ରାଜଧାନୀରେ ଡବଲ୍ ମର୍ଡର
ଭୁବନେଶ୍ୱର, ୨୪ା୪ (ବୁ୍ୟରୋ): ରାଜଧାନୀରେ ଡବଲ ମର୍ଡର । ପତ୍ନୀ ଓ ଶାଳୀଙ୍କୁ ସ୍ୱାମୀ ହତ୍ୟା କରିବା ପରେ ତିନିଦିନ ଧରି ଶବ ଲୁଚାଇ ରଖିଥିବା ଶବକୁ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିର ଶିବ ମନ୍ଦିର ନିକଟରେ ଥିବା ଏକ ଘରୁ ଜବତ କରାଯାଇଛି । ହତ୍ୟା କରିବା ପରେ ଅଭିଯୁକ୍ତ ବିଜୟ ସେଠି ପୁଲିସ ଉଦେ୍ଦଶ୍ୟରେ ଚିଠି ଲେଖି ‘ହତ୍ୟାକାଣ୍ଡ ପାଇଁ ମୁଁ ଦାୟୀ, ସ୍ତ୍ରୀ ଓ ଶାଳୀ ମାନସିକ ନିର୍ଯାତନା ଦେଉଥିବାରୁ ହତ୍ୟା କରିଛି’ ବୋଲି ଦର୍ଶାଇଛି ।
ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁରସ୍ଥିତ ଇଡବ୍ଲୁ୍ୟଏସ୍-୨୩/୨ ଘରେ ବିଜୟକେତନ ସେଠୀ ପତ୍ନୀ ଗାୟତ୍ରୀ ସେଠିଙ୍କ ସହିତ ରହି ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାମ କରୁଥିଲା । ତାଙ୍କ ଘରକୁ ଶାଳୀ ସରସ୍ୱତୀ ସେଠି ବେଳେ ବେଳେ ଆସୁଥିଲେ । ଗତ ଗୁରୁବାର ଦିନ ବିଜୟ ପତ୍ନୀ ଓ ଶାଳୀଙ୍କୁ ଟାଙ୍ଗିାରେ ହାଣି ହତ୍ୟା କରିବା ସହିତ ଉଭୟଙ୍କ ଶବ ଘରେ ଲୁ·ଇ ରଖିଥିଲା । ତେବେ ହତ୍ୟାକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନାହିଁ ।
ହତ୍ୟା କରିବା ପରେ ସେ ଘର ନିକଟରେ ଅଞ୍ଚଳରେ ଘୁରି ବୁଲୁଥିଲା ଓ ପ୍ରତିଦିନ ଘର ଖୋଲି ଶବ ଦେଖୁଥିଲା ବୋଲି ସ୍ୱୀକାର କରିଛି । ହତ୍ୟାକାଣ୍ଡ ଘଟାଇବା ପରେ ବିଜୟ ପରିବାର କିମ୍ବା ସ୍ଥାନୀୟ ଲୋକଙ୍କ ଫୋନ୍ ଉଠାଉ ନଥିଲା । ଗାୟତ୍ରୀଙ୍କ ଦେଖା ମିଳୁ ନ ଥିବାରୁ ପଡୋଶୀମାନେ ବିଜୟକୁ ତାଙ୍କ ବିଷୟରେ ପଚାରି ଉତ୍ତର ପାଇ ନଥିଲେ । ତିନି ଦିନ ହେବ ଗାୟତ୍ରୀ ଓ ସରସ୍ୱତୀଙ୍କ ମୋବାଇଲ ବନ୍ଦ ଥିବାରୁ ଶ୍ୱଶୁର ଘର ଲୋକେ ବିଜୟ ସହିତ ଯୋଗାଯୋଗ କରି ବିଫଳ ହୋଇଥିଲେ । ସେମାନେ ସନେ୍ଦହରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ । ଅନ୍ୟପକ୍ଷରେ ପ· ଗନ୍ଧ ବାହାରିବାରୁ ଶବକୁ ଗାଏବ କରିବାକୁ ଉଦ୍ୟମ କରୁଥିବା ବେଳେ ସେ ଧରାପଡିଥିଲା । ଶ୍ୱଶୁର ଓ ସ୍ଥାନୀୟ ଲୋକେ ତାକୁ କାବୁ କରି ପୁଲିସ ଜିମା ଦେଇଥିଲେ ।
ବିଜୟକେତନ ନିଶ୍ଚିନ୍ତକୋଇଲି ଅଂଚଳର ଗାୟତ୍ରୀ ସେଠୀଙ୍କୁ ୨ଠ୧୧ରେ ବାହା ହୋଇଥିଲା । ଦୁହେଁ ଚନ୍ଦ୍ରଶେଖରପୁରରେ ରହୁଥିଲେ । ସରସ୍ୱତୀ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ନର୍ସ ଥିଲେ ଓ ସେ ଦୁଇ ମାସ ତଳେ ବିବାହ କରିଥିଲେ । ପତ୍ନୀଙ୍କୁ ହତ୍ୟା କରିବା ପରେ ଶାଳୀଙ୍କୁ କାହିଁକି ହତ୍ୟା କଲା ତାହା ମଧ୍ୟ ରହସ୍ୟ ଘେରରେ ରହିଛି । ତେବେ ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ବିବାହର ୧୧ ବର୍ଷ ପରେ ବି ସେମାନଙ୍କର ପିଲାଛୁଆ ହୋଇ ନଥିଲେ । ଏହା ହତ୍ୟାକାଣ୍ଡର କାରଣ ହୋଇପାରେ ବୋଲି ସନେ୍ଦହ କରାଯାଉଛି । ବିଜୟ ଲେଖିଥିବା ଚିଠିରେ କେତେ ସତ୍ୟତା ରହିଛି ତାହା ମଧ୍ୟ ପୁଲିସ ତଦନ୍ତ କରୁଛି ।