ଚନ୍ଦନପୋଖରୀ ଓ ଶିରୁଳି ମନ୍ଦିର ରାସ୍ତା ହେବ ନବୀକରଣ

ପୁରୀ (ବୁ୍ୟରୋ): ମଙ୍ଗଳବାର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ପୁରୀ ସଦର ବ୍ଲକ୍ ଶିରୁଳି ମହାବୀରଙ୍କଠାରେ ଥିବା ଶିରୁଳି ମହାବୀରଙ୍କ ଚନ୍ଦନ ପୁଷ୍କରିଣୀର ନବୀକରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହିତ ବାକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରିତ ପୂର୍ଣ୍ଣାଙ୍ଗ କରିବାକୁ ଗୁରୁତ୍ୱ ଦେଇଛନ୍ତି । ଚନ୍ଦନ ପୁଷ୍କରିଣୀର ଉନ୍ନତୀକରଣ ଓ ରାସ୍ତାର ସଂପ୍ରସାରଣ ପାଇଁ ଆବଶ୍ୟକ ହେଉଥିବା ଅଧିକ ଅର୍ଥର ତୁରନ୍ତ ମଞ୍ଜୁର କରିବା ଲାଗି ଉପସ୍ଥିତ ଥିବା ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଅନୁରୋଧ କରିଛନ୍ତି ।
ସେହିପରି ବୀରନରସିଂହପୁରଠାରୁ କହ୍ନେଇ ବିଦ୍ୟାଧରପୁର ପଞ୍ଚାୟତର ଶିରୁଳି ମହାବୀର ପର୍ଯ୍ୟନ୍ତ ୧୩ କିମି ରାସ୍ତାକୁ ସଂପ୍ରସାରଣ ଓ ଉନ୍ନତୀକରଣ କରିବା ଲାଗି ତୁରନ୍ତ ଡିପିଆର୍ ପ୍ରସ୍ତୁତ କରିବାକୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଗସ୍ତ ସମୟରେ ଭାଇଲ୍ପୁର ପଞ୍ଚାୟତର ରୁଆଠାରେ ବୈଷୟିକ ଶିକ୍ଷା ବିଭାଗ ତରଫରୁ ନିର୍ମିତ ଶିଳ୍ପ ତାଲିମ୍ ଅନୁଷ୍ଠାନର ସ୍ଥିତି ଅନୁଧ୍ୟାନ କରିଥିଲେ । ୭ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ଶିଳ୍ପ ତାଲିମ୍ ଅନୁଷ୍ଠାନକୁ ଶୀଘ୍ର ଶେଷ କରିବାକୁ ଶ୍ରୀ ଦାସବର୍ମା ଗୁରୁତ୍ୱାରୋପ କରିଛନ୍ତି । ନିର୍ମାଣ ଶିଳ୍ପର ଅଗ୍ରଗତି ଆଶାନୁରୂପ ହେଉ ନ ଥିବାରୁ ଶ୍ରୀ ଦାସବର୍ମା ଉଦ୍ବେଗ ପ୍ରକାଶ କରିବା ସହିତ ଚଳିତ ଶିକ୍ଷାବର୍ଷରେ ଏହାର କାର୍ଯ୍ୟକୁ ଶେଷ କରିବାକୁ ଉପସ୍ଥିତ ଥିବା ପୂର୍ତ୍ତ ବିଭାଗ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏହି ଗସ୍ତ ସମୟରେ ସର୍ବୋଚ୍ଚ ଯନ୍ତ୍ରୀ ତାରାପ୍ରସାଦ ମିଶ୍ର, ଅଧୀକ୍ଷଣ ଯନ୍ତ୍ରୀ ଅଜିତ୍ ମହାପାତ୍ର ଓ ପୁରୀ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *