ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଘର
ଆବାସ ଯୋଜନାରେ ମହାଦୁର୍ନୀତି
ଫୁଲବାଣୀ (ବୁ୍ୟରୋ): କନ୍ଧମାଳ ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀ ପୌର ପରିଷଦରେ ଆବାସ ଯୋଜନାରେ ମହା ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି । ଆବାସ ଯୋଜନାରେ ଗୋଟିଏ ଗୋଟିଏ ପରିବାର ୫ ଟି ଲେଖାଏ ଘର ହାତେଇଥିବା ବେଳେ ପ୍ରକୃତ ହିତାଧିକାରୀ ଏଥିରୁ ବାଦ୍ ପଡ଼ିଥିବା ଅଭିଯୋଗ ହୋଇଛି । ଆବାସ ଚୟନରେ ଘୋର ଅନିମିୟତା ଦେଖିବାକୁ ମିଳିଛି । ଏପରିକି ଗୋଟିଏ ପରିବାର ୪ରୁ ୬ଟି ଲେଖାଏ ଆବାସ ଯୋଜନାରେ ଘର ହାତେଇଛନ୍ତି ।
ଯାହାର ଭିଜିଲାନନ୍ସ ତଦନ୍ତ ହେବା ନିହାତି ଆବଶ୍ୟକ ବୋଲି ଦାବି କରିଛନ୍ତି ହିତାଧିକାରୀ । ସେହିପରି ଉଷା ସର୍ଭେରେ ମଧ୍ୟ ଅନିୟମିତା କରାଯାଇ ଚାକିରିଆ ଓ ଥିଲାବାଲା ଲୋକଙ୍କୁ ଚୟନ କରାଯାଇଛି । ଯାହାର ତଦନ୍ତ ହେବା ଆବଶ୍ୟକ । ବହୁ ଗରିବ ବାସହରା ଲୋକ ଯୋଜନାରୁ ବଞ୍ଚିତ ରହିଛନ୍ତି । ତୁରନ୍ତ ସଠିକ ଢଙ୍ଗରେ ତଦନ୍ତ କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ଘର ଦେବା ପାଇଁ ବରିଷ୍ଟ ଆଇନଜୀବୀ ତଥା ଜାଗ୍ରତ କନ୍ଧମାଳର ମୁଖ୍ୟ ସମ୍ପାଦକ ସତ୍ୟ ନାରାୟଣ ବେହେରା ଦାବି କରିଛନ୍ତି ।