହସିଲଦାର ନିଜ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି କରି ସମସ୍ୟାର ସମାଧାନ କରିବାକୁ କହିଛନ୍ତି । ଜଳକ୍ଲିଷ୍ଟ ଅଞ୍ଚଳରେ ସମସ୍ତ ନଳକୂଅକୁ କାର୍ଯ୍ୟକ୍ଷମ କରିବା ସହିତ ଦରକାର ହେଲେ ଟ୍ୟାଙ୍କର ଯୋଗେପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରତି ପଞ୍ଚାୟତରେ ମଡେଲ ରୁରାଲ ପାର୍କ, ପୋଖରୀ, ରାସ୍ତାଘାଟ ନିର୍ମାଣ କାର୍ଯ୍ୟ ସ୍ଥାନୀୟ ଲୋକଙ୍କ ଦ୍ୱାରା କରିବାକୁ ଅଧିକାରୀମାନଙ୍କୁ କହିଥିଲେ । ସେହିପରି ଅନ୍ୟାନ୍ୟ ଯୋଜନା ଓ ପ୍ରକଳ୍ପ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।
ତେବେ ଚଳିତ ୨୯ରୁ ମାଟି୍ରକ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଜିଲ୍ଲାର ୯୨ କେନ୍ଦ୍ରରେ ୧୭ ହଜାର ୭୭୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷାକୁ ଅବାଧ, ମୁକ୍ତ ଏବଂ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଥିଲେ । ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଦେଖାଦେଇଥିବାରୁ ସମସ୍ତ ଜନସାଧାରଣଙ୍କୁ କୋଭିଡ ଟିକା ନେବାକୁ କହିଥିଲେ । ବୈଠକରେ ଅତିରିକ୍ତ ଏସପି ପୁରୁଷୋତ୍ତମ ସେଠୀଙ୍କ ସହିତ ସଦର ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ଅତିରକ୍ତି ଜିଲ୍ଲା ଚିକିିତ୍ସାଧାୀକାରୀ ଜ୍ୟୋତିଷ ଚନ୍ଦ୍ର ମହାପାତ୍ର ଓ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *