ୟୁକ୍ରେନକୁ ଟ୍ୟାଙ୍କ ଯୋଗାଇବ ଜର୍ମାନୀ

ରୁଷର ଧମକ ବେକାର
କିବ୍/ମସ୍କୋ,(ଏଜେନ୍ସି): ରୁଷର ଧମକ ସତ୍ତ୍ୱେ ୟୁକ୍ରେନକୁ ୫୦ ଗେପର୍ଡ ଟ୍ୟାଙ୍କ ଯୋଗାଇବ ବୋଲି ଜର୍ମାନ ଏବେ ପ୍ରସ୍ତୁତ । ଯଦ୍ୱାରା ଏହି କାରଣରୁ ଜର୍ମାନୀଙ୍କୁ ବିଶ୍ୱ ଦରବାରରେ ଅନେକ ପ୍ରଶ୍ନର ସମ୍ମୁଖିନ ହେବାକୁ ପଡିବ । ୟୁରୋପିଆନ ଦେଶର ସୁରକ୍ଷା ପାଇଁ ଯେଉଁ ପ୍ରତିଜ୍ଞା କରିଥିଲା, ୟୁକ୍ରେନକୁ ଟ୍ୟାଙ୍କ୍ ବିକ୍ରିକରି ସେହି ସବୁ ପ୍ରତିଜ୍ଞାକୁ ଜର୍ମାନ ବେଖାତିର କରିଛି । ଜର୍ମାନର ଡିଫେନ୍ସ ଇଣ୍ଡଷ୍ଟ୍ରି ଏହି ଟ୍ୟାଙ୍କ ବିକ୍ରି କରିବା ପାଇଁ ଗତ ଫେବୃଆରୀରୁ ପ୍ରସ୍ତୁୂତି କରିଚାଲିଛି । ମାତ୍ର ସ୍କୋଲଜର ବା ସେନା ସରକାର ଏହାକୁ ମଞ୍ଜୁରୀ ଦେଇନଥିଲା । ମାତ୍ର ସରକାରଙ୍କ ଏପରି ନିଷ୍ପତ୍ତି ଉପରେ ଦେଶବାସୀ କ୍ଷୁବ୍ଧ ହୋଇଥିଲେ । ପରେ ଜର୍ମାନ ସରକାର ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରି ୟୁକ୍ରେନକୁ ଟ୍ୟାଙ୍କ ଯୋଗାଇବାକୁ ପ୍ରସ୍ତୁତ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *