ପ୍ଲାଷ୍ଟିକ୍ ରିସାଇକ୍ଲିଂରେ ଗଞ୍ଜାମକୁ ଶ୍ରେଷ୍ଠ ପୁରସ୍କାର

ବ୍ରହ୍ମପୁର (ବୁ୍ୟରୋ): ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଗଞ୍ଜାମ ଦେଶରେ ଶ୍ରେଷ୍ଠ ଜିଲ୍ଲା ଭାବେ ବିବେଚିତ ହୋଇଛି । ଏନେଇ ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ ସିନେ୍ଧ ଦତାତ୍ରୟ ଭାଉସାହେବ ଟ୍ୱିଟ୍ ମାଧ୍ୟମରେ ଜିଲ୍ଲାବାସୀଙ୍କୁ ସୂଚନା ଦେଇଛନ୍ତି । ଗାଁ ମାନଙ୍କରେ ପ୍ଲାଷ୍ଟିକ ପରିଚାଳନା ପାଇଁ ସର୍ବବୃହତ୍ତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆର୍ଡିଏ) ଗଞ୍ଜାମକୁ ପ୍ଲାଷ୍ଟିକ ରିସାଇକ୍ଲିଂ କନଫ୍ରେନ୍ସ ଅଫ୍ ଏସିଆ ୨୦୨୨(ପିଆର୍ସିଏ) ପୁରସ୍କାର ମିଳିବାକୁ ଯାଉଛି । ଗ୍ରାମାଞ୍ଚଳରେ ଏମ୍ସିସି ଓ ଏମ୍ଆର୍ଏଫ୍ ମଡେଲ୍ ମାଧ୍ୟମରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ପାଇଁ ଏହି ପୁରସ୍କାର ମିଳୁଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ସିନେ୍ଧ ଦତାତ୍ରୟ ଭାଉସାହେବ ସୂଚନା ଦେଇଛନ୍ତି । ଆସନ୍ତା ୨୮ ଓ ୨୯ତାରିଖରେ ଗୁରୁଗାମ୍ ଠାରେ ହେବାକୁ ଥିବା ପିଆର୍ସିଏର ପ୍ରଥମ ସଂସ୍କରଣ କାର୍ଯ୍ୟକ୍ରମରେ ଏହି ପୁରସ୍କାର ଗଞ୍ଜାମ ଜିଲ୍ଲା ପ୍ରଶାସନ ଗ୍ରହଣ କରିବ ।
ଜିଲ୍ଲା ପ୍ରଶାସନର ଏଭଳି ଜନହିତକର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହ ଟ୍ୱିଟ୍ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ଲାଷ୍ଟିକ୍ ରିସାଇକ୍ଲିଂ ଶିଳ୍ପରେ ବିଭିନ୍ନ ଅଭିନବ କାର୍ଯ୍ୟ ପାଇଁ ଗଞ୍ଜାମ ସାରା ଦେଶରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ପ୍ରଥମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଗଞ୍ଜାମ ଜିଲ୍ଲାର ୧୦୦ଟି ପଞ୍ଚାୟତରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଚଳିତ ମାସ ପହିଲାରେ ପିଆର୍ଏ ଟିମ୍ ସଦସ୍ୟମାନେ ହିଞ୍ଜିଳିକାଟୁ ଓ ଗଞ୍ଜାମ ବ୍ଲକ୍ ପରିଦର୍ଶନ କରିଥିଲେ । ପିସିଆର୍ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ସହରାଞ୍ଚଳ ପରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ପଞ୍ଚାୟତସ୍ତରରେ ଏହି କାର୍ଯ୍ୟକ୍ରମ କରି ସଫଳତାର ସହ ତାହାର କାର୍ଯ୍ୟ ଜାରି ରଖିଛି । ଆଗାମୀ ଦିନରେ ଜିଲ୍ଲାରେ ମୋଟ ୫୦୩ ପଞ୍ଚାୟତରେ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟ କରିବ ବୋଲି ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ ଶ୍ରୀ ଭାଉସାହେବ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *