ୟୁରୋପୀୟ ଦେଶ ଚୁପ୍ କାହିଁକି?

ୟୁକ୍ରେନ-ଯୁଦ୍ଧ ନେଇ ଜୟଶଙ୍କରଙ୍କ କଡ଼ା ଜବାବ
ନୂଆଦିଲ୍ଲୀ,(ଏଜେନ୍ସି): ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ଭାରତକୁ ଉପଦେଶ ଦେଉଥିବା ୟୁରୋପୀୟ ଦେଶମାନଙ୍କୁ କଡ଼ା ଜବାବ ଦେଇଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ବାର୍ଷିକ ଭୂ-ରାଜନେତିକ ଓ ଭୂ-ଅର୍ଥନୈତିକ ସମ୍ମିଳନୀ ରାଇସିନା ଡାଇଲଗରେ ଯୋଗ ଦେଇ ଜୟଶଙ୍କର କହିଛନ୍ତି ଯେ, ଗତବର୍ଷ ଯେତେବେଳେ ଏସିଆରେ ନିୟମ ଭିତ୍ତିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା, ସେତେବେଳେ ପାଶ୍ଚାତ୍ୟ ଦେଶମାନେ ଅଧିକ ବ୍ୟବସାୟ ବାଣିଜ୍ୟ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଏବେ ୟୁକ୍ରେନ ସଙ୍କଟ ବେଳେ ଭାରତ କେବେ ବି ପାଶ୍ଚାତ୍ୟ ଦେଶମାନଙ୍କୁ କୌଣସି ଉପଦେଶ ଦେଉନାହିଁ ।
ଗତବର୍ଷ ଆଫଗାନିସ୍ତାନରୁ ଆମେରିକୀୟ ତଥା ନାଟୋ ମେଣ୍ଟର ସୈନ୍ୟମାନଙ୍କୁ ତରବରିଆ ଭାବେ ପ୍ରତ୍ୟାହାର କରିନିଆଯିବା ଫଳରେ ତାଲିବାନୀମାନେ ଅକ୍ଳେଶରେ କାବୁଲ୍ ଦଖଲ କରିନେଇ ପୂର୍ବ ଭଳି ଅତ୍ୟାଚାର ଆରମ୍ଭ କରିଦେଲେ । ସେତେବେଳେ ୟୁରୋପୀୟ ଦେଶମାନେ ନିରବତା ଅବଲମ୍ବନ କରିଥିଲେ । ଆଫଗାନିସ୍ତାନରେ ଗଭୀର ମାନବୀୟ ସଙ୍କଟ ଓ ମୌଳବାଦ ଫେରିବା ପ୍ରସଙ୍ଗରେ ୟୁରୋପୀୟ ଦେଶମାନେ କୌଣସି ପଦକ୍ଷେପ ନେବା ତ ଦୂରର କଥା ବିଭିନ୍ନ ପ୍ରକାର ଉପଦେଶ ଦେଉଥିଲେ । ତେବେ ୟୁକ୍ରେନ ଯୁଦ୍ଧ ଆଜିର ଏକ ବଡ଼ ପ୍ରସଙ୍ଗ । କିନ୍ତୁ ଏହାର ପ୍ରଭାବ ଏସିଆ ଓ ଆଫି୍ରକୀୟ ଦେଶମାନଙ୍କ ଉପରେ ବି ପଡ଼ୁଛି । ସେମାନଙ୍କୁ ମହଙ୍ଗା ଖାଦ୍ୟ ଦ୍ରବ୍ୟ ଏବଂ ତୈଳଦରର ଚାପ ସହ୍ୟ କରିବାକୁ ପଡୁଛି । ତେଣୁ ଏପରି ସମୟରେ ୟୁରୋପୀୟ ଦେଶଗୁଡିକର ନିରବତା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *