ବିଦୁ୍ୟତ୍ କାଟ୍ ବନ୍ଦ ନିଦେ୍ର୍ଦଶ
ଭୁବନେଶ୍ୱର,୨୫ା୪(ବୁ୍ୟରୋ): ଚଳିତବର୍ଷ ଏପ୍ରିଲ ମାସରେ ଅପେକ୍ଷାକୃତ ଅଧିକ ଗ୍ରୀଷ୍ମ ପ୍ରବାହ ଏବଂ ଆଗାମୀ ବୋର୍ଡ ଓ +୨ ପରୀକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟରେ ବିଦୁ୍ୟତ୍ ଯୋଗାଣ ସ୍ଥିତିର ସମୀକ୍ଷା କରିଥିଲେ । ଗ୍ରୀଷ୍ମ ପ୍ରବାହ ଏବଂ ପିଲାଙ୍କର ପରୀକ୍ଷା ଦୃଷ୍ଟିରୁ ଘରୋଇ ଉପଭୋକ୍ତା, ଶିକ୍ଷାନୁଷ୍ଠାନ, ପରୀକ୍ଷା କେନ୍ଦ୍ର ଆଦିକୁ ବିଦୁ୍ୟତ୍ ଯୋଗାଣ କାଟ୍ ନ କରିବା ପାଇଁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ବିଦୁ୍ୟତ ବିତରକ କମ୍ପାନୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
ବ୍ୟବସାୟିକ ପ୍ରତିଷ୍ଠାମାନଙ୍କୁ ମଧ୍ୟ ବିଦୁ୍ୟତ୍ ଯୋଗାଣ ଅବ୍ୟାହତ ରଖିବାକୁ ନିଦେ୍ର୍ଦଶ ଦେଇଥିଲେ । ବିଦୁ୍ୟତ୍ ଦେୟ ପୈଠ ହୋଇନଥିବା କାରଣରୁ କୌଣସି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ବିଦୁ୍ୟତ୍ ସଂଯୋଗ ନ କାଟିବାକୁ ମଧ୍ୟ ଶ୍ରୀ ମହାପାତ୍ର ନିଦେ୍ର୍ଦଶ ଦେଇଥିଲେ । ଜଳଜାତ ବିଦୁ୍ୟତ୍ର ସଠିକ୍ ପରିଚାଳନା ଓ ଉପଯୋଗ କରି ଏହି ସବୁ ଉପଭୋକ୍ତାଙ୍କୁ ଅଗ୍ରାଧିକାର ଭିତ୍ତିରେ ବିଦୁ୍ୟତ୍ ଯୋଗାଇବାକୁ ମୁଖ୍ୟ ସଚିବ ନିଦେ୍ର୍ଦଶ ଦେଇଛନ୍ତି । ଏହାଛଡା ରାଜ୍ୟରେ ବିଦୁ୍ୟତ୍ ଉତ୍ପାଦନକାରୀ କମ୍ପାନୀମାନଙ୍କୁ ଉନ୍ନତମାନର କୋଇଲା ଯୋଗାଣ ଅବ୍ୟାବହତ ରଖିବାକୁ ଏମ୍ସିଏଲ୍ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ନିଦେ୍ର୍ଦଶ ଦେଇଥିଲେ । ଅଧିକ କୋଇଲା ପରିବହନ ନିମନ୍ତେ ଅଧିକ ରେକ୍ ଯୋଗାଇବା ପାଇଁ ମଧ୍ୟ ରେଳବାଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲା । ରାଜ୍ୟକୁ ବିଦୁ୍ୟତ୍ ଯୋଗାଣ ଅଙ୍ଗିକାରବଦ୍ଧତା ପୂରଣ କରିବାକୁ ବିଦୁ୍ୟତ କମ୍ପାନୀମାନଙ୍କୁ କୁହାଯାଇଥିଲା ।
ବୈଠକର ଆଲୋଚନାରୁ ଜଣାପଡିଥିଲା ଯେ ଚଳିତ ଏପ୍ରିଲ୍ ମାସରେ ଅସ୍ୱାଭାବିକ ଭାବେ ଗରମ ଓ ଗ୍ରୀଷ୍ମ ପ୍ରବାହ ହଠାତ୍ ବଢ଼ିଯାଇଛି । ସାଧାରଣତଃ ମେ’ ମାସରେ ରୌଦ୍ରତାପ ଅଧିକ ହୋଇଥାଏ । ଗ୍ରୀଷ୍ମ ପ୍ରବାହ ଯୋଗୁ ବିଦୁ୍ୟତ୍ ବ୍ୟବହାର ଓ ଚାହିଦା ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇଛି ।
ଗତବର୍ଷ ଏହି ମାସର ସର୍ବୋଚ୍ଚ ଚାହିଦା ସମୟରେ ପ୍ରାୟ ୪୦୦୦ ମେଗାୱାଟ୍ ବିଜୁଳି ଦରକାର ହେଉଥିବାବେଳେ ବର୍ତ୍ତମାନ ଏହା ୪୪୦୦ ମେଗାୱାଟ୍କୁ ବୃଦ୍ଧି ପାଇଛି । ତେବେ ଏହି ସ୍ଥିତି ସାମୟିକ । ଓପିଜିସିର ୟୁନିଟ୍-୪ ଜଳ ବିଦୁ୍ୟତ୍ ପ୍ରକଳ୍ପରୁ ମେ’ ମାସ ପ୍ରଥମ ସପ୍ତାହରେ ଉତ୍ପାଦନ ଆରମ୍ଭ ହେବ । ଯାହାକି ବର୍ଦ୍ଧିତ ଚାହିଦା ମେଣ୍ଟାଇ ପାରିବ ବୋଲି କୁହାଯାଇଛି ।
ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ରାଜ୍ୟରେ ବିଦୁ୍ୟତ୍ ଉତ୍ପାଦନ ଓ ବଣ୍ଟନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଗ୍ରୀଡ଼୍କୋ, ଓପିଟିସିଏଲ୍, ଓଡ଼ିଶା ଜଳ ବିଦୁ୍ୟତ ନିଗମ, ଓଡ଼ିଶା ବିଦୁ୍ୟତ୍ ଉତ୍ପାଦନ ନିଗମଙ୍କ ସମେତ ବିଭିନ୍ନ ବିଦୁ୍ୟତ୍ ଉତ୍ପାଦନକାରୀ ସଂସ୍ଥା ଓ କମ୍ପାନୀମାନେ ବିଦୁ୍ୟତ ବଣ୍ଟନ ବିଷୟରେ ସଦ୍ୟତନ ତଥ୍ୟ ଜଣାଇଥିଲେ । ଗ୍ରୀଡ୍କୋର ପରିଚାଳନା ନିଦେ୍ର୍ଦଶକ ତ୍ରିଲୋଚନ ପଣ୍ଡାଙ୍କ ସମେତ ସମସ୍ତ ବିଦୁ୍ୟତ୍ ଉତ୍ପାଦନ, ବିପଣୀ ଏବଂ ବଣ୍ଟନକାରୀ ନିଗମ ଓ କମ୍ପାନୀର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।