ପୁତିନ୍ଙ୍କ ସିକ୍ରେଟ ମହିଳା ସପୋର୍ଟର
ବର୍ଷକୁ ଦରମା ୬ଠ କୋଟି
ମସ୍କୋ,(ଏଜେନ୍ସି): ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ୍ଙ୍କ ବହୁ ନିକଟ ସମ୍ପର୍କିୟ ତାଙ୍କୁ କରଛଡା ଦେଲେ । ଏପରିକି ତାଙ୍କର ପାଳିତା କନ୍ୟା କେନସିଆ ସୋବଚାକୋ ତାଙ୍କ ବିରୋଧରେ ଦେଶ ଛାଡ଼ି ଇସ୍ରାଏଲର ନାଗରିକତ୍ୱ ଗ୍ରହଣ କରିବାକୁ ବାଧ୍ୟ ହେଲେ । ପରେ ତାଙ୍କ ବଡ଼ ଝିଅ ଡ. ମାରିଆ ବୋରତସୋଭା ଦେଶ ଛାଡିବାକୁ ପ୍ରସ୍ତୁତ ହେଉଥିବା ଜାଣି ତାଙ୍କ ପିତା ପୁତିନ୍ ଝିଅର ବିଦେଶ ଯାତ୍ରା ଉପରେ କଟକଣା ଲଗାଇଥିଲେ । ଏପରିକି ଏହି ଯୁଦ୍ଧ ପରେ ଦେଶର ବହୁ ବରିଷ୍ଠ ସେନା ଜେନେରାଲ ପୁତିନ୍ଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ତେବେ ଏସବୁ ଭିତରେ ରାଷ୍ଟ୍ରପତି ପୁତିନଙ୍କ ଜଣେ ସିକ୍ରେଟ ମହିଳା ସପୋର୍ଟର ରହିଛନ୍ତି, ଯିଏ ଏବେ ତାଙ୍କ ସହିତ ଛାଇ ଭଳି ରହିଛନ୍ତି ।
ଏହି ମହିଳା ହେଉଛନ୍ତି ପୁତିନଙ୍କ ସିକ୍ରେଟ ପ୍ରେମିକା ଏଲିନା । ଏହି ସମ୍ପର୍କକୁ ଲୁଚାଇବା ପାଇଁ ପୁତିନଙ୍କ ପ୍ରଚେଷ୍ଟା ବିଫଳ ହେଲା । ଅଲମ୍ପିକ ଗୋଲ୍ଡ ମେଡାଲିଷ୍ଟ ଏଲିନା ନିଜର ଆଥଲେଟ୍ସ ମାନଙ୍କ ସହିତ ୟୁକ୍ରେନ ବିପକ୍ଷ ଯୁଦ୍ଧରେ ସବୁପ୍ରକାର ସପୋର୍ଟ ଦେବାକୁ ପଛାଉ ନାହାନ୍ତି । ୬୯ବର୍ଷିୟ ପୁତିନଙ୍କ ୩୮ବର୍ଷିୟା ପ୍ରେମିକା ଏଲିନା କାୱେବାଙ୍କ ସମ୍ପର୍କ ୨୦୦୮ ମସିହରୁ ଆରମ୍ଭ । ଏହି ସମ୍ପର୍କକୁ ନେଇ ସେ ସମୟରେ ବହୁ ଚର୍ଚ୍ଚା ମଧ୍ୟ ହୋଇଥିଲା । ପୁଲିସରେ କାର୍ଯ୍ୟରତ ସ୍ୱାମୀଙ୍କୁ ଛାଡ଼ି ଏଲିନା ପରେ ପୁତିନଙ୍କ ସରକାରରେ ଜଣେ ସାଂସଦ ହୋଇଥିଲେ । ଏପରି ସମୟରେ ୨୦୧୩ରେ ପୁତିନ ନିଜ ପତ୍ନୀ ଲୁ୍ୟଡମିଲାଙ୍କ ଠାରୁ ଛାଡ଼ପତ୍ର ନେଇଥିଲେ । ପରେ ଏଲିନାଙ୍କୁ ଦେଶର ପ୍ରଥମ ମହିଳା ଭାବେ ସମସ୍ତେ ଜାଣନ୍ତି । ଜଣେ ଜିମନାଷ୍ଟ, ରାଜନେତା ବ୍ୟତିତ ଏଲିନା ଜଣେ ମିଡିଆ ଟାଇକୋନ୍ ଭାବେ ପରିଚିତ । ରୁଷର ନ୍ୟାସନାଲ ମିଡିଆ କାଉନସିଲ୍ର ଚେୟାରପର୍ସନ ମଧ୍ୟ ଅଛନ୍ତି । ଆଉ ତାଙ୍କର ବାର୍ଷିକ ଦରମା ୬୦କୋଟି । ଦେଶର ପ୍ରମୁଖ ଖବରକାଗଜ ଓ ଟିଭି ଚାନେଲ ସହିତ ଏଲିନାଙ୍କ ଭଲ ସମ୍ପର୍କ ରହିଛି । ୟୁକ୍ରେନ ବିରୋଧ ଯୁଦ୍ଧକୁ ଜୋରଦାର କରିବାକୁ ପୁତିନଙ୍କ ସହାୟତା କରିବା ପାଇଁ ଏଲିନା ଦେଶର ମିଡିଆକୁ ଅସ୍ତ୍ର କରିଛନ୍ତି ବୋଲି ପୁତିନଙ୍କ ବିରୋଧୀ ଅଭିଯୋଗ କରିଛନ୍ତି ।