ଅପରିଚିତା ପ୍ରଦର୍ଶିତ
ଫିଲ୍ମ ଜର୍ଣ୍ଣାଲିଷ୍ଟ୍ସ୍ ଫୋରମ୍ର ଅଷ୍ଟାଦଶ ସ୍ମୃତିଛାୟା
ଭୁବନେଶ୍ୱର (ବୁ୍ୟରୋ): ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସିନେ ସାମ୍ବାଦିକଙ୍କ ଅନୁଷ୍ଠାନ ଫିଲ୍ମ ଜର୍ଣ୍ଣାଲିଷ୍ଟ୍ସ୍ ଫୋରମ୍ ପକ୍ଷରୁ ଅଷ୍ଟାଦଶ ସ୍ମୃତିଛାୟା କ୍ରମରେ ଓଡ଼ିଆ ଚଳଚ୍ଚିତ୍ର ‘ଅପରିଚିତା’ର ସ୍କ୍ରିନିଂ ଉସôବ ରବିବାର ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପ୍ରେଖାଳୟରେ ଅନୁଷ୍ଠିତ ହୋଇଯାଇଛି । ଡ. ପ୍ରତିଭା ରାୟଙ୍କ ଉପନ୍ୟାସ ‘ନଦୀ ନିସ୍ତରଙ୍ଗ’ର ଚଳଚ୍ଚିତ୍ର ରୂପ ‘ଅପରିଚିତା’ ୧୯୮୦ରେ ମୁକ୍ତିଲାଭ କରିଥିଲା । ଏହି ଓଡ଼ିଆ କଳାଧଳା ଚଳଚ୍ଚିତ୍ରକୁ ଦେଖିବାର ସୁଯୋଗ ପାଇ ଦର୍ଶକମାନେ ଓଡ଼ିଆ ଚଳଚ୍ଚିତ୍ରର ସୁବର୍ଣ୍ଣ ଅତୀତକୁ ଫେରିଥିଲେ ।
ଉତ୍ସବ ଆରମ୍ଭରେ ପରିବେଶିତ ହୋଇଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ର ସଂଗୀତ । ଓଡ଼ିଆ ଚଳଚ୍ଚିତ୍ରର ଦିବଂଗତ ପ୍ରତିଭାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ସାହିତ୍ୟ ଓ ଚଳଚ୍ଚିତ୍ରର ସଂଯୋଗ କ୍ରମରେ ‘ଅପରିଚିତା’ ଚଳଚ୍ଚିତ୍ର ବିବରଣୀ ପୁସ୍ତିକା ଉନ୍ମୋଚିତ ହୋଇଥିଲା । ପରେ ପରେ ଅପରିଚିତା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ସ୍ମାରକୀ ଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
ଉତ୍ସବରେ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଉତ୍ସବରେ ଯୋଗଦେଇ କହିଛନ୍ତି ‘ଅପରିଚିତା’ର ପୁନରୁଦ୍ଧାର ପ୍ରକ୍ରିୟା ଓ ଏହାର ସ୍କ୍ରିନିଂ ଉତ୍ସବରେ ଯୋଗ ଦେବା ମୋ ପାଇଁ ଗର୍ବ ଓ ଗୌରବ । ଆଜି ୮୦ ଦଶକର ଏ ଚଳଚ୍ଚିତ୍ର ଦେଖିବା ପରେ ମନେହେଲା ଓଡ଼ିଆ ସଂସ୍କୃତି ଓ ପରମ୍ପରା ଆମ ସିନେମାରେ କେତେ ନିଖୁଣ ଭାବରେ ଥିଲା ।