ଭୁବନେଶ୍ୱରରେ ଅଗ୍ନିବର୍ଷା

ଭୁବନେଶ୍ୱର,୨୪ା୪(ବୁ୍ୟରୋ): ପ୍ରଚଣ୍ଡ ରୌଦ୍ରତାପରେ ଭାଜି ହେଲା ଭୁବନେଶ୍ୱର । ତତଲା ତାୱାରେ ପରିଣତ ହୋଇଛି ରାଜଧାନୀ । ସକାଳୁ ଆରମ୍ଭ ହୋଇଯାଉଛି ପ୍ରଚଣ୍ଡ ତାତି । ଘରୁ ବାହାରକୁ ବାହାରିବା ମୁସ୍କିଲ୍ । ଅସହ୍ୟ ଗରମରେ ଆଉଟୁପାଉଟୁ ଓ ଡହଳବିକଳ ଜନଜୀବନ । ରବିବାର ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୩.୩ଂ ରେକର୍ଡ କରାଯାଇଛି । ଯାହା ୨ଠ୧୧ ପରଠାରୁ ଏପ୍ରିଲ୍ ମାସରେ ତୃତୀୟ ସର୍ବାଧିକ ତାପମାତ୍ରା ।
କେବଳ ରାଜଧାନୀ ନୁହେଁ କଟକରେ ବି ସମାନ ସ୍ଥିତି ଦୁଇଦିନ ହେଲା ଲାଗି ରହିଛି । ସେଠାରେ ୪୧ଂ ଉପରେ ତାପମାତ୍ରା ରେକର୍ଡ ହୋଇଛି । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନାନୁସାରେ, ରବିବାର ରାଜ୍ୟର ୨୮ଟି ସ୍ଥାନରେ ଦିନର ତାପମାତ୍ରା ୪ଠ ଡିଗ୍ରୀ ବା ତାଠୁ ଅଧିକ ରହିଥିଲା । ସେହିପରି ୪୨ ଡିଗ୍ରୀ ଉପରେ ୮ଟି ସ୍ଥାନର ତାପମାତ୍ରା ରେକର୍ଡ ହୋଇଛି । ୪୩.୮ ଡିଗ୍ରୀ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଭୁବନେଶ୍ୱର ୪୩.୩ଂ ସହ ଦ୍ୱିତୀୟ ଉତ୍ତପ୍ତ ସହର ହୋଇଛି । ଶନିବାର ଭଳି ରବିବାର ମଧ୍ୟ ରାଜଧାନୀରେ ଦିନ ୧୧ଟା ୩ଠ ସୁଦ୍ଧା ତାପମାତ୍ରା ୪ଠ ଡିଗ୍ରୀ ପାର୍ କରିଥିଲା । ସେହିପରି ଦିନ ସାଢ଼େ ୨ଟା ସୁଦ୍ଧା ୪୩ ଡିଗ୍ରୀରେ ପହଞ୍ଚିଥିଲା । ଦିନତମାମ ଆକାଶରୁ ଅଗ୍ନିବର୍ଷା ହେଉଥିବା ପରି ମନେ ହେଉଥିଲା ।
ରାଜଧାନୀରେ ଚଳିତବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ଼ ହୋଇଛି । ୨ଠ୧୧ ପର ଠାରୁ ଏପ୍ରିଲ ମାସରେ ଏହା ତୃତୀୟ ସର୍ବାଧିକ । ୨ଠ୧୬ ଏପ୍ରିଲ୍ ୧୧ରେ ରାଜଧାନୀରେ ୪୫.୮ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିବାବେଳେ ୨ଠ୧୯ ଏପ୍ରିଲ୍ ୧୬ରେ ୪୩.୭ଂ, ୨ଠ୨୧ ଏପ୍ରିଲ୍ ୨୫ରେ ୪୩.୨ ଡିଗ୍ରୀ ଛୁଇଁଥିଲା ।
ପାଣିପାଗ ବିଭାଗର ସୂଚନାନୁସାରେ, ସୋମବାର ଠାରୁ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ୨୫ରୁ ୨୭ ତିନିଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଉପକୂଳ ଓଡ଼ିଶାରେ ଆଗାମୀ ୨ ଦିନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ୨୫ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗିର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ସେହିପରି ୨୬ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗିର, ମୟୂରଭଞ୍ଜ ଏବଂ କଳାହାଣ୍ଡି ଜିଲ୍ଲାରେ
ପ୍ରବଳ ତାତି ଅନୁଭୂତ ହୋଇପାରେ । ୨୭ ତାରିଖଷଣ ସୋନପୁର, ବୌଦ୍ଧ, ବଲାଙ୍ଗିର, ମୟୂରଭଞ୍ଜ ଏବଂ କଳାହାଣ୍ଡି ଜିଲ୍ଲାରେ ହିଟ୍ୱେଭ୍ ପରିସ୍ଥିତି ଉପୁଜିପାରେ । ଏଥିପାଇଁ ଏହି ୫ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ୫ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ତରଫରୁ ମଧ୍ୟ ସତର୍କ କରାଯାଇଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୁଲେଟିନ୍‌ ଅନୁସାରେ, ରବିବାର ବାଲେଶ୍ୱରରେ ୩୯.୯ ଡିଗ୍ରୀ, ଚାନ୍ଦବାଲିରେ ୪୧.୨ ଡିଗ୍ରୀ, କଟକରେ ୪୧.୧ ଡିଗ୍ରୀ, ପାରାଦୀପରେ ୩୩.୪ ଡିଗ୍ରୀ, ଗୋପାଳପୁରରେ ୩୨.୨ ଡିଗ୍ରୀ, ପୁରୀରେ ୩୩.୪ ଡିଗ୍ରୀ, ଅନୁଗୋଳରେ ୪୩.୧ ଡିଗ୍ରୀ, ବାରିପଦାରେ ୪୨.୦ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୨ ଡିଗ୍ରୀ, କେନ୍ଦୁଝରରେ ୪୦.୪ ଡିଗ୍ରୀ, ସମ୍ବଲପୁରରେ ୪୧.୭ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧.୫ ଡିଗ୍ରୀ, ହୀରାକୁଦରେ ୪୧.୧ ଡିଗ୍ରୀ, ଭବାନୀପାଟଣାରେ ୪୧.୦ ଡିଗ୍ରୀ, ବଲାଙ୍ଗିରରେ ୪୨.୩ ଡିଗ୍ରୀ, କୋରାପୁଟରେ ୩୬.୪ ଡିଗ୍ରୀ, ଫୁଲବାଣୀରେ ୩୯.୩ ଡିଗ୍ରୀ, ଟିଟିଲାଗଡ଼ରେ ୪୧.୬ ଡିଗ୍ରୀ, ତାଳଚେରରେ ୪୩.୦ ଡିଗ୍ରୀ, ଛତ୍ରପୁରରେ ୪୦.୦ ଡିଗ୍ରୀ, ରାୟଗଡ଼ାରେ ୩୯.୬ ଡିଗ୍ରୀ, ଭଦ୍ରକରେ ୪୦.୫ ଡିଗ୍ରୀ, ଯାଜପୁରରେ ୪୧.୨ ଡିଗ୍ରୀ, ଢେଙ୍କାନାଳରେ ୪୧.୬ ଡିଗ୍ରୀ, ଦେବଗଡ଼ରେ ୪୧.୦ ଡିଗ୍ରୀ, ବରଗଡ଼ରେ ୪୧.୫ ଡିଗ୍ରୀ, ନବରଙ୍ଗପୁରରେ ୩୬.୨ ଡିଗ୍ରୀ, ଖୋର୍ଦ୍ଧାରେ ୪୧.୦ ଡିଗ୍ରୀ, ଜଗତସିଂହପୁରରେ ୪୧.୪ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୦.୨ ଡିଗ୍ରୀ, ସୋନପୁରରେ ୪୩.୮ ଡିଗ୍ରୀ, ବୌଦ୍ଧରେ ୪୨.୦ ଡିଗ୍ରୀ, ନୟାଗଡ଼ରେ ୪୧.୫ ଡିଗ୍ରୀ, ଦାରିଙ୍ଗବାଡିରେ ୩୫.୫ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୦.୫ ଡିଗ୍ରୀ ଓ ମାଲକାନଗିରିର ତାପମାତ୍ରା ୪୦.୦ ଡିଗ୍ରୀ ରେକର୍ଡ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *