ମିଳିତ ବୈଠକ ପାଇଁ ହାଇକୋର୍ଟ ନିଦେ୍ର୍ଦଶ
ନାଲ୍କୋରେ କୋଇଲା ଅଭାବ
କଟକ (ବୁ୍ୟରୋ): କୋଇଲା ଅଭାବରୁ ନାଲକୋରେ ଅଚଳାବସ୍ଥା ଘଟିଥିବା ନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି । ଅଚଳାବସ୍ଥା ଦୂର ପାଇଁ ଉଚ୍ଚସ୍ତରୀୟ ବୈଠକ କରିବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ କୋଇଲା, ଖଣି ଓ ଶକ୍ତି ସଚିବଙ୍କ ସହ ରେଲୱେ, ନାଲକୋ ଏବଂ ଏମ୍ସିଏଲର୍ ସିଏମ୍ଡିଙ୍କୁ ନେଇ ମଙ୍ଗଳବାର ବୈଠକ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି । ଆସନ୍ତା ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ଲାଗି ଧାର୍ଯ୍ୟ ହୋଇଛି ।
ବୈଠକରେ ନାଲକୋକୁ ନିରବଚ୍ଛିନ୍ନ ଭାବେ କିପରି କୋଇଲା ଯୋଗାଇ ଦିଆଯାଇପାରିବ ସେ ନେଇ ଆଲୋଚନା କରିବାକୁ କୁହାଯାଇଛି । ବୈଠକର ନିର୍ଯାସ ସଂପର୍କରେ ପରବର୍ତ୍ତୀ ଶୁଣାଣ ବେଳେ କୋର୍ଟଙ୍କୁ ଅବଗତ କରାଇବାକୁ କୁହାଯାଇଛି ।
ଅନ୍ୟପକ୍ଷରେ କୋର୍ଟଙ୍କ ପୂର୍ବ ଅନ୍ତରୀଣ ଆଦେଶ ଅନୁସାରେ ନାଲକୋକୁ କିଛି ର୍ୟାକ ଯୋଗାଇ ଦିଆଯାଇଥିବା ରେଳବାଇ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି । ଗତ ୨୩ ତାରିଖରେ ଗୋଟିଏ, ୨୪ ତାରିଖରେ ୪ଟି ଓ ୨୫ ତାରିଖରେ ୩ ର୍ୟାକ୍ ଦିଆଯାଇଛି । ଏହି ଅନ୍ତରୀଣ ନିଦେ୍ର୍ଦଶ ପରବର୍ତ୍ତୀ ନିଦେ୍ର୍ଦଶନାମା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୋର୍ଟ କହିଛନ୍ତି ।
ନାଲକୋ ଅଫିସର୍ସ ଆସୋସିଏସନ ପକ୍ଷରୁ କୋଇଲା ଅଭାବକୁ ନେଇ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ନାଲକୋର କ୍ୟାପଟିଭ ପାୱାର ପ୍ଲାଣ୍ଟ (ସିପିପି) ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି । ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ୍ ମୁରଲୀଧର ଓ ଜଷ୍ଟିସ ଆରକେ ପଟ୍ଟନାୟକଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଉପରୋକ୍ତ ନିଦେ୍ର୍ଦଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁବୀର ପାଲିତ ମାମଲା ପରିଚାଳନା କରୁଛନ୍ତି ।