ପିଲାଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟ

ଶିକ୍ଷା ସଚେତନତା ରଥ ଶୁଭାରମ୍ଭ
ବାରିପଦା (ଆପ୍ର): ଜିଲ୍ଲା ପ୍ରଶାସନ ଓ ସମଗ୍ର ଶିକ୍ଷା ଅଭିଯାନ, ମୟୂରଭଞ୍ଜ ଆନୁକୁଲ୍ୟରେ ସ୍କୁଲଚାଲ କାର୍ଯ୍ୟକ୍ରମ ଅନ୍ତର୍ଗତ ଶିକ୍ଷା ସଚେତନତା ରଥକୁ ପତାକା ଦେଖାଇ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଶୁଭାରମ୍ଭ କରିଛନ୍ତି । ଜିଲ୍ଲାରେ ଚଳିତ ମାସ ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଏହି ରଥ ବାରିପଦା, ବାଙ୍ଗିରିପୋଷି, ବଡସାହି, ବେତନଟୀ, ମୋରଡା, ରାସଗୋବିନ୍ଦପୁର, ଶୂଳିଆପଦା, ଶାମାଖୁଣ୍ଟା, କୁଳିଅଣା, ସାରସକଣା, ଖୁଣ୍ଟା, ଗୋପବନ୍ଧୁନଗର, ଉଦଳା ଆଦି ୧୩ ଟି ବ୍ଲକ୍ର ସମସ୍ତ ସାହି, ପଡା, ଗ୍ରାମରେ ପରିକ୍ରମା କରିବ । ୨ୟ ପର୍ଯ୍ୟାୟରେ ମେ ୧ରୁ ୫ ତାରିଖ ପର୍ଯ୍ୟନ୍ତ କପ୍ତିପଦା, ବିଶୋଇ, ବିଜାତଳା, ରାଇରଙ୍ଗପୁର, ଜାମଦା, ବହଳଦା, ତିରିଙ୍ଗ, କୁସୁମି, ଯଶିପୁର, କରଞ୍ଜିଅ ।, ରରୁଅ ।ଁ, ଶୁକୃଳି, ଠାକୁରମୁଣ୍ଡା ଆଦି ବ୍ଲକ୍ ଅଞ୍ଚଳରେ ପରିକ୍ରମା କରିବ ।
ନିର୍ଦ୍ଦିଷ୍ଟ ବ୍ଲକର ବିଇଓ, ଏବିଇଓ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଏହି ସମସ୍ତ ପରିକ୍ରମା କାର୍ଯ୍ୟ ସମାହିତ ହେବ । ଶିକ୍ଷାର ବିକାଶ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ଏହାର ମୁଖ୍ୟ ଲକ୍ଷ୍ୟ । ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ପିଲାମାନଙ୍କୁ ପାଠପଢ଼ିବା ଦିଗରେ ଯଥେଷ୍ଟ ଆଗ୍ରହ ସୃଷ୍ଟି ପାଇଁ ତଥା ବିଦ୍ୟାଳୟ ଅଭିମୁଖୀ କରାଇବାକୁ ଏହି ରଥ ଅଭିଭାବକ, ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବ । ସମସ୍ତ ପିଲାଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ଶିକ୍ଷା ଅଧିକାର ଆଇନ୍ ବିଷୟରେ ଏହି ରଥ ଲୋକଙ୍କୁ ସଚେତନ ମଧ୍ୟ କରାଇବ । ଏହାର ଉଦଘାଟନୀ ସଭାରେ ଜିଲ୍ଲା ଶିଶୁ ଅଧିକାରିଣୀ ମମତାମୟୀ ବିଶ୍ୱାଳ, ଜିଲ୍ଲା ଶ୍ରମ ଅଧିକାରୀ ମୋନାଲିସା ନାଏକ, ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ୍ତରଞ୍ଜନ ମହାପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ ମହାନ୍ତି ଓ ଦୀପ୍ତି ନାଏକ, ବାରିପଦା ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସମଗ୍ର ଶିକ୍ଷା କାର୍ଯ୍ୟଳୟର ଆଦିବାସୀ ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି ଓ ଭିନ୍ନକ୍ଷମ ଶିକ୍ଷା ସଂଯୋଜକ ନିରଞ୍ଜନ ନାଏକ ପରିଚାଳନା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *