ସୁଶାସନ ପାଇଁ ସ୍ମରଣୀୟ ରହିବେ

ଭୁବନେଶ୍ୱର (ବୁ୍ୟରୋ): ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ତାଙ୍କର ଜନସେବା, ସ୍ୱଦେଶପ୍ରୀତି ଓ ସୁଶାସନ ନିମନ୍ତେ ଚିରସ୍ମରଣୀୟ ରହିବେ । ଓଡ଼ିଶାରେ ଶିକ୍ଷା ପ୍ରସାରରେ ତାଙ୍କର ପ୍ରମୁଖ ଭୂମିକା ରହିଥିବାବେଳେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ପ୍ରଭାବୀ ଅବଦାନକୁ ଓଡ଼ିଆ ଜାତି କୃତଜ୍ଞତାର ସହ ସ୍ୱୀକାର କରିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରକାଶ କରିଛନ୍ତି ।
ସୂଚନା ଓ ଲୋକସଂପର୍କ ବିଭାଗ ଓ ଭୁବନେଶ୍ୱରସ୍ଥିତ ପାରଳା ଗଜପତି ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ଜୟଦେବ ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଚସ୍ପତି ଉପରୋକ୍ତ ମତପୋଷଣ କରିଥିଲେ । ବିଧାୟକ ପ୍ରଫୁଲ୍ଲ ସାମଲ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ । ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ପାରଳା ମହାରାଜାଙ୍କୁ ବିକାଶ ଓ ସ୍ୱାଭିମାନର ପ୍ରତୀକ ଭାବରେ ଉଲ୍ଲେଖ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । “ଉକ୍ରଳ ପ୍ରସଙ୍ଗ’ ଓ “ଓଡ଼ିଶା ରିଭୁ୍ୟ’ର ସଂପାଦକ ଡ. ଲେନିନ ମହାନ୍ତି ମହାରାଜାଙ୍କ କୃତି ଓ କୀର୍ତ୍ତି ଉପରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶିକ୍ଷାବିତ୍ ଓ ଗବେଷକ ଡ. ଗିରୀଶ ପ୍ରସାଦ ସ୍ୱାଇଁ ପାରଳା ମହାରାଜାଙ୍କ ବ୍ୟକ୍ତିତ୍ୱ ଓ ଗୁଣାବଳୀ ଆଲୋଚନାପୂର୍ବକ ତାଙ୍କୁ ଓଡ଼ିଶା ଇତିହାସର ଜଣେ ଦୁର୍ଲଭ ପୁରୁଷ ଭାବରେ ଚିତ୍ରଣ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ନିଦେ୍ର୍ଦଶକ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ । ସୂଚନା ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଶେଷରେ ପାରଳା ଗଜପତି ବିକାଶ ମଞ୍ଚର ସଭାପତି ରାସବିହାରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଦିଗପହଣ୍ଡିର ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦର ଶିଳ୍ପୀଙ୍କ ଦ୍ୱାରା ସଖୀ ନାଟ ଓ ଘୁଡ଼ୁକୀ ନାଚ ପରିବେଷଣ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *