୧ଠଠରୁ ଊଦ୍ଧ୍ୱର୍ ମୃତ
ତୈଳ ବିଶୋଧନାଗାରରେ ବିସ୍ଫୋରଣ
ଅବୁଜା (ଏଜେନ୍ସି): ଦକ୍ଷିଣପୂର୍ବ ନାଇଜେରିଆର ଏକ ବେଆଇନ ତୈଳ ବିଶୋଧନାଗାରରେ ବିସ୍ଫୋରଣ ଘଟି ୧ଠଠରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଅନ୍ୟପକ୍ଷେ ବିସ୍ଫୋରଣ ହେତୁ ତୈଳ ବିଶୋଧନାଗାରରେ ନିଆଁ ଲାଗି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଆଏମୋ ରାଜ୍ୟ ସୂଚନା କମିଶନର ଡିକ୍ଲାନ ଆମେଲୁମ୍ବା, ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦୁଇଟି ବେଆଇନ୍ ତୈଳ ବିଶୋଧାନାଗାରରେ ବିସ୍ଫୋରଣ ହୋଇଛି । ତେବେ ବିସ୍ଫୋରଣର କାରଣ ସମ୍ପର୍କରେ ଏବେ ଯାଞ୍ଚ୍ କରାଯାଉଛି । ପ୍ରକାଶ, ଆଫ୍ରିକା ମହାଦେଶରେ ନାଇଜେରିଆରେ ସର୍ବାଧିକ ଅଶୋଧିତ ତୈଳ ଉତ୍ତୋଳନ କରାଯାଇଥାଏ । ମାତ୍ର ନାଇଜେରିଆରେ ଆଇନସିଦ୍ଧ ରିଫାଇନାରୀ ସଂଖ୍ୟା ସ୍ୱଳ୍ପ ରହିଛି । ଏହାର ଫାଇଦା ଉଠାଇବାକୁ ଯାଇ ଅନେକ ତୈଳ ମାଫିଆ ନିଜ ହିସାବରେ ଗୁପ୍ତରେ ଦୁର୍ଗମ ଅଞ୍ଚଳଗୁଡ଼ିକରେ ଅଧିକରୁ ଅଧିକ ରିଫାଇନାରୀ ନିର୍ମାଣ କରିବା ସହ ତୈଳକୁ ବିଶୋଧନ କରି ଅନ୍ୟ ଦେଶଗୁଡ଼ିକୁ ରପ୍ତାନୀ କରି କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି । ବିସ୍ଫୋରଣ ପରେ ରିଫାଇନାରୀର ମାଲିକ ଫେରାର ହୋଇଯାଇଛି ।