ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍

ବିନା କାରଣରେ ବିଦ୍ୟାଳୟ ୩ ଦିନ ବନ୍ଦ
ଧାମନଗର (ଆପ୍ର): ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପରିବେଶର ସ୍ୱଚ୍ଛତା ଓ ଠିକ୍ ସମୟରେ ଛାତ୍ରଛାତ୍ରୀ ବିଦ୍ୟାଳୟମାନଙ୍କରେ ଉପସ୍ଥିତି ହେବାପାଇଁ ସରକାରଙ୍କର ନୀତି ନିୟମ ଥିବାବେଳେ ଅଧିକାଂଶ ବିଦ୍ୟାଳୟରେ ପ୍ରଧାନଶିକ୍ଷକମାନେ ତାହାକୁ ବେଖାତିର କରୁଛନ୍ତି । ଏପରି ଏକ ଘଟଣା ଧାମନଗର ବ୍ଲକର କଲ୍ୟାଣୀ ନୋଡ଼ାଲ ସ୍କୁଲରେ ଦେଖିବାକୁ ମିଳିଛି । ଧାମନଗର ଏବିଇଓ ଭୀମସେନ ହୋ ଏବଂ ସିଆର୍ସିସି ଅଶୋକ କୁମାର ନାୟକ କଲ୍ୟାଣୀ ନୋଡ଼ାଲ ଉପ୍ରା ବିଦ୍ୟାଳୟକୁ ୨୦ ତାରିଖ ଦିନ ପରିଦର୍ଶନରେ ଯାଇଥିବାବେଳେ ପୂର୍ବାହ୍ନ ୯ଟା ସୁଦ୍ଧା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ଓ ପାଇଖାନା ଏବଂ ପରିସ୍ରାଗାର ସମେତ ବିଦ୍ୟାଳୟ ପରିସର ଅପରିଚ୍ଛନ୍ନତା ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ । ପ୍ରକାଶଥାଉକି ଉକ୍ତ ବିଦ୍ୟାଳୟ ସନ୍ନିକଟରେ ଏକ ଅପେରା ସୋ ଚାଲିଥିବାବେଳେ ପ୍ରଧାନଶିକ୍ଷକ ଭାଗିରଥି ଜେନା ବେଆଇନ୍ ଭାବେ ଶ୍ରେଣୀଗୃହରେ ଯାତ୍ରା କଳାକାରଙ୍କୁ ରଖାଇଥିଲେ । ଫଳରେ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଆସିପାରି ନଥିଲେ । ଏପରିକି ବିଦ୍ୟାଳୟ ପରିସରରେ ଯାତ୍ରା କଳାକାରଙ୍କ ରୋଷେଇବାସ କରାଯିବା ସହ ବଡ଼ ବଡ଼ ଟ୍ରକ୍ ମଧ୍ୟ ବିଦ୍ୟାଳୟ ପରିସରରେ ରହିଥିବାର ଦେଖିବାକୁ ମିଳିଥିଲା । ଏପରିକି ହାଇସ୍କୁଲକୁ ମଧ୍ୟ ଛାତ୍ରଛାତ୍ରୀମାନେ ଆସିପାରିନଥିଲେ । ତେବେ ପ୍ରଧାନଶିକ୍ଷକ କେଉଁ ଅଧିକାରରେ ବିଦ୍ୟାଳୟକୁ ୩ଦିନ ବନ୍ଦ କରିଦେଇଥିଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଅତିରିକ୍ତ ଶିକ୍ଷାଧିକାରୀ ସ୍କୁଲ ପରିଦର୍ଶନରେ ଯାଇ ଏସବୁ ଦେଖିଲା ପରେ ବ୍ଲକ ଶିକ୍ଷାଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଧାମନଗର ଗୋଷ୍ଠୀ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ଜେନା ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *