ଘର ଯୋଗାଇବା ନାଁରେ ଠକେଇ

ପୁରୀ (ବୁ୍ୟରୋ): ମହାପ୍ରଭୁଙ୍କ କ୍ଷେତ୍ରରେ ରହିବାକୁ ସମସ୍ତଙ୍କ ଇଛା । ସେଥିଲାଗି ସମସ୍ତେ ପୁରୀରେ ଜାଗାଟିଏ, ଘର ବା ଏକ ଆପାର୍ଟମେଣ୍ଟ ସହାୟତାରେ ଘରଟିଏ କ୍ରୟ କରିବା ଲାଗି ଯୋଜନା କରୁଛନ୍ତି । ହେଲେ କିଏ ସୁବିଧାରେ ଘର ପାଇପାରୁଛନ୍ତି ତ ଅନ୍ୟ କେହି ଲକ୍ଷ ଲକ୍ଷ ଟଙ୍କା ଦେଇ ଆଜିପର୍ଯ୍ୟନ୍ତ ଘରଟିଏ ପାଇପାରୁ ନାହାନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ-ବ୍ରହ୍ମଗିରି ରାସ୍ତାରେ ଥିବା ତୁଳସୀ ଆପାର୍ଟମେଣ୍ଟରେ ।
ଉକ୍ତ ଆପାର୍ଟମେଣ୍ଟର ମାଲିକ ହିମାଂଶୁ ଶେଖର ମିଶ୍ର ୬୫୦ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି । ହେଲେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଘର ଦିଆଯାଉ ନାହିଁ । ଏପରିକି ହିମାଂଶୁଙ୍କୁ ଫୋନ୍ କଲେ ମଧ୍ୟ ଉଠାଉ ନାହାନ୍ତି । ତେବେ ବିରୋଧ କରି ରବିବାର କ୍ଷତିଗ୍ରସ୍ତ ଶତାଧିକ ପରିବାର ତୁଳସୀ ଆପାର୍ଟମେଣ୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏନେଇ ମଧ୍ୟ କ୍ଷତିଗ୍ରସ୍ତ ପରିବାର ସଦସ୍ୟମାନେ ଥାନାଠାରୁ ଆରମ୍ଭ କରି ଏସ୍ପି ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ସେମାନଙ୍କୁ ପ୍ରଶାସନ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯାଉ ନ ଥିବା ଅଭିଯୋଗ କରିଛନ୍ତି ପ୍ରଫୁଲ୍ଲ କୁମାର ପାଢ଼ୀ । ଶ୍ରୀ ପାଢ଼ୀ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକଙ୍କୁ ଘର ଯୋଗାଇଦେବେ ବୋଲି କହି ୧୦, ୧୫ ଓ ୨୦ ଲକ୍ଷ ଟଙ୍କା ନେଇଛନ୍ତି । ହେଲେ ଆଜିପର୍ଯ୍ୟନ୍ତ ଆପାର୍ଟମେଣ୍ଟର କାର୍ଯ୍ୟ ମଧ୍ୟ ଶେଷ ହୋଇନାହିଁ । ତେଣୁ ଘର ଲାଗି ଟଙ୍କା ଦେଇଥିବା ସମସ୍ତ ପରିବାରକୁ ତୁରନ୍ତ ଘର ଯୋଗାଇଦେବାକୁ ୬୫୦ ପରିବାର ପକ୍ଷରୁ ଦାବି କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *