ହାର୍ଦ୍ଦିକଙ୍କ ନିକଟରେ ଚିନ୍ତାଶକ୍ତି ଶକ୍ତି ରହିଛି

ମୁମ୍ବାଇ୍,୨୪ା୪(ଏଜେନ୍ସି): ଇଣ୍ଡିଆନ ପ୍ରିମିୟର ଲିଗ୍(ଆପିଏଲ୍)ରେ ଗୁଜରାଟ୍ ଟାଇଟନ୍ସ ଦଳର ଅଧିନାୟକତ୍ୱ ନେବା ପରଠାରୁ ହାର୍ଦ୍ଦିକ ପାଣ୍ଡିଆଙ୍କ ଦଳ ଭଲ ପ୍ରଦର୍ଶନ କରି ଆସୁଛି । ଏପରିକି ନିଜର ଦାୟିତ୍ୱ ଠିକ୍ ଭାବେ ଭଲ ବ୍ୟାଟିଂ କରୁଛନ୍ତି । ଏହି କାରଣରୁ ହାର୍ଦ୍ଦିକଙ୍କ ନିକଟରେ ବିଚାରଶୀଳ ଶକ୍ତି ରହିଛି ବୋଲି କିମ୍ବଦନ୍ତୀ କ୍ରିକେଟର ସୁନିଲ ଗାଭାସ୍କର ମତବ୍ୟକ୍ତ କରିଛନ୍ତି । ହାର୍ଦ୍ଦିକ ଶୁଙ୍ଖଳିତ ଭାବେ ବ୍ୟାଟିଂ କରୁଛନ୍ତି ପୁଣି ଖେଳର କଟକଣାରୁ ସମ୍ପୂର୍ଣ୍ଣ ଫାଇଦା ଉଠାଇବାରେ ସଫଳ ହେଉଛନ୍ତି । ପୁଣି ଅନେକ ଥର ଦାୟିତ୍ୱପୂର୍ଣ୍ଣ ପାଳି ଖେଳି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ସେ ଦୃଷ୍ଟିରୁ ଅଧିନାୟକତ୍ୱ ନେବା ପରଠାରୁ ତାଙ୍କ ପାଖରେ ବିଚାର କରିବାର ଦାୟିତ୍ୱ ବୃଦ୍ଧି ପାଇଛି ବୋଲି ଗାଭାସ୍କର କହିଛନ୍ତି । ସେହିପରି ଅନ୍ୟତମ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ମଧ୍ୟ ହାର୍ଦ୍ଦିକଙ୍କ ପ୍ରଶଂସା କରିଛନ୍ତି । ହାର୍ଦ୍ଦିକ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କୁ ନିଜର ମାର୍ଗଦର୍ଶକ ଭାବେ ଖେଳି ଆସିଛନ୍ତି । ଧୋନୀଙ୍କ ନିକଟତର ହୋଇ ସେ ତାଙ୍କ ଠାରୁ ବହୁତ କିଛି ଶିକ୍ଷା ଆହରଣ କରିଛନ୍ତି ବୋଲି ଚୋପ୍ରା କହିଛନ୍ତି । ସେହିପରି ଟିମ୍ ଇଣ୍ଡିଆର ପୂର୍ବତନ ଦୃତ ବୋଲର ଇର୍ଫାନ ପଠାନ ମଧ୍ୟ ହାର୍ଦ୍ଦିକଙ୍କ ପ୍ରଶଂସା କରିଛନ୍ତି । ଏବେ ଆମେ ଜଣେ ନୂଆ ହାର୍ଦ୍ଦିକଙ୍କୁ ଦେଖିବାକୁ ପାରୁଛୁ । ସେ ଯେଉଁ ନମ୍ବରରେ ଆସିଲେ ମଧ୍ୟ ହାର୍ଦ୍ଦିକ ଦାୟିତ୍ୱର ସହ ଖେଳ ପ୍ରଦର୍ଶନ କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *