ସ୍କୁଲ୍ ଗାଡ଼ି ଯାଞ୍ଚ ଜୋରଦାର

ଭୁବନେଶ୍ୱର (ବୁ୍ୟରୋ): ସ୍କୁଲ ପିଲାଙ୍କୁ ନେଉଥିବା ବସ୍ ନା ଅନ୍ୟ ଗାଡି ଗୁଡିକର ଫିଟ୍ନେସ୍ ଉପରେ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍ଟିଏ) ଅଧିକ ଗୁରୁତ୍ୱ ଦେବା ଆରମ୍ଭ କରିଛି । ସେଥିଲାଗି କିଛିଦିନ ହେଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍କୁଲ ବସ୍ ଗୁଡିକ ଉପରେ ଜୋର୍ଦାର ଚଢାଉ କରାଯାଉଛି । ଗତ ୭ ଦିନ ମଧ୍ୟରେ ୧୦୯୬ଟି ସ୍କୁଲ ଗାଡି ନିୟମ ଉଲ୍ଲଙ୍ଘନ କରି ଦଣ୍ଡିତ ହୋଇଛନ୍ତି ବୋଲି ପରିବହନ ଓ ସଡକ ସୁରକ୍ଷା ଯୁଗ୍ମ କମିଶନର ସଞ୍ଜୟ ବିଶ୍ୱାଳ ସୂଚନା ଦେଇଛନ୍ତି ।
ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସଞ୍ଜୟ କହିଛନ୍ତି, ଏହି ୧୦୯୬ଟି ଗାଡି ମଧ୍ୟରୁ ଫିଟ୍ନେସ ସାର୍ଟିଫିକେଟ ବିନା ୮୨୦ଟି ଗାଡି ଚାଲୁଥିଲା । ସେହିପରି ୩୮୭ଟି ଗାଡିର ବୈଧ ଅନୁମତି ନାହିଁ । ଏହାସହ ୩୧୧ ଡ୍ରାଇଭରଙ୍କ ବୈଧ ଡ୍ରାଇଭିଂ ଲାଇସେନ୍ସ ନାହିଁ । ସେ ଆହୁରି କହିଛନ୍ତି, ସ୍କୁଲ ପିଲାଙ୍କ ପରିବହନ ପ୍ରସଙ୍ଗକୁ ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହିଁ । ଛାତ୍ରମାନଙ୍କ ଅସୁବିଧା ପାଇଁ ସମ୍ପୃକ୍ତ ସ୍କୁଲ ବସ୍ ଅପରେଟର ଏବଂ ସ୍କୁଲ ମ୍ୟାନେଜମେଣ୍ଟ ଦାୟୀ ହେବେ । ସେହିପରି ବିଦ୍ୟାଳୟଗୁଡିକୁ ଏସ୍ଟିଏ ପକ୍ଷରୁ ସ୍କୁଲ ବସ୍ଗୁଡିକର ଫିଟ୍ନେସ ଉପରେ ଗୁରୁତ୍ୱ ଦେବା ସହ ସମସ୍ତ ମୋଟର ଯାନ ନିୟମ ପାଳନ କରିବା ପାଇଁ ନିବେଦନ କରାଯାଇଛି । ଗାଡି ଚଳାଇବା ପାଇଁ ଡ୍ରାଇଭରମାନଙ୍କ ବୈଧ ଲାଇସେନ୍ସ ଅଛି ନା ନାହିଁ ତାହା ଉପରେ ନଜର ରଖିବାକୁ ମଧ୍ୟ କୁହାଯାଇଛି ।
ଏହିସବୁ ଯାଞ୍ଚ ପ୍ରକ୍ରିୟା ୨୭ରେ ଶେଷ ହେବାପରେ ୨୮ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ପିଲାଙ୍କୁ ନେଇ ଯାଉଥିବା ଗାଡ଼ିର ଫିଟ୍ନେସ, ପରମିଟ୍, ବୀମା ଆଦିର ଯାଞ୍ଚ କରାଯାଉଛି । ଧାର୍ଯ୍ୟ ନିୟମଠାରୁ ଅଧିକ ପିଲାଙ୍କୁ ନେଇ ଯାଉଥିଲେ ଜରିମାନା ହେବ । ବିଶେଷକରି ସ୍କୁଲ ପିଲାଙ୍କ ସୁରକ୍ଷିତ ଯାତାୟାତକୁ ଏସ୍ଟିଏ ଗୁରୁତ୍ୱ ଦେଇଛି । ରାଜ୍ୟରେ ଅନେକ ସ୍କୁଲରେ କାଗଜପତ୍ର ଠିକ୍ ନ ଥିବା ଗାଡ଼ି ଛୋଟ ପିଲାମାନଙ୍କୁ ବିପଦସଙ୍କୁଳ ଅବସ୍ଥାରେ ପରିବହନ କରୁଥିବା ଅଭିଯୋଗ ହୋଇଛି, ଯେଉଁଥି ଲାଗି ଅନେକ ସମୟରେ ଅନେକ ଗାଡ଼ି ଦୁର୍ଘଟଣାର ଶିକାର ହେଉଛି । ଏହା ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସ୍କୁଲ ଗାଡ଼ିର କାଗଜପତ୍ର ଯାଞ୍ଚ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *