ନକଲି ଡାକ୍ତରଙ୍କ ଭୁଲ୍ ଇଞ୍ଜେକ୍ସନରୁ ଦୁଇ ଗାଈ ମୃତ

ଆନନ୍ଦପୁର (ଫଟୋ): ଆନନ୍ଦପୁର ବ୍ଲକ୍ କଣ୍ଟିପାଳ ଗ୍ରାମରେ ଶନିବାର ଘଟିଛି ଏକ ଅଭାନୀୟ ଘଟଣା । ନକଲି ଡାକ୍ତରଙ୍କ ଭୁଲ୍ ଇଞ୍ଜେକ୍ସନ ଯୋଗୁ ଦୁଇଟି ନୀରିହ ଗାଈର ଜୀବନ ଚାଲି ଯାଇଛି । ଏସଂକ୍ରାନ୍ତରେ ଗାଈର ମାଲିକ ଆନନ୍ଦପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ନକଲି ଡାକ୍ତରଙ୍କୁ ଗିରଫ କରିବା ସହିତ ୪୧୯/୪୨୦ରେ ମାମଲା ରୁଜୁ କରିଛି ।
ପ୍ରକାଶ ଯେ, କଣ୍ଟିପାଳ ଖିଲାର ସାହିର ଜଗନ୍ନାଥ ବାରିକ ଓ କଲନି ସାହିର ବାଇନ ନାହାକଙ୍କ ଗାଈ ଅସୁସ୍ଥ ଥିଲେ । ନକଲି ଡାକ୍ତର ବାବୁ ପହଞ୍ଚିି ଉଭୟ ଗାଈଙ୍କୁ ଭୁଲ୍ ଇଞ୍ଜେକ୍ସନ ଦେଇଥିଲେ । ଉକ୍ତ ଡାକ୍ତର କଣ୍ଟିପାଳ ମଠସାହି ଗ୍ରାମର ବୀରକିଶୋର ଦାସ ବୋଲି ଜଣାପଡ଼ିଛି । ସେ ଦୀର୍ଘଦିନ ହେବ ବୁଲି ବୁଲି ପଶୁ ଚିକିସôା କରନ୍ତି । ଅନେକ ଗାଈ ଭଲ ହେଉଥିବା ବେଳେ ଅନେକ ମୃତୁ୍ୟ ମୁଖରେ ପଡ଼ନ୍ତି । ଗୋଟିଏ ଦିନରେ ଦୁଇ ଦୁଇଟି ଗାଈର ମୃତୁ୍ୟ ନେଇ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଗାମୀ ଦିନରେ ଏପରି ନୀରିହ ପଶୁଙ୍କ ଜୀବନ ନ ଯାଉ ସେ ବିଷୟରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ପଞ୍ଚାୟତବାସୀ ଦାବି କରିଛନ୍ତିି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *