ସୁରକ୍ଷିତ ଯାତାୟାତ ପାଇଁ ଘରୋଇ ଶିକ୍ଷାନୁଷ୍ଠାନକୁ ଚିଠି

ଆସିକା (ଆପ୍ର): କରୋନା ପରବର୍ତ୍ତୀ ସମୟରେ ଶିକ୍ଷାନୁଷ୍ଠାନ ଗୁଡିକରେ ପାଠପଢା ସ୍ୱାଭାବିକ ଅବସ୍ଥାକୁ ଆସିଛି । ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ପାଇଁ ନିୟୋଜିତ ଥିବା ଗାଡିଗୁଡିକ ଯେପରି ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ସଠିକ ଭାବେ ପାଳନ କରିପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ ପ୍ରଥମ ପର୍ଯ୍ୟାୟରେ ୭ ଘରୋଇ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଛନ୍ତି । କେତେକ ଶିକ୍ଷାନୁଷ୍ଠାନରେ ନିୟୋଜିତ କେତେକ ଗାଡ଼ିରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ଚିଠି ନମ୍ବର ୬୩୯୫ ତା- ୩୧/୦୮/୨୦୧୬ରେ ଜାରି କରାଯାଇଥିବା ନିୟମ ସଠିକ୍ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗ ହେଉଛି ।
ପରିବହନ ବିଭାଗ ଓ ଶିକ୍ଷାବିଭାଗ ଆଖିରେ ଧୁଳି ଦେଇ ବହୁ ଘରୋଇ ଶିକ୍ଷାନୁଷ୍ଠାନର ଟାଟା ମ୍ୟାଜିକ୍ ଗାଡି ବିନା କାଗଜପତ୍ରରେ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିଲେ ମଧ୍ୟ ପ୍ରଶାସନର ନିରବତାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି । ସ୍କୁଲରେ ନିୟୋଜିତ ଥିବା ଗାଡି ଗୁଡିକର ଫିଟନେସ୍, ପରମିଟ୍, ବୀମା ଓ ଅନ୍ୟାନ୍ୟ ନଥିପତ୍ର ଠିକ୍ ଅଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ଗତ ୧୮ତାରିଖରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ସବୁ ଆଞ୍ଚଳିକ ପରିବହନ ଅଫିସ୍କୁ ଚିଠି ଲେଖିଛନ୍ତି । ଯେଉଁ ସବୁ ସ୍କୁଲ ଗାଡିରେ ଏହି ସବୁ ଡକୁ୍ୟମେଣ୍ଟ ବୈଧ ସାର୍ଟିଫିକେଟ୍ ନ ଥିବ ସେମାନଙ୍କ ବିରୋଧରେ ଚାଲାଣ କଟାଯିବ, କେବଳ ସେତିକି ନୁହେଁ ଧାର୍ଯ୍ୟ ନିୟମ ଠାରୁ ଅଧିକ ପିଲାଙ୍କୁ ନେଇଥିଲେ କିମ୍ବା ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚାଳାଉଥିବା ଡ୍ରାଇଭର ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଟନ ନିଆଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *