ଝଲସିବ ଝଙ୍କଡ଼ ଶାରଳା ପୀଠ

ଭୁବନେଶ୍ୱର / ଝଙ୍କଡ଼ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ ଜଗତସିଂହପୁରର ଝଙ୍କଡ଼ ଯାଇ ମା’ ଶାରଳାଙ୍କୁ ପୂଜାର୍ଚ୍ଚନା କରିବା ସହିତ ପୀଠର ବିକାଶ ସମ୍ପର୍କରେ ସେବାୟତ, ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ଝଙ୍କଡ଼ ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତି ପୀଠ । ଏହି ପୀଠରୁ ଆଦିକବି ସାରଳା ଦାସ ସାରଳା ମହାଭାରତ ରଚନା କରିଥିଲେ । ପ୍ରତିଦିନ ଏହି ପୀଠକୁ ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସିଥାନ୍ତି । ତେଣୁ ଭକ୍ତମାନଙ୍କ ସୁବିଧା ପାଇଁ ପୀଠର ବିକାଶ ଜରୁରୀ ହୋଇପଡିଛି ।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ପାଣ୍ଡିଆନ ପୀଠର ବିକାଶ ସମ୍ପର୍କରେ ସେବାୟତ, ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରିଥିଲେ । ପୀଠର ଆବଶ୍ୟକତାକୁ ଭିତ୍ତି କରି ବିକାଶ ପାଇଁ ତୁରନ୍ତ ଏକ ମାଷ୍ଟର୍ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ୫-ଟି ମଡେଲ୍ରେ ଏହା କାର୍ଯ୍ୟକାରୀ କରାଯିବ । ପରିଦର୍ଶନ ସମୟରେ ଜଗତସିଂହପୁର ଜିଲ୍ଲାପାଳ ସୁଶ୍ରୀ ପାରୁଲ ପାଟୱାରୀ ଓ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ମନ୍ଦିରର ପଣ୍ଡା, ସେବକମାନଙ୍କ ତରଫରୁ ଏକ ସ୍ମାରକପତ୍ର ଶାରଳା ସଂସ୍କୃତି ପ୍ରଚାରକ ରମାକାନ୍ତ ରାଉଳ ପ୍ରଦାନ କରିଥିଲେ । ଶାରଳା ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାଗୁଡିକର ସମ୍ପ୍ରସାରଣ, ଗର୍ଭଗୃହ ମରାମତି, ଚନ୍ଦନ ପୁଷ୍କରିଣୀର ପୁନରୁଦ୍ଧାର, ଯାତ୍ରୀ ନିବାସ କାର୍ଯ୍ୟକ୍ଷମ, ବଳଭଦ୍ରଙ୍କ ଦାରୁ ଗ୍ଧସଙ୍ଘୟହକ୍ଟ ସମୟରେ ବିସ୍ଥାପିତ ବ୍ୟବସାୟୀମାନଙ୍କୁ ନବନିର୍ମିତ ମାର୍କେଟ କମ୍ପ୍ଲେକ୍ସରେ ଗୃହ ଯୋଗାଣ ଇତ୍ୟାଦି ନିମନ୍ତେ ପଣ୍ଡା ସେବକଙ୍କ ପ୍ରତିନିଧିମାନେ ଦାବି କରିଥିଲେ । ମନ୍ଦିର କାର୍ଯ୍ୟନିବାହୀ ଅଧିକାରୀ ଶୌର୍ଯ୍ୟରଞ୍ଜନ ପରିଜା ଓ ପଣ୍ଡା ସେବକମାନେ ମା’ଙ୍କ ଉତ୍ତରୀୟ ଓ ଆଜ୍ଞାମାଳ ପ୍ରଦାନ କରି ଶ୍ରୀ ପାଣ୍ଡିଆନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *