୧୫ବର୍ଷର ଆଇପିଏଲ୍ କାହାଣୀ
ବିସିସିଆଇ ରେଭିନୁ୍ୟ ଆଶାତିତ ବୃଦ୍ଧି
ମୁମ୍ବାଇ,୨୪ା୪(ଏଜେନ୍ସି): ୧୯୮୩ରେ ଭାରତୀୟ କ୍ରିକେଟ ଟିମ୍ ଯେତେବେଳେ ବିଶ୍ୱକପ୍ ବିଜୟୀ ହୋଇଥିଲା, ସେତେବେଳେ ଖେଳାଳିମାନଙ୍କୁ ଆର୍ଥୀକ ପୁରସ୍କାର ଦେବାକୁ ବିସିସିଆଇ ନିକଟରେ ଅର୍ଥ ନଥିଲା । ଫଳରେ ତକ୍ରାଳୀନ ଅଧ୍ୟକ୍ଷ ଏନ୍କେପି ସାଲଭେ ଏକ ସଂଗୀତ କାର୍ଯ୍ୟକ୍ରମ କରିବା ପାଇଁ ସୁର ସାମ୍ରାଜ୍ଞୀ ସ୍ୱର୍ଗତ ଲତା ମଙ୍ଗେସକରଙ୍କୁ ନିବେଦନ କରିଥିଲେ । ତାଙ୍କ ଅନୁରୋଧ ରକ୍ଷା କରି ଦିଲ୍ଲୀରେ ଏକ କନ୍ସର୍ଟ କରାଯାଇ ପ୍ରାୟ ୨୦ଲକ୍ଷ ଟଙ୍କା ଆଦାୟ ହୋଇଥିଲା । ସେହି ଅର୍ଥକୁ ବିଶ୍ୱକପ୍ ବିଜୟୀ ଭାରତୀୟ ଟିମ୍ର ସଦସ୍ୟମାନଙ୍କୁ ପୁରସ୍କାର ସ୍ୱରୁପ ଦିଆଯାଇଥିଲା ।
ଆଜି କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା । କ୍ରିକେଟ ଇତିହାସରେ ପରିବର୍ତ୍ତନ ଆଣିବା ପାଇଁ ୨୦୦୮ ଏପ୍ରିଲ ୧୮ତାରିଖରେ ଠିକ୍ ୧୫ ବର୍ଷ ତଳେ ବିସିସିଆଇ ଦ୍ୱାରା ଆରମ୍ଭ ହୋଇଥିଲା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) । ଟି-୨୦ ଫର୍ମାଟରେ ଆରମ୍ଭ ହୋଇଥିବା ଏହି ଆଇପିଏଲ୍ ଏବେ କ୍ରୀଡା ଜଗତରେ ସମସ୍ତଙ୍କ ପ୍ରିୟ ହୋଇପାରିଛି ।
ଆଇପିଏଲ୍ ପୂର୍ବରୁ ‘ଜୀ’ ଏଣ୍ଟରଟେନମେଣ୍ଟ କମ୍ପାନୀ ଶ୍ରୀଲଙ୍କା, ବାଂଲାଦେଶ ଏବଂ ପାକିସ୍ତାନ ଖେଳାଳି ମାନଙ୍କୁ ନେଇ ଇଣ୍ଡିଆନ କ୍ରିକେଟ ଲିଗ୍ (ଆଇସିଏଲ୍) ଆରମ୍ଭ ହୋଇଥିଲା । ମାତ୍ର ବିସିସିଆଇ ଏବଂ ଆଇସିସି ଏହାକୁ ମାନ୍ୟତା ପ୍ରଦାନ କରିନଥିଲେ । ଏଥିସହିତ ଏହି ଲିଗ୍ରେ ଖେଳିଥିବା ସମସ୍ତ ଖେଳାଳିଙ୍କୁ ବ୍ୟାନ୍ କରାଯାଇଥିଲା ।
ପରେ ବିସିସିଆଇ ସିଟି ବେସ୍ ଫ୍ରାଞ୍ଚାଇଜି ମଡେଲ ଆପଣାଇଥିଲା । ଭାରତର ୮ଟି ବଡ଼ ବଡ଼ ସହର ତଥା ଦିଲ୍ଲୀ, ମୁମ୍ବାଇ, କୋଲକାତା, ଜୟପୁର, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ପଞ୍ଜାବ ଟିମ୍ ବିକ୍ରି କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଟିମ୍କୁ ଶାହାରୁଖ ଖାନ୍, ପ୍ରୀତି ଜିଣ୍ଟା, ବିଜୟ ମାଲ୍ୟା, ଅମ୍ବାନୀ ଗ୍ରୁପ ଏବଂ ଶିଳ୍ପା ସେଟ୍ଟୀଙ୍କ ପରି ଦେଶର ଖ୍ୟାତନାମା ବ୍ୟକ୍ତିବିଶେଷ ଆଗେଇ ଆସିଥିଲେ । ଏହି ଟିମ୍କୁ ବିକ୍ରି କରି ବିସିସିଆଇ ୭୨୩ ମିଲିୟନ ଡଲାର ଆୟ କରିଥିଲା । ଏହି ଟିମ୍ରେ ଖେଳାଳି ମାନଙ୍କୁ ସାମିଲ କରିବାକୁ ପାଇଁ ନିଲାମୀ ପ୍ରକି୍ରୟା ଆରମ୍ଭ ହୋଇଥିଲା । ବିଶ୍ୱର ଖ୍ୟାତନାମା ଖେଳାଳିଙ୍କ ସମେତ ପ୍ରାୟ ୭୭ଜଣ ଖେଳାଳି ଦଳରେ ସାମିଲ ହୋଇଥିଲେ । ତେବେ ଏହାର ଲୋକପ୍ରିୟତା ଦେଖି ପ୍ରସାରଣ ପାଇଁ କମ୍ପାନୀ ୮୨୦୦ କୋଟିରେ ଏହାକୁ କ୍ରୟ କରିଥିଲେ । ଆଇପିଏଲ୍ର ପ୍ରଥମ ସିଜିନରେ ୩୦୦କୋଟି ରୋଜଗାର କରିଥିଲା । ଯାହା ୨୦୦୭ ସିଜିନ ଠାରୁ ୭୫କୋଟି ଅଧିକ ରହିଥିଲା । କିନ୍ତୁ ଆଇପିଏଲ୍ର ୧୫ତମ ସିଜିନରେ ବିସିସିଆଇର ଆୟ ବା ରାଜସ୍ୱ ୧୮ଗୁଣା ବୃଦ୍ଧି ପାଇଥିବା ଜଣାପଡିଛି । ସେହିପରି ଏହି ମ୍ୟାଚକୁ ଟିଭିରେ ଦେଖିବା ପାଇଁ ଦର୍ଶକଙ୍କ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି । ୨୦୦୮ରେ ୧୦.୨କୋଟି ଦର୍ଶକ ରହିଥିବା ବେଳେ ୨୦୨୧ରେ ଏହା ବୃଦ୍ଧି ପାଇ ଦର୍ଶକଙ୍କ ସଂଖ୍ୟା ୪୧କୋଟିରେ ପହଞ୍ଚି ଥିବା ନେଇ ଏକ ମିଡିଆ ରାଇଟ୍ସ ରଖିଥିବା ଷ୍ଟାର ସ୍ପୋର୍ଟସ ପକ୍ଷରୁ ସୂଚନା ମିଳିଛି ।ମୁମ୍ବାଇ,୨୪ା୪(ଏଜେନ୍ସି): ୧୯୮୩ରେ ଭାରତୀୟ କ୍ରିକେଟ ଟିମ୍ ଯେତେବେଳେ ବିଶ୍ୱକପ୍ ବିଜୟୀ ହୋଇଥିଲା, ସେତେବେଳେ ଖେଳାଳିମାନଙ୍କୁ ଆର୍ଥୀକ ପୁରସ୍କାର ଦେବାକୁ ବିସିସିଆଇ ନିକଟରେ ଅର୍ଥ ନଥିଲା । ଫଳରେ ତକ୍ରାଳୀନ ଅଧ୍ୟକ୍ଷ ଏନ୍କେପି ସାଲଭେ ଏକ ସଂଗୀତ କାର୍ଯ୍ୟକ୍ରମ କରିବା ପାଇଁ ସୁର ସାମ୍ରାଜ୍ଞୀ ସ୍ୱର୍ଗତ ଲତା ମଙ୍ଗେସକରଙ୍କୁ ନିବେଦନ କରିଥିଲେ । ତାଙ୍କ ଅନୁରୋଧ ରକ୍ଷା କରି ଦିଲ୍ଲୀରେ ଏକ କନ୍ସର୍ଟ କରାଯାଇ ପ୍ରାୟ ୨୦ଲକ୍ଷ ଟଙ୍କା ଆଦାୟ ହୋଇଥିଲା । ସେହି ଅର୍ଥକୁ ବିଶ୍ୱକପ୍ ବିଜୟୀ ଭାରତୀୟ ଟିମ୍ର ସଦସ୍ୟମାନଙ୍କୁ ପୁରସ୍କାର ସ୍ୱରୁପ ଦିଆଯାଇଥିଲା ।
ଆଜି କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା । କ୍ରିକେଟ ଇତିହାସରେ ପରିବର୍ତ୍ତନ ଆଣିବା ପାଇଁ ୨୦୦୮ ଏପ୍ରିଲ ୧୮ତାରିଖରେ ଠିକ୍ ୧୫ ବର୍ଷ ତଳେ ବିସିସିଆଇ ଦ୍ୱାରା ଆରମ୍ଭ ହୋଇଥିଲା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) । ଟି-୨୦ ଫର୍ମାଟରେ ଆରମ୍ଭ ହୋଇଥିବା ଏହି ଆଇପିଏଲ୍ ଏବେ କ୍ରୀଡା ଜଗତରେ ସମସ୍ତଙ୍କ ପ୍ରିୟ ହୋଇପାରିଛି ।
ଆଇପିଏଲ୍ ପୂର୍ବରୁ ‘ଜୀ’ ଏଣ୍ଟରଟେନମେଣ୍ଟ କମ୍ପାନୀ ଶ୍ରୀଲଙ୍କା, ବାଂଲାଦେଶ ଏବଂ ପାକିସ୍ତାନ ଖେଳାଳି ମାନଙ୍କୁ ନେଇ ଇଣ୍ଡିଆନ କ୍ରିକେଟ ଲିଗ୍ (ଆଇସିଏଲ୍) ଆରମ୍ଭ ହୋଇଥିଲା । ମାତ୍ର ବିସିସିଆଇ ଏବଂ ଆଇସିସି ଏହାକୁ ମାନ୍ୟତା ପ୍ରଦାନ କରିନଥିଲେ । ଏଥିସହିତ ଏହି ଲିଗ୍ରେ ଖେଳିଥିବା ସମସ୍ତ ଖେଳାଳିଙ୍କୁ ବ୍ୟାନ୍ କରାଯାଇଥିଲା ।
ପରେ ବିସିସିଆଇ ସିଟି ବେସ୍ ଫ୍ରାଞ୍ଚାଇଜି ମଡେଲ ଆପଣାଇଥିଲା । ଭାରତର ୮ଟି ବଡ଼ ବଡ଼ ସହର ତଥା ଦିଲ୍ଲୀ, ମୁମ୍ବାଇ, କୋଲକାତା, ଜୟପୁର, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ପଞ୍ଜାବ ଟିମ୍ ବିକ୍ରି କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଟିମ୍କୁ ଶାହାରୁଖ ଖାନ୍, ପ୍ରୀତି ଜିଣ୍ଟା, ବିଜୟ ମାଲ୍ୟା, ଅମ୍ବାନୀ ଗ୍ରୁପ ଏବଂ ଶିଳ୍ପା ସେଟ୍ଟୀଙ୍କ ପରି ଦେଶର ଖ୍ୟାତନାମା ବ୍ୟକ୍ତିବିଶେଷ ଆଗେଇ ଆସିଥିଲେ । ଏହି ଟିମ୍କୁ ବିକ୍ରି କରି ବିସିସିଆଇ ୭୨୩ ମିଲିୟନ ଡଲାର ଆୟ କରିଥିଲା । ଏହି ଟିମ୍ରେ ଖେଳାଳି ମାନଙ୍କୁ ସାମିଲ କରିବାକୁ ପାଇଁ ନିଲାମୀ ପ୍ରକି୍ରୟା ଆରମ୍ଭ ହୋଇଥିଲା । ବିଶ୍ୱର ଖ୍ୟାତନାମା ଖେଳାଳିଙ୍କ ସମେତ ପ୍ରାୟ ୭୭ଜଣ ଖେଳାଳି ଦଳରେ ସାମିଲ ହୋଇଥିଲେ । ତେବେ ଏହାର ଲୋକପ୍ରିୟତା ଦେଖି ପ୍ରସାରଣ ପାଇଁ କମ୍ପାନୀ ୮୨୦୦ କୋଟିରେ ଏହାକୁ କ୍ରୟ କରିଥିଲେ । ଆଇପିଏଲ୍ର ପ୍ରଥମ ସିଜିନରେ ୩୦୦କୋଟି ରୋଜଗାର କରିଥିଲା । ଯାହା ୨୦୦୭ ସିଜିନ ଠାରୁ ୭୫କୋଟି ଅଧିକ ରହିଥିଲା । କିନ୍ତୁ ଆଇପିଏଲ୍ର ୧୫ତମ ସିଜିନରେ ବିସିସିଆଇର ଆୟ ବା ରାଜସ୍ୱ ୧୮ଗୁଣା ବୃଦ୍ଧି ପାଇଥିବା ଜଣାପଡିଛି । ସେହିପରି ଏହି ମ୍ୟାଚକୁ ଟିଭିରେ ଦେଖିବା ପାଇଁ ଦର୍ଶକଙ୍କ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି । ୨୦୦୮ରେ ୧୦.୨କୋଟି ଦର୍ଶକ ରହିଥିବା ବେଳେ ୨୦୨୧ରେ ଏହା ବୃଦ୍ଧି ପାଇ ଦର୍ଶକଙ୍କ ସଂଖ୍ୟା ୪୧କୋଟିରେ ପହଞ୍ଚି ଥିବା ନେଇ ଏକ ମିଡିଆ ରାଇଟ୍ସ ରଖିଥିବା ଷ୍ଟାର ସ୍ପୋର୍ଟସ ପକ୍ଷରୁ ସୂଚନା ମିଳିଛି ।