ଶାଶୂ-ଶଶୁରଙ୍କୁ ଖାଇବାକୁ ଦେବାରୁ ନିଅାଁପାଣି ବାସନ୍ଦ

ମାନବାଧିକାର ଉଲ୍ଲଙ୍ଘନ
ପରଜଙ୍ଗ (ଆପ୍ର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପଙ୍ଗାତିରା ଗ୍ରାମରେ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ନିଜ ଶାଶୂ ଶ୍ୱଶୁରଙ୍କୁ ଖାଇବାକୁ ଦେବାରୁ ଗ୍ରାମବାସୀ ପରିବାର ବର୍ଗଙ୍କୁ ନିଅାଁ ପାଣି ବାସନ୍ଦ କରିବା ଘଟଣାକୁ ନେଇ ପରିବାରବର୍ଗ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପଙ୍ଗାତିରା ନାରଦମୁଣ୍ଡା ସାହିର ବିଦେଶୀ ପଧାନଙ୍କ ପତ୍ନୀ ଟିକିଲ ପଧାନ, କାର୍ତ୍ତିିକା ପଧାନଙ୍କ ପତ୍ନୀଙ୍କ ଅଭିଯୋଗ ଅନୁସାରେ ସେମାନେ ତାଙ୍କ ଶାଶୂ ଶ୍ୱଶୁରଙ୍କୁ ଖାଇବାକୁ ଦେବାରୁ ଗ୍ରାମବାସୀ ଦୀର୍ଘ ଏକ ବର୍ଷ ହେବ ତାଙ୍କୁ ଗ୍ରାମରୁ ନିଅାଁପାଣିି ବାସନ୍ଦ କରିଛନ୍ତି । ଗ୍ରାମ ସଭାପତି ଶମ୍ଭୁ ପଧାନ, ସମ୍ପାଦକ କଷ୍ଟୁ ପଧାନ ଓ ସାହି ବାସିନ୍ଦାମାନେ ସାହି ଏବଂ ଗ୍ରାମରୁ ବାସନ୍ଦ କରିଛନ୍ତି । ଗତ ୨୦ ତାରିଖ ଦିନ ପରିବାର ବର୍ଗ ନିକଟସ୍ଥ ନଳକୂଅକୁ ପାଣି ଆଣିବା ପାଇଁ ଯାଇଥିବାବେଳେ ଗ୍ରାମ ସଭାପତି ଏବଂ ସମ୍ପାଦକଙ୍କ ସହିତ ଗ୍ରାମର ପ୍ରହଲ୍ଲାଦ ବେହେରା, ନକୁଳ ପଧାନ, ତୃତୀୟା ପଧାନ, ସୁରେଶ ବେହେରା, ଅନାମ ପଧାନ ପ୍ରମୁଖ ସେଠାରେ ପହଞ୍ଚି ନଳକୂଅକୁ ଆବଦ୍ଧ କରି ବାଡ଼ ଦେଇଛନ୍ତି । ଫଳରେ ସେମାନେ ପ୍ରବଳ ଖରାରେ ୪ କିଲୋମିଟର ଦୂର ଯାଇ ପାଣି ଆଣିବାକୁ ପଡୁଛି । ଏପରିକି ନଳକୂଅର ଚେନ ଖୋଲି ନେଉଛନ୍ତି । ଏହାକୁ ନେଇ ପରିବାର ବର୍ଗ ଦୀର୍ଘ ଏକ ବର୍ଷ ହେବ ମାନସିକ ନିର୍ଯାତନା ସହିତ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଉଛି । ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଗ୍ରାମରେ ଏଭଳି ଘଟଣାକୁ ନେଇ ନିନ୍ଦା କରାଯାଇଛି । ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି । ମାନବାଧିକାର ଉଲ୍ଲଙ୍ଘନ ହେଉଥିବା ବେଳେ ଏଥିପ୍ରତି ଦୃଷ୍ଟିଦେଇ ପରିବାର ବର୍ଗଙ୍କୁ ନ୍ୟାୟ ଦେବାକୁ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *