ଅସହ୍ୟ ଗରମରେ ସଢୁଛନ୍ତି ଅନ୍ତେବାସୀ

ଅବ୍ୟବସ୍ଥାରେ ଫୁଲବାଣୀ ଅନ୍ୱେଷା ହଷ୍ଟେଲ
ଫୁଲବାଣୀ (ବୁ୍ୟରୋ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ଥିବା ଅନ୍ୱେଷା ହଷ୍ଟେଲର ଅନ୍ତେବାସୀଙ୍କଙ୍କୁ ଉନ୍ନତମାନର ଶିକ୍ଷା ସହ ରହିବା ଓ ଖାଇବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ହଷ୍ଟେଲରେ ଛାତ୍ର ଛାତ୍ରୀଙ୍କୁ ଦିଆଯାଉଥିବା ଟିଉଟରିଆଲ ବନ୍ଦ ଥିବାରୁ ପିଲାମାନେ ସ୍କୁଲରୁ ପଢି ଆସିଥବା ପାଠକୁ ଠିକ ସେ ପଢିପାରୁ ନ ଥିବା ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ହଷ୍ଟେଲକୁ କୋଭିଡ୍ କେୟାର ସେଣ୍ଟର କଲାପରେ ଅବସ୍ଥା ସଙ୍ଗିନ ହୋଇପଡ଼ିଛି ।
ଶୌଚାଳୟରେ ପାଣି ଆସୁ ନ ଥିବାବେଳେ ହଷ୍ଟେଲର ବହୁ କୋଠୋରୀରେ ଫ୍ୟାନ୍ ଚାଲୁ ନ ଥିବା ଅଭିଯୋଗ ହୋଇଛି । କିଛି ଫ୍ୟାନ୍ ଏତେ ଅସ୍ତେ ଚାଲୁଛି ଯେ ଅସହ୍ୟ ଗରମରେ ପିଲାମାନେ ଆଉଟୁ ପାଉଟୁ ହେଉଛନ୍ତି । ତଳୁ ବୋହି ବୋହି ଉପର ମହଲା ପର୍ଯ୍ୟନ୍ତ ପିଲାମାନେ ପିଇବା ପାଣି ନେଉଛନ୍ତି । ହଷ୍ଟେଲରେ ଗୋଟିଏ ବୋର୍ୱେଲ ରହିଛି, ହେଲେ ଅଧଘଣ୍ଟା ଚାଲିଲେ ସେଥିରୁ ପାଣି ଶେଷ ହୋଇଯାଉଛି । ଖଟ ନ ଥିବାରୁ ଅନ୍ତେବାସୀମାନେ ତଳେ ଶୋଇବାକୁ ବଧ୍ୟ ହେଉଛନ୍ତି । ହଷ୍ଟେଲ ପାଇଁ କିଣା ଯାଇଥିବା ଖଟ କୁଆଡ଼େ ଗଲା ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ସେହିପରି ହଷ୍ଟେଲରେ ଯେତିକି ଛାତ୍ର ଛାତ୍ରୀ ରହିବା କଥା ତାହା ଠାରୁ ଢେର ଅଧିକା ଛାତ୍ର ଛାତ୍ରୀ ରହୁଛନ୍ତି । ଗୋଟିଏ ଖଟରେ ୫ରୁ ଅଧିକ ଛାତ୍ର ଛାତ୍ରୀ ଶେଉଥିବା ଅଭିଯୋଗ ହୋଇଛି । ପିଲାଙ୍କ ପାଇଁ ଖେଳକୁଦର କୈାଣସି ସାଧନ ନାହିଁ କି ଅନ୍ୟ କୌଣସି ଆକ୍ଟିଭିଟିରେ ପିଲାଙ୍କୁ ସାମିଲ କରାଯାଉନାହିଁ । ସ୍କୁଲରେ ସାମନ୍ୟ ଦରି ଟିଏ ନାହିଁ ଯେ ପିଲାମାନେ ତଳେ ବସି ପ୍ରାର୍ଥନା କରୁଛନ୍ତି । ଡାଇନିଙ୍ଗ ରୁମ ରହିଛି, ହେଲେ ଛାତ୍ର ଛାତ୍ରୀ ତଳେ ବସି ଖାଉଛନ୍ତି ।
ଅତି ଦହନୀୟ ଅବସ୍ଥାରେ ରହି ପିଲମାନେ ପାଠ ପଢୁଛନ୍ତି । ସରକାର ଆଦିବାସୀ ଛାତ୍ର ଛାତ୍ରୀଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ଏହାର ସୁବିଧା ସେମାନେ ପାଇପାରୁ ନାହାନ୍ତି । ଆଗାମୀ ୭ ଦିନ ଭିତରେ ହଷ୍ଟେଲର ସମସ୍ୟା ସମାଧାନ ନ ହେଲେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରାଯିବ ବୋଲି କୁଇ ସମନ୍ୱୟ ସମିତିର ସମ୍ପାଦକ ଲମ୍ବଧର କହଁର କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *