ଦଙ୍ଗା ପ୍ରସାରଣ ଶୈଳୀକୁ ବିରୋଧ
ନୁ୍ୟଜ୍ ଚାନେଲ୍ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ୍
ନୂଆଦିଲ୍ଲୀ (ଏଜେନ୍ସି): ଶନିବାର ଦେଶର ନୁ୍ୟଜ୍ ଚ୍ୟାନେଲ୍ଗୁଡିକ ପାଇଁ ଏକ ନୂଆ ଗାଇଡ୍ଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ନୂଆ ଗାଇଡଲାଇନ୍ ଅନୁସାରେ ସାମ୍ପ୍ରଦାୟିକ ଦଙ୍ଗା ଭଳି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ବା ବିଷୟବସ୍ତୁକୁ ଅଧିକ ରୋମାଞ୍ଚôତ କରିବା ପାଇଁ ଚାଞ୍ଚଲ୍ୟକର ହେଡଲାଇନ୍ ବା ଉତ୍ତେଜନାପୂର୍ଣ୍ଣ କଣ୍ଟେଣ୍ଟ୍ ବା ଭିଜୁଆଲ ପ୍ରସାରଣ କରାଯିବା ଉପରେ କେନ୍ଦ୍ର ସରକାର ଅଙ୍କୁଶ ଲଗାଇଛନ୍ତି । ଏଭଳି ବିଷୟବସ୍ତୁ ପ୍ରସାରଣ ବେଳେ ନୁ୍ୟଜ୍ ଚ୍ୟାନେଲ କର୍ତ୍ତୃପକ୍ଷ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ଏହାକୁ ପ୍ରସାରଣ କରିବାକୁ ବାଧ୍ୟବଧକତା କରାଯାଇଛି ।
କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏହି ବିସ୍ତୃତ ମାର୍ଗଦର୍ଶିକାରେ କେବୁଲ୍ ଟେଲିଭିଜନ୍ ନେଟୱାର୍କ (ନିୟାମକ) ଆଇନ, ୧୯୯୫ର ଧାରା ୨ଠ ଅନ୍ତର୍ଗତ ବ୍ୟବସ୍ଥାକୁ ପାଳନ କରିବା ତଥା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସଂହିତାର ଅନୁପାଳନ କରିବାକୁ ମଧ୍ୟ ନିଦେ୍ର୍ଦଶ ଦିଆଯାଇଛି । ବିଶେଷକରି ଦିଲ୍ଲୀ ଜାହାଙ୍ଗିରପୁରୀ ଅଞ୍ଚଳରେ ସଂଘଠିତ ଦଙ୍ଗା ଏବଂ ରୁଷ୍-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ଅନେକ ନୁ୍ୟଜ୍ ଚ୍ୟାନେଲ, ଅତ୍ୟନ୍ତ ଅଭଦ୍ରୋଚିତ ଭାବେ ଭ୍ରମାତ୍ମକ ଖବର ପ୍ରସାରଣ କରୁଥିବା ନେଇ ଅଭିଯୋଗ ହେବା ପରେ ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏପ୍ରକାର ଆଭିମୁଖ୍ୟ ଗ୍ରହଣ କରିଛି ।
ପ୍ରକାଶ, ନିଜ ରିପୋର୍ଟକୁ ଅଧିକ ରୋମାଞ୍ଚôତ କରିବା ଉଦେ୍ଦଶ୍ୟରେ କିଛି ନୁ୍ୟଜ୍ ଚ୍ୟାନେଲ ଚାଞ୍ଚଲ୍ୟକର ହେଡଲାଇନ୍ ସହ ସମ୍ପୂର୍ଣ୍ଣ ଅସତ୍ୟ, ଭ୍ରମାତ୍ମକ ବିଷୟବସ୍ତୁ ଏବଂ ଭିଡିଓ ପ୍ରସାରଣ କରୁଥିବା ଦେଖିବାକୁ ମିଳିଛି । ଏଥିରେ ବ୍ୟବହୃତ ଭାଷା ଏବଂ ଟିପ୍ପଣୀ ସାମାଜିକ ଦୃଷ୍ଟିରୁ କୌଣସି ପରିସ୍ଥିତିରେ ମଧ୍ୟ ଗ୍ରହଣୀୟ ନଥିଲା । ଏପରି ଖବର ପ୍ରସାରଣ ଅଶାଳୀନ, ଅଶ୍ଳୀଳ, ଅସମ୍ମାନସୂଚକ ଏବଂ ସାମ୍ପ୍ରଦାୟିକ ସଦ୍ଭାବ ନଷ୍ଟ କରିବା ଭଳି ଥିବା ଅଭିଯୋଗ ହେବା ପରେ କେନ୍ଦ୍ର ସରକାର ଏପ୍ରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଅସଂସଦୀୟ, ଉତ୍ତେଜନା ସୃଷ୍ଟିକାରୀ ଏବଂ ସାମାଜିକ ଭାବେ ଅସ୍ୱୀକାରଯୋଗ୍ୟ ଭାଷା, ସାମ୍ପ୍ରଦାୟିକ ଟିପ୍ପଣୀ ଓ ଅପମାନଜନକ ସନ୍ଦର୍ଭ ପ୍ରସାରଣ କରୁଥିବାରୁ ଘରୋଇ ଟିଭି ଚ୍ୟାନେଲଗୁଡ଼ିକୁ ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି । ଏପରି ଖବର ପ୍ରସାରଣ ଦର୍ଶକମାନଙ୍କ ଉପରେ ନକାରାତ୍ମକ ମନୋବୈଜ୍ଞାନିକ ପ୍ରଭାବ ପକାଇପାରେ ଏବଂ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିପାରେ ବା ସମାଜରେ ବ୍ୟାପକ ଅଶାନ୍ତି ସୃଷ୍ଟିର କାରଣ ହୋଇପାରେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି ।