ବସ୍ ଓଲଟି ୨୫ରୁ ଊଦ୍ଧ୍ୱର୍ ତୀର୍ଥଯାତ୍ରୀ ଆହତ

ଗଞ୍ଜାମ (ଆପ୍ର): ରମ୍ଭା ଥାନା ଅନ୍ତର୍ଗତ ଧର୍ମଶରଣପୁର ଗ୍ରାମ ନିକଟ ୧୬ ନଂ ଜାତୀୟ ରାଜପଥରେ ତାମିଲନାଡ଼ୁର ଏକ ତୀର୍ଥଯାତ୍ରୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨୩ରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ସେଥି ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ଅଛି । ଆହତଙ୍କୁ ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ୪ ଗୁରୁତର ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଟିଏନ୍ ୬୩ଏଏସ୍୦୫୦୨ ନମ୍ବର ବିଶିଷ୍ଟ ବସ୍ଟି ପୁରୀରୁ ତାମିଲନାଡ଼ୁର ରାମେଶ୍ୱରମ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସୂଚନାଥାଉ କି, ତାମିଲନାଡ଼ୁ ଏରୁଡ଼ୁ ଜିଲ୍ଲାରୁ ଗତ ୫ ତାରିଖରୁ ବସ୍ରେ ଡ୍ରାଇଭର ସମେତ ୫୪ ଜଣ ତୀର୍ଥ ଯାତ୍ରୀ ସିରିଡ଼ି, ଅଯୋଧ୍ୟା, ବାରଣାସୀ, ରାମେଶ୍ୱରଂ, ଋଷିକେଶ ଓ ପୁରୀ ଅଭିମୁଖେ ବାହାରିଥିଲେ । ଗତଶନିବାର ପୁରୀ ଜଗନ୍ନାଥଙ୍କ ଦର୍ଶନ କରି ରାତି ୨ଟା ବେଳେ ତାମିଲନାଡ଼ୁକୁ ଫେରୁଥିଲା ବେଳେ ଗଞ୍ଜାମ ଜିଲ୍ଲା ରମ୍ଭା ନିକଟରେ ରାସ୍ତା କାମ ଚାଲିଥିବା ସ୍ଥାନରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିଦେ୍ର୍ଦଶ କ୍ରମେ ଛତ୍ରପୁର ଉପଜିଲ୍ଲାପାଳ ନୀଳ ମାଧବ ଭୋଇ ଘଟଣାସ୍ଥଳ ପରିଦର୍ଶନ କରି ଆହତଙ୍କ ଚିକିତ୍ସା ବ୍ୟବସ୍ଥା ବୁଝିବା ସହ ଅନ୍ୟମାନଙ୍କ ରହଣି ଓ ଖାଦ୍ୟପେୟ ବ୍ୟବସ୍ଥା କରାଯାଇଥିଲା । ଦୁର୍ଘଟଣା ସ୍ଥାନରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ତୀର୍ଥଯାତ୍ରୀଙ୍କୁ ଛତ୍ରପୁର ନୂତନ ବସ୍ଷ୍ଟାଣ୍ଡକୁ ନିଆଯାଇଥିଲା । ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ଜସ୍ମୀନ ପ୍ରଧାନ ଓ ଛତ୍ରପୁର ଏନ୍ଏସିର କର୍ମଚାରୀ ଯାତ୍ରୀମାନଙ୍କ ପାଇଁ ସମସ୍ତ ବନେ୍ଦାବସ୍ତ କରିଥିଲେ । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଆହତ ତୀର୍ଥଯାତ୍ରୀଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । ଆହତଙ୍କୁ ମେଡିକାଲ ଆଣିବା ନିମନ୍ତେ ଛତ୍ରପୁର ଅଞ୍ଚଳର କିଛି ସ୍ୱେଚ୍ଛାସେବୀ ଏବଂ ଏମ୍ଭିଆଇ ଶିବ ଶଙ୍କର ଚୌଧୁରୀ ସହଯୋଗ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *